ପ୍ରଧାନ ଶିକ୍ଷକଙ୍କ ବଦଳି ବିରୋଧରେ ପ୍ରତିବାଦ । ଆନ୍ଦୋଳନ ଯୋଗୁଁ ୧୦ ଦିନ ହେଲା ମାଲକାନଗିରି ମାଟାପକା ଉଚ୍ଚବିଦ୍ୟାଳୟରେ ପାଠପଢା ଠପ୍

20

କନକ ବ୍ୟୁରୋ: ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ଦାବିରେ ୧୦ ଦିନ ଧରି ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ତଥାପି ଛାତ୍ରଛାତ୍ରୀଙ୍କ କଥା କେହି ନଶୁଣିବାରୁ ଆଜି ବିଦ୍ୟାଲୟ ଛାଡିଛନ୍ତି ୧୨୦ ଛାତ୍ରଛାତ୍ରୀ ।

ମାଲକାନଗିରି ଜିଲ୍ଲା ମାଟାପକା ପଂଚାୟତର ଉଚ୍ଚବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ପ୍ରଧାନ ଶିକ୍ଷକ ବିଜୟାନନ୍ଦ ବେହେରାଙ୍କ ବଦଳିକୁ ବାତିଲ କରିବା ପାଇଁ ଦାବି ହେଉଛି । ଏବେ ଛାତ୍ରଛାତ୍ରୀଙ୍କ ସହ ଗ୍ରାମବାସୀ ମଧ୍ୟ ବଦଳି ବାତିଲ କରିବାକୁ ଦାବି କରୁଛନ୍ତି । ତେବେ ସମସ୍ୟାର ସମାଧାନ କରିବା ଦିଗରେ ଜିଲ୍ଲା ପ୍ରଶାସନ କୌଣସି ତତ୍ପରତା ଦେଖାଉ ନଥିବା ଅଭିଯୋଗ ହୋଇଛି ।