ଆଜି ୭ ଘଂଟିଆ ସୁନ୍ଦରଗଡ଼ ବନ୍ଦ ! କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ କଳାପତାକା, ଅଣ୍ଡାମାଡ଼ ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେପି

28

କନକ ବ୍ୟୁରୋ : ଆଜି ୭ ଘଂଟିଆ ସୁନ୍ଦରଗଡ଼ ବନ୍ଦ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ଼ ପ୍ରତିବାଦରେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ବନ୍ଦ ପାଳନ କରୁଛି ବିଜେପି । ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଦଳ । ତେବେ ଚିକିତ୍ସାଳୟ, ବ୍ୟାଙ୍କ ଭଳି ଜରୁରିକାଳୀନ ସେବାକୁ ଏହି ବନ୍ଦରୁ ବାଦ୍ ରଖାଯାଇଛି । ଏ ସଂପର୍କରେ ଗତକାଲି ସୂଚନା ଦେଇଛନ୍ତିି ସୁନ୍ଦରଗଡ଼ ଜିଲ୍ଲା ବିଜେପି ସଭାପତି ବଟକିଶୋର ମିଶ୍ର ।