ସୁକମା ପ୍ରତିଶୋଧ ଚାହୁଁଛନ୍ତି ସୈନିକ ! ମାରିବା ଓ ମରିବା ପାଇଁ ଆହ୍ୱାନ ଦେଲେ ଯବାନ

60

କନକ ବ୍ୟୁରୋ : ମାଲକାନଗିରି ସୀମାନ୍ତ ସୁକମାରେ ନକ୍ସଲଙ୍କ ନାରକୀୟ ତାଣ୍ଡବର ପ୍ରତିଶୋଧ ଚାହୁଁଛନ୍ତି ଯବାନ । ଆଜି ଜଣେ ଆଇଟିବିପି ଯବାନ ପି. କେ. ତିୱାରୀ ଏହି ଘଟଣାର ପ୍ରତିଶୋଧ ପାଇଁ ଆହ୍ୱାନ ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଯବାନ ଜଣକ ରକ୍ତର ବଦଲା ରକ୍ତରେ ନେବାକୁ ଅପିଲ କରିଛନ୍ତି ।
କ୍ଷୋଭର ସହ ଯବାନ କହିଛନ୍ତି, ଲଢେଇ ସରକାର, ସମାଜ ବା ସମ୍ବିଧାନର ନୁହେଁ । ଯଦି ଏଥିପାଇଁ କେହି ଲଢୁଥାନ୍ତେ ତେବେ ସମସ୍ୟାର ସମାଧାନ ହୋଇସାରନ୍ତାଣି । ଦେହରେ ବର୍ଦ୍ଦି ଅଛି ଆଉ ହାତରେ ଅସ୍ତ୍ର ଅଛି । ତେଣୁ ଲଢିବାକୁ ସେ ଆହ୍ୱାନ ଦେଇଛନ୍ତି ।

ରକ୍ତର ବଦଲା ରକ୍ତ । ମାରିବା ଆଉ ମରିବାର ବେଳ ଆସିଛି । ସାଥୀ ଯବାନଙ୍କ ମୃତ୍ୟୁର ବଦଲା ନିଆଯିବ । କିଛି ସମୟର ଶୋକ, ଶହୀଦ ପରିବାରକୁ ସମବେଦନା ଯଥେଷ୍ଟ ନୁହେଁ ।

ସୁକମା ସଂହାରଲୀଳାର ମାଷ୍ଟରମାଇଣ୍ଡ ରାମନ୍ନା ଓରଫ ସନ୍ତୋଷ ରାବୁଲା ଶ୍ରୀନିବାସ ଓରଫ କୁଂଟା ରାମନ୍ନା ଓରଫ ରାମୁଲୁ ଓରଫ ସୁରେଶ ଓରଫ ରଂଜିତ । ଲାଲଗଡରେ ମାଓ ମାଷ୍ଟରମାଇଣ୍ଡ । ମିଲିଟ୍ରୀ କମାଣ୍ଡର ମୁଖ୍ୟ । ସାତିର୍ ଦିମାଗ ଆଉ ଗରିଲା ଯୁଦ୍ଧରେ ମାହିର । ଏହି ଟପ୍ ମାଓବାଦୀ ମୁଣ୍ଡର ଦାମ ୪୦ ଲକ୍ଷ । ଜୀବିତ ବା ମୃତ ଅବସ୍ଥାରେ ପୋଲିସ ଦେଖିବାକୁ ଚାହୁଁଛି ରମନାକୁ । ଆନ୍ଧ୍ରପ୍ରଦେଶର ଏହି କ୍ୟାଡର ହିଁ ରଚିଥିଲା ବୁର୍କାପାଲ ଆକ୍ରମଣର ବ୍ଲୁ-ପ୍ରିଂଟ ।

ଯବାନଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦିଆଯିବା ନାହିଁ । କେନ୍ଦ୍ରର ଚରମବାଣୀ ପରେ ନକ୍ସଲ କ୍ୟାମ୍ପକୁ କଡା ଯବାବ ଦେବାକୁ ପ୍ରସ୍ତୁତ ହୋଇଛି ରଣନୀତି । ରାମନ୍ନା ସହ ଜାରି ହୋଇଛି ୫ ଟପ୍ କ୍ୟାଡରଙ୍କ ପୋଷ୍ଟର । ବଡ କଥା ହେଉଛି ଏଥିରେ ଅଛନ୍ତି ୩ ମହିଳା ମାଓବାଦୀ । ଏମାନଙ୍କ ମୁଣ୍ଡର ଦାମ ୧୬ ଲକ୍ଷ । ପୁରା ବସ୍ତର ଅଂଚଳରେ ଏହି ପୋଷ୍ଟର ସାବୁ ଛାଇଯାଇଛି । ସୁକମା ହମଲାରେ ଅନେକ ମହିଳା କ୍ୟାଡର ସାମିଲ ଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଥିଲା ।

ଗତ ୨୪ ତାରିଖରେ ଘଂଚ ଜଙ୍ଗଲ ଭିତରେ ସିଆରପିଏଫ ୭୪ ବାଟାଲିୟନର ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ମାଓବଦୀ । ଯେଉଁଥିରେ ୨୫ ଯବାନ ଶହୀଦ ହୋଇଥିଲେ । କୁହାଯାଉଛି, ଏହାପରେ କେନ୍ଦ୍ର ଗୃହମନ୍ତ୍ରାଳୟର ପରାମର୍ଶଦାତା ଘଟଣାର ସମୀକ୍ଷା କରିବା ସହ ସବୁଠାରୁ ବଡ ଅଭିଯାନ ଆରମ୍ଭ କରିଛନ୍ତି ।