ସୁଶାନ୍ତ ସିଂଙ୍କ ସାହସିକ ପଦକ୍ଷେପ ! ନିଜ ନାଁରୁ ସାଙ୍ଗିଆ ହଟାଇ ଭନସାଲୀଙ୍କୁ କଲେ ସମର୍ଥନ

29

ଜୟପୁରରେ ବଲିଉଡ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭନସାଲୀଙ୍କ ‘ପଦ୍ମାବତୀ’ ସିନେମା ସୁଟିଂ ସମୟରେ ହୋଇଥିଲା ଆକ୍ରମଣ । ଜୟଗଡ କିଲ୍ଲାରେ ସୁଟିଂ ଚାଲୁଥିବା ବେଳେ କରଣୀ ସେନାର କାର୍ଯ୍ୟକର୍ତ୍ତାମାନେ ସେଠାରେ ପହଞ୍ଚି ଆସବାବପତ୍ର ଭଙ୍ଗାରୁଜା କରିବା ସହ ଭନସାଲୀଙ୍କୁ ଚାପୁଡା ମାରିଥିଲେ । ପୁରା ବଲିଉଡ ଏପରି ବ୍ୟବହାରକୁ ବିରୋଧ କରିବା ସହ ଭନସାଲୀଙ୍କୁ ସମର୍ଥନ କରୁଛି । ବଲିଉଡର ସମସ୍ତ ଅଭିନେତା, ଅଭିନେତ୍ରୀ, ନିର୍ମାତା ଓ ନିର୍ଦ୍ଦେଶକ ଭନସାଲୀଙ୍କୁ ସମର୍ଥନ କରି ସ୍ୱର ଉଠାଇଛନ୍ତି ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମଧ୍ୟ ଏପରି ବ୍ୟବହାରକୁ ନିନ୍ଦା କରିଛନ୍ତି । ସୁଶାନ୍ତ ଟ୍ୱିଟରରେ ଲେଖିଛନ୍ତି ସାଙ୍ଗିଆକୁ ହଟାଇ ନିଜର ପ୍ରଥମ ନାଁ ରେ ହିଁଁ ନିଜର ପରିଚୟ ସୃଷ୍ଟି କରନ୍ତୁ । ରାଜପୁତଙ୍କ ଦ୍ୱାରା କରା ଯାଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ସେ ତାଙ୍କ ଟ୍ୱିଟର ଆକାଉଂଟରୁ ସାଙ୍ଗିଆକୁ ହଟାଇ ନେଇଛନ୍ତି । ଏହାସହ ସୁଶାନ୍ତ କହିଛନ୍ତି ମାନବିକତା ଓ ଭଲପାଇବାରେ କୈାଣସି ଜାତି, ଧର୍ମର ମାନେ କିଛି ନାହିଁ ।