ସୁପାରି କିଲରକୁ ଏନକାଉଁଟର ! କୋର୍ଟ ପରିସରରେ ହତ୍ୟା କରିବାକୁ ଝାରଖଣ୍ଡରୁ ଆସିଥିଲେ ଅପରାଧୀ

24

କନକ ବ୍ୟୁରୋ : ପୁଲିସ ଗୁଳିରେ ଆହତ ହୋଇଛି ସୁପାରି କିଲର ବବଲୁ ପାଶ୍ୱାନ । ଗଞ୍ଜାମ ପୁଲିସ ଗୁଳିରେ ଆହତ ହୋଇଛି ଝାରଖଣ୍ଡର ଏହି ଦୁର୍ଦ୍ଦାନ୍ତ ଅପରାଧୀ । ଗଞ୍ଜାମର ଏକ କୋର୍ଟ ପରିସରରେ ଜଣେ ଅଭିଯୁକ୍ତର ହାଜିରାବେଳେ ହତ୍ୟା କରିବାକୁ ଯୋଜନା କରିଥିଲା ବବଲୁ । ଏନେଇ ଗୁଇନ୍ଦା ସୂଚନା ପାଇବା ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଖାନତଲାସ କରିଥିଲା ପୁଲିସ । ଏହି ସମୟରେ ଏକ ୪ ଚକିଆ ଗାଡିରେ ଥିବା ୩ଜଣ ସନ୍ଦିଗ୍ଧ ବ୍ୟକ୍ତି ନଅଟକି ପ୍ରଥମେ ପୁଲିସ ଉପରକୁ ଗୁଳି କରିଥିଲେ । ପୁଲିସର ପାଲଟା ଗୁଳିରେ ଆହତ ହୋଇଛି ବବଲୁ ପାଶ୍ୱାନ । ତା ଦେହରେ ତିନିଟି ଗୁଳି ବାଜିଥିବାବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି ।

ଏମାନେ ବ୍ୟବହାର କରିଥିବା ଗାଡି ସହ ୨ଟି ବନ୍ଧୁକ ଓ ଗୁଳି ଜବତ କରିଛି ପୁଲିସ । ଖସିଯାଇଥିବା ଅନ୍ୟ ୨ଜଣଙ୍କୁ ଧରିବା ଲାଗି ଜୋରଦାର ହୋଇଛି ତଲାସି ଅଭିଯାନ । ତେବେ ପ୍ରଶ୍ନ ଉଠୁଛି –

– କାହାକୁ ହତ୍ୟା କରିବା ପାଇଁ ଏମାନେ ଗଞ୍ଜାମ ଆସିଥିଲେ?
– ହତ୍ୟା କରିବାକୁ କିଏ ଏମାନଙ୍କୁ ଦେଇଥିଲା ସୁପାରି?
– ଗଞ୍ଜାମର କେଉଁ କୋର୍ଟ ପରିସରରେ ହତ୍ୟା କରିଥାନ୍ତେ?