ନାହିଁ ନାହିଁରେ ଚାଲିଛି କଳାହାଣ୍ଡି କଲମପୁର ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : ରୋଗୀ ସେବା ବିପର୍ଯ୍ୟସ୍ଥ,ରୋଗୀଙ୍କ ମଧ୍ୟରେ ଅସନ୍ତୋଷ

40

କନକ ବ୍ୟୁରୋ : ନାହିଁ ନାହିଁରେ ଚାଲିଛି କଳାହାଣ୍ଡି କଲମପୁର ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ନା ଅଛନ୍ତି ଡାକ୍ତର । ନା ଅଛି ବେଡ୍ ନା ଶୌଚାଳୟ । ପାଖପାଖି ଅଂଚଳରୁ ପ୍ରତିଦିନ ବହୁ ରୋଗୀ ହସ୍ପିଟାଲକୁ ଆସୁଥିବା ବେଳେ ଉପଯୁକ୍ତ ସେବା ନେଇ ନିରାଶ ହୋଇ ଫେରୁଛନ୍ତି । ଏହି ହସ୍ପିଟାଲରେ ଆବଶ୍ୟକୀୟ ବେଡ ନଥିବାରୁ ବାରଣ୍ଡାରେ ଓ ଗଛ ମୂଳେ ରୋଗୀ ପଡି ରହିଛନ୍ତି । ଫଳରେ ରୋଗୀ ସେବା ବିପର୍ଯ୍ୟସ୍ଥ ହୋଇପଡିଛନ୍ତି । ହସ୍ପିଟାଲରେ ନାଁ ଅଛି ଆବଶ୍ୟକୀୟ ବେଡ ନା ଡାକ୍ତର । ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହେଲା ପରେ ନା ବେଡ୍ ସଂଖ୍ୟା ବଢାଗଲା ନା ଆବଶ୍ୟୀକୟ ଡାକ୍ତରଙ୍କୁ ନିଯୁକ୍ତି ଦିଆଗଲା । ମେଡିକାଲରେ ଶୌଚାଳୟଟିଏ ବି ନାହିଁ । ଏଭଳି ଅବସ୍ଥା ଖାଲି କଲମପୁରର ନୁହଁ ଜିଲ୍ଲାର ବହୁ ହସ୍ପିଟାଲରେ ଦେଖାଦେଇଛି । ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଉଚିତ ସ୍ୱାସ୍ଥ୍ୟ ସେବା ନମିଳିବାରୁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।