କଟକର ସାଲେପୁରରେ ସବ୍ ଜଜ୍ କୋର୍ଟ ଉଦଘାଟିତ

29

କଟକ : ଦୀର୍ଘ ଦିନର ଦାବି ପରେ କଟକ ଜିଲ୍ଲା ସାଲେପୁରରେ ସିଭିଲ ଜଜ୍ ସିନିୟର ତଥା ସବ୍ ଜଜ୍ କୋର୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ମାନ୍ୟବର ବିଚାରପତି ବିମଳ ପ୍ରସାଦ ଯୋଗ ଦେଇ ଉଦଘାଟନ କରିଥିଲେ । ବିଚାରପତି ଶ୍ରୀ ପ୍ରଦିପ କୁମାର ସାମଲ ଏହି ନୂତନ କୋର୍ଟରେ ସିନିୟର ଜଜ୍ ତଥା ଆସିଷ୍ଟାଣ୍ଡ ସେସନ୍ ଜଜ୍ ଭାବେ ନିଯୁକ୍ତ ହୋଇଛନ୍ତି । ସାଲେପୁର ଓକିଲ ସଂଘ ପକ୍ଷରୁ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ବହୁ ଓକିଲ ଓ ସାଧାରଣ ଲୋକ ଯୋଗ ଦେଇଥିଲେ ।