ଆଜି ଶ୍ରୀଜିଉଙ୍କ ସୁନାବେଶ : ଚଳଚଂଚଳ ଶ୍ରୀକ୍ଷେତ୍ର, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

115

ପୁରୀ  ବ୍ୟୁରୋ , କନକ ନ୍ୟୁଜ୍ : ଆଜି ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଭକ୍ତମାନେ କିପରି ମହାପ୍ରଭୁଙ୍କ ସୁନାବେଶ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ସଂଧ୍ୟା ଆଳତୀ ପରେ ଆରମ୍ଭ ହେବ ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ମଣ୍ଡିତ ହୋଇ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀବିଗ୍ରହ । ସୁନାବେଶ ପାଇଁ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଂଟ କରାଯାଇଛି । ସଂଧ୍ୟା ଧୂପ, ମଇଲକ, ଶାଢୀ ଖଣ୍ଡୁ୍ଆ ଲାଗି , ସଂଧ୍ୟା ଆଳତୀ, ଏକାଦର୍ଶୀ ସର୍ବାଙ୍ଗ ପରେ ମହାପ୍ରଭୁଙ୍କୁ ସୁନା ଅଳଙ୍କାର ଳାଗି ହେବ । ଗତକାଲି ସିଂହଦ୍ୱାର ଆଗରେ ତିନି ରଥ ପହଂଚିବା ପରେ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟାରିକେଡ କରାଯାଇଥିଲା ।