ନିର୍ବାଚନ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି : ଧର୍ମ ନାଁରେ ମଗାଯାଇ ପାରିବନି ଭୋଟ

23

କନକ ବ୍ୟୁରୋ : ନିର୍ବାଚନ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ନିର୍ବାଚନ ସମୟରେ ଧର୍ମ ନାଁରେ ଭୋଟ ମଗାଯାଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି । ନିର୍ବାଚନରେ ଆଶାୟୀ ପ୍ରାର୍ଥୀ କିମ୍ବା ତାଙ୍କ ବିରୋଧୀ ଓ ଏଜେଂଟଙ୍କ ଧର୍ମର ବ୍ୟବହାର କରାଯାଇ ଭୋଟ ମଗାଯାଇ ପାରିବନାହିଁ ବୋଲି ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । ୭ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନିକ ଖଣ୍ଡପିଠ ଏହି ନିଷ୍ପତି ନେଇଛନ୍ତି ।

ଧର୍ମ, ଭାଷା, ସମୁଦାୟ ଓ ଜାତିର ବ୍ୟବହାର କରି ଭୋଟ ମାଗିବା ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ଆଶାୟୀ ପ୍ରାର୍ଥୀମାନେ ଧର୍ମ ନାଁରେ ଭୋଟ ମାଗିଲେ ଆର୍ପି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ବାଚନ ଏକ ଧର୍ମନିରପେକ୍ଷ ପ୍ରକ୍ରିୟା ହୋଇଥିବାରୁ ଏଥିରେ ଭାଗ ନେଉଥିବା ପ୍ରାର୍ଥୀମାନେ ବି ଧର୍ମନିରପେକ୍ଷ ହେବା ଉଚିତ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି ।