ତାଜମହଲର ରେକର୍ଡ ଭାଙ୍ଗିଲା ଷ୍ଟାଚ୍ୟୁ ଅଫ୍ ୟୁନିଟି । ଜାଣନ୍ତୁ ବାର୍ଷିକ ମିଳୁଛି କେତେ ଟଙ୍କା , ଦିନକୁ ଖର୍ଚ୍ଚ ହେଉଛି କେତେ ଟଙ୍କା?

6,184

ଗୁଜୁରାଟରେ ନିର୍ମିତ ବିଶ୍ୱର ସବୁଠୁ ବଡ ପ୍ରତିମୂର୍ତ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ୍ ୟୁନିଟି ଉନ୍ମୋଚନ ହେବାର ଗୋଟିଏ ବର୍ଷ ବିତିଗଲାଣି । ଆଉ ଏସବୁ ଭିତରେ ଐତିହ୍ୟସର୍ମ୍ପନ୍ନ ତାଜମହଲର ରେକର୍ଡ ଭାଙ୍ଗିଛି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଏଏସଆଇର ରିପୋର୍ଟ ଅନୁସାରେ, ୧୮୨ ଫୁଟର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବାକୁ କାହିଁ କେତେ ଦୂରରୁ ଆସୁଛନ୍ତି ପର୍ଯ୍ୟଟକ । ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବାରୁ ଏବେ ରୋଜଗାର ମଧ୍ୟ ସେହି ଅନୁପାତରେ ବଢିଚାଲିଛି ।

ତାଜମହଲରୁ ବାର୍ଷିକ ଆୟ ୫୬ କୋଟି ହେଉଥିବା ବେଳେ ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ବାର୍ଷିକ ୬୩ କୋଟି ଟଙ୍କା ଆୟ କରୁଛନ୍ତି ସରକାର । ତାଜମହଲ ତୁଳନାରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବାକୁ କମ ପର୍ଯ୍ୟଟକ ଆସୁଛନ୍ତି । ଏହାସର୍ତ୍ତେ ମଧ୍ୟ ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ଅଧିକ ଟଙ୍କା ଆୟ କରୁଛନ୍ତି ସରକାର । ସେହିଭଳି ତାଜମହଲ ତୁଳନାରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ ରହିଛି । ଷ୍ଟାଚ୍ୟୁ ଅଫ୍ ୟୁୂନିଟିର ଦୈନିକ ରକ୍ଷଣାବେକ୍ଷଣ ପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ଗତ ବର୍ଷ ଅକ୍ଟୋବର ମାସରେ ୧୮୨ ଫୁଟ୍ ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନିର୍ମାଣ କରିବା ପାଇଁ ପାଖାପାଖି ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।