ସର୍ବୋଚ୍ଚ ନ୍ୟାୟାଳଙ୍କ ପ୍ରସ୍ତାବରେ ଘାଇଲା ସେବାୟତ : ରାଜ୍ୟପାଳଙ୍କୁ ଭେଟି ନିଜର ଦାବି ଉପରେ କଲେ ଆଲୋଚନା

26

କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ସଂସ୍କାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ସବୁ ପ୍ରସ୍ତାବ ରଖିଛନ୍ତି ତାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସେବାୟତ । ସେବାୟତଙ୍କ ଦାନ,ଦକ୍ଷିଣା ଓ ବଂଶାନୁକ୍ରମିକ ସେବା ଉପରେ ରୋକ ଲଗାଇବା ପାଇଂ ସର୍ବୋଚ୍ଚ ନ୍ୟାୟାଳୟ ବିଗତ ଦିନରେ କହିଥିଲେ । ତେବେ ଏହାସହ ରୋଷଘର ସମେତ ଅବଢାର ମୂସ୍ୟ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରସ୍ତାବ ରହିଛି । ତେଣୁ ଏପରି ପ୍ରସ୍ତାବ ଉପରେ ସେବାୟତ ରାଜି ହୋଇନାହାନ୍ତି । ଏହାକୁ ନେଇ ରାଜନିତୀ ମଧ୍ୟ ଜୋର ଧରିଛି । ପ୍ରଥମେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ଭେଟି ଆଲୋଚନା କରିବା ପରେ ପୁଣି ଥରେ ଗତକାଲି ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି । ତେବେ ମିଳିଥିବା ସୂଚନା ଅନୁସାରେ ଏକ ୬ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଥିଲେ । ସେମାନଙ୍କ ସହ ରାଜ୍ୟପାଳ ଆଲୋଚନା ପରେ ଶ୍ରୀମନ୍ଦିରର ରୀତିନୀତି ଉପରେ ଆଲୋଚନା କରିଥିଲେ ।

 

ତେବେ ସେମାନେ କହିଛନ୍ତି ଯେ. ଆମେ ମନ୍ଦିରରେ ସଠିକ ଭାବରେ ସେବା କରୁଛୁ । କିଛି ସେବାୟତମାନେ ବିଶୃଙ୍ଖଳା କରୁଛନ୍ତି । ତେଣୁ କିଛି ଲୋକଙ୍କ ଲାଗି ସମସ୍ତଙ୍କ ଉପରେ ଏପରି ଆଇନ ଲଦିବା ଠିକ ନୁହେଁ । ଏହାସହ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ସବୁ ପ୍ରସ୍ତାବ ରଖିଛନ୍ତି ତାହା ମଧ୍ୟରୁ ବଂଶାନୁକ୍ରମିକ, ଦାନଦକ୍ଷିଣା ଓ ଅନ୍ନ ଆଟ୍ଟିକାକୁ ଠାଡି ଦେଲେ ଆମେ ମାନେ ଅନ୍ୟ ସମସ୍ତ ପ୍ରସ୍ତାବ ଉପରେ ରାଜି । ତେବେ ରାଜ୍ୟପାଳ ସମସ୍ତ କଥା ଶୁଣିବାପରେ ନିଜ ମଧ୍ୟରେ ଗୋଟିଏ ମତ ରହିଲେ ଏହା ନିଶ୍ଚୟ ଭାବରେ ବିଚାର ଯୋଗ୍ୟ ବୋଲି ରାଜ୍ୟପାଳ କହିଥିବା ବିଶ୍ୱାବସୁ ଦାସମହାପାତ୍ର କହିଛନ୍ତି । ତେବେ ଗତ କିଛିଦିନ ହେବ ଶ୍ରୀମନ୍ଦିର ଚର୍ଚ୍ଚାରେ ରହିଛି । ଜଗମୋହନଠାରୁ ପାଣି ପଡିବା, ରଥଯାତ୍ରା ସମୟରେ ସୁଦର୍ଶନଙ୍କୁ ତଳେ ପକାଇବା, ଦାନ ଦକ୍ଷିଣା ବାବଦରେ ପ୍ରଶାସନ ନଜସ୍ୱ ବାକ୍ସ ରଖିବା ଆଦି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି । ତେବେ ରାଜ୍ୟପାଳଙ୍କ ସହ ଆଲୋଚନା ପରେ ସେବାୟତମାନଙ୍କ କଥା ରାଜ୍ୟପାଳ ନିଶ୍ଟୟ ରୂପେ ବିଚାର କରିବେ ବୋଲି ସେମାନେ ଆଶାବଦୀ ଅଛନ୍ତି ।