କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କୁ ଝଟକା! ଅଦାଲତ ଅବମାନନା ନେଇ ଦୋଷି ସାବ୍ୟସ୍ତ କଲେ ସୁପ୍ରିମକୋର୍ଟ

38

କନକ ବ୍ୟୁରୋ: କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କୁ ଝଟକା । ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଦୋଷି ସାବ୍ୟସ୍ତ କରିଛନ୍ତି । ଅଦାଲତ ଅବମାନନା ନେଇ ଦୋଷି ହୋଇଛନ୍ତି ମାଲ୍ୟା ।

ବ୍ରିଟେନରେ ଥିବା ମାଲ୍ୟାଙ୍କୁ ଆସନ୍ତା ଜୁଲାଇ ୧୦ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଭିନ୍ନ ଭିନ୍ନ ବ୍ୟାଙ୍କରୁ ଋଣ ଖିଲାପ ଅଭିଯୋଗ ଥିଲା ମାଲ୍ୟାଙ୍କ ନାଁରେ । ତେଣୁ ବ୍ୟାଙ୍କ ସମୂହ କୋର୍ଟରେ ମାଲ୍ୟାଙ୍କ ବିରୋଧରେ ଆଇନ ଅବମାନନା ନେଇ ଅଭିଯୋଗ କରିଥିଲେ ।

ସେମାନେ ଅଭିଯୋଗ କରିଥିଲେ ଯେ ଗତବର୍ଷ ଫେବୃୟାରି ମାସରେ ମାଲ୍ୟା ବ୍ରିଟିଶ ଫାର୍ମ ଡିଆଗୋ ଠାରୁ ୪୦ ମିଲିୟନ୍ ଡଲାର ପାଇବା ପରେ କର୍ଣ୍ଣାଟକ ହାଇକୋର୍ଟ ଓ ବିଭିନ୍ନ ରିକଭରି ଟ୍ରିବ୍ୟୁନାଲ ରାୟକୁ ଉଲଂଘନ କରି ଏହି ଟଙ୍କାକୁ ଅନ୍ୟତ୍ର ଟ୍ରାନସଫର କରି ଦେଇଥିଲେ ।