ଜନ କଲ୍ୟାଣକାରୀ ଯୋଜନା ପାଇଁ ବଢ଼ିବନି ଆଧାର ଲିଙ୍କର ଅବଧି ! ସମୟସୀମା ବୃଦ୍ଧି କରିବା ପାଇଁ ମନାଗଲେ ସୁପ୍ରିମକୋର୍ଟ

34

ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ ହୋଇଛି । ଏନେଇ ନିର୍ଦ୍ଧାରିତ ହୋଇଥିବା ତାରିଖ ମାର୍ଚ୍ଚ ୩୧ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କଲ୍ୟାଣକାରୀ ଯୋଜନାରୁ ଲାଭ ନେଉଥିବା ଉପଭୋକ୍ତା ୩୧ ତାରିଖ ସୁଦ୍ଧା ଆଧାର ଲିଙ୍କ୍ କରିବା ଅନିବାର୍ଯ୍ୟ ହୋଇପଡ଼ିଛି । ଗତ ଡିସେମ୍ବର ୧୫ ତାରିଖରେ ମାର୍ଚ୍ଚ ୩୧ ଯାଏଁ ତାରିଖ ଘୁଂଚାଇଥିଲେ ସୁପ୍ରିମକୋର୍ଟ । ସେପଟେ ବଢ଼ିଲା-ପାନ୍ କାର୍ଡ ସହ ଅଧାର ସଂଯୋଗର ଅବଧି । ମାର୍ଚ୍ଚ ୩୧ ତାରିଖ ବଦଳରେ ଏଣିକି ଜୁନ୍ ୩୦ ସୁଦ୍ଧା ପାନ୍-କାର୍ଡ ସହ ଆଧାର ଲିଙ୍କ୍ କରିପାରିବେ । ଏହାରି ଭିତରେ ପାନ୍ ଓ ଆଧର ଲିଙ୍କ ନେଇ ୪ ଥର ତାରିଖ ଘୁଂଚି ସାରିଲାଣି । ମାର୍ଚ୍ଚ ୫ ତାରିଖ- ସୁଦ୍ଧା ୩୩ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୧୭ କୋଟି ଲୋକ ପାନ୍ କାର୍ଡ ସହ ଆଧାର ଲିଙ୍କ୍ କରାଇସାରିଛନ୍ତି ।

ସୂଚନାଯୋଗ୍ୟ ମଙ୍ଗଳବାର ଦିନ ବିଭିନ୍ନ କଲ୍ୟାଣକାରୀ ଯୋଜନା ସହିତ ଆଧାର ନମ୍ବର ଲିଂକର ସମୟସୀମା ୩୧ ମାର୍ଚ୍ଚରୁ ଆଗକୁ ବୃଦ୍ଧି କରିବା ନିବେଦନକୁ ପ୍ରତ୍ୟାଖ୍ୟାନ କରିଛି ସୁପ୍ରିମ କୋର୍ଟ । ଏହି ନିର୍ଦ୍ଦେଶ କେବେଳ ସେହି ଯୋଜନା ପାଇଁ ଆସିଛି, ଯେଉଁଠୁ ସମୋକିତ ପାଣ୍ଠିରୁ ନାଗରିକଙ୍କୁ ଲାଭ ଦିଆଯାଉଥିଲା । ଦେଶର ଶୀର୍ଷ ଅଦାଲତ ତଥା ସୁପ୍ରିମ କୋର୍ଟ ବ୍ୟାଙ୍କ ଖାତା ଓ ମୋବାଇଲ ଫୋନ ନମ୍ବର ସହିତ ଆଧାର ନମ୍ବରକୁ ଜଡିତ କରିବା ପାଇଁ ସମୟସୀମା ୩୧ ମାର୍ଚ୍ଚରୁ ଅନିଶ୍ଚିତକାଳ ପାଇଁ ବଢାଇ ଦିଆଯାଇଥିଲା । କିନ୍ତୁ ସୁପ୍ରିମ କୋର୍ଟ ପୀଠରେ ସରକାର ଓ ତାଙ୍କ ଏଜେନ୍ସି ଏହି ପାଣ୍ଠିର ସହାୟତା ଚାଲୁଥିବା ଯୋଜନାର ଲାଭ ଉଠାଉଥିବା ୧୨ ଅଙ୍କ ଆଧାର ନମ୍ବର କାର୍ଡ ବାୟୋମେଟ୍ରିକ ସଂଖ୍ୟାଙ୍କୁ ଯୋଡ଼ିବାକୁ ଅନୁମତି ଦିଆଯାଇଥିଲା ।

ତେବେ ଗତ ମଙ୍ଗଳବାର ଦିନ ୟୁଆଇଡିଏର ସିଇଓ ଅଜୟ ଭୂଷଣ ପାଣ୍ଡେ ଓ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ସଦସ୍ୟ ସମ୍ବିଧାନ ଖଣ୍ଡପୀଠ ସାମ୍ନାରେ ପାୱାର ପଏଂଟ ପ୍ରେଜେଣ୍ଟଟେସନ ଉପସ୍ଥାପନା କରିଥିଲେ । ତାଙ୍କର ଦାବି ଥିଲା କି, ବାୟୋମେଟ୍ରିକ ସମେତ ଜମା କରିଥିବା ଡାଟାକୁ ଡିକ୍ରିପ୍ଟ(ଡିକୋଡ) କରିବା ପାଇଁ ଅଧିକାଂଶ ଲୋକ ଚାହିଁବେ । ତେବେ ସରକାର କଲ୍ୟାଣକାରୀ ଯୋଜନାକୁ ଆଧାର ସହ ଜଡିତ ସମୟସୀମାରୁ ଆଗକୁ ବୃଦ୍ଧି କରିବା ଅନୁମତି ଦେବା ପାଇଁ ଅନୁରୋଧ କରିଥିଲା ।