ପୁରୀ ଶ୍ରୀମନ୍ଦିର ଆଗରେ ଦୁଇଦିନ ଧରି ପଡି ରହିଛି କାର୍ : ସନ୍ଧାନୀ କୁକୁର ସହାୟତାରେ ପୁଲିସର ଯାଂଚ୍

28

କନକ ବ୍ୟୁରୋ : ପୁରୀରେ ଶ୍ରୀମନ୍ଦିର ଆଗରେ ସନ୍ଦେହଜନକ କାରକୁ ନେଇ ଚର୍ଚ୍ଚା । ଗତ ଦୁଇଦିନ ଧରି ସିଂହଦ୍ୱାର ସମ୍ମୁଖରେ ଏହି ଏକ୍ସୟୁଭି କାରଟି ସନ୍ଦେହଜନକ ଅବସ୍ଥାରେ ରହିଛି । ପୁରୀ ପୁଲିସ୍ କାର୍ ଭିତରେ କଣ ଅଛି ତାହା ଏଯାଏଁ ଠାବ କରିପାରିନାହିଁ । ଆଜି ସନ୍ଧାନୀ କୁକୁର ଆଣି କାର ଭିତରେ କୌଣସି ସନ୍ଦେହଜନକ ଦ୍ରବ୍ୟ ଅଛି କି ନାହିଁ ସେ ନେଇ ଯାଂଚ କରୁଛି ।

ଗାଡି ଓଡିଶା ବାହାରର ହୋଇଥିବାରୁ ପୁଲିସର ସନ୍ଦେହ ବଢିଛି । ହରିୟାଣା ନମ୍ବର ଥିବା ଏହି କାର ଦୁଇ ଦିନ ହେଲା ସିଂହଦ୍ୱାର ଆଗରେ ଠିଆହୋଇଥିଲା । ଏହାକୁ ନେବା ପାଇଁ କେହି ଦାବିଦାର ଆସିନଥିଲେ । ଫଳରେ ଆଜି ସ୍ଥାନୀୟ ପୁଲିସ୍ ଗାଡିର ଛାନଭିନ୍ ଆରମ୍ଭ କରିଥିଲା । ସନ୍ଧାନୀ କୁକୁର ସହାୟତାରେ ଗାଡିକୁ ଯାଂଚ୍ କରାଯାଇଛି ।