ନବୀନ ନିବାସରେ କଂଗ୍ରେସର ପୂର୍ବତନ ନେତ୍ରୀ ସୁଲୋଚନା ଦାସ ! ଆଜି ବିଜେଡିରେ ଯୋଗଦେଇପାରନ୍ତି

40

କନକ ବ୍ୟୁରୋ: ଆଜି ବିଜେଡିରେ ଯୋଗଦେଇପାରନ୍ତି କଂଗ୍ରେସରୁ ଇସ୍ତଫା ଦେଇଥିବା ସୁଲୋଚନା ଦାସ । କିଛି ସମୟ ପୂର୍ବରୁ ସେ ନବୀନ ନିବାସରେ ପହଂଚିଛନ୍ତି । ତାଙ୍କ ସହ ବିଜେଡି ମୁଖପା୍ତର ପ୍ରତାପ ଦେବ ବି ଅଛନ୍ତି । ଗତକାଲି କଂଗ୍ରେସ ଛାଡ଼ିଥିଲେ ଦଳୀୟ ମୁଖପାତ୍ର ତଥା ସାଧାରଣ ସଂପାଦକ ସୁଲୋଚନା ଦାସ ।

ଦଳ ଛାଡିବା ପାଇଁ ସେ ଦଳୀୟ ଗୋଷ୍ଠୀ ବିବାଦକୁ ଦାୟୀ କରିଥିଲେ । ତେବେ କଂଗ୍ରେସ ଦଳରେ ଗୋଷ୍ଠୀ ବିବାଦ ଏବଂ ଦଳୀୟ କନ୍ଦଳର କଥା, ଅନେକ ଦିନରୁ ଚର୍ଚ୍ଚା ହେଉଥିିଲେ ବି ହଠାତ୍ ନବୀନଙ୍କୁ ଭେଟିଲା ପରେ ଏଭଳି ନିଷ୍ପତି ନେବା ଆଉ କିଛି ଇସାରା କରୁଛି ବୋଲି ଚର୍ଚ୍ଚା ଜୋର ଧରିଛି ।