ନୋଟବନ୍ଦି ସମୟରେ ଓଭରଟାଇମ କରିଥିବା ୭୦,୦୦୦ କର୍ମଚାରୀଙ୍କୁ ଦିଆଯାଇଥିବା ଟଙ୍କା ଫେରାଇନେବ ଭାରତୀୟ ଷ୍ଟେଟବ୍ୟାଙ୍କ

37

କନକ ବ୍ୟୁରୋ : ନୋଟବନ୍ଦୀ ସମୟରେ ବ୍ୟାଙ୍କ କର୍ମଚାରୀଙ୍କୁ ମିଳିଥିବା ଅଧିକ ଟଙ୍କା ଫେରାଇ ନେବା ପାଇଁ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ସହଜରେ ଗ୍ରହଣ କରିନାହାନ୍ତି କର୍ମଚାରୀ । ତେବେ ନୋଟ ବନ୍ଦୀ ସମୟରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ଅଧିକ କାମ କରିବା ପାଇଁ କୁହାଯାଇଥିଲା । ଏହାସହ ଅଧିକ କାମପାଇଁ ଅଧିକ ଅର୍ଥ ଦିଆଯିବ ବୋଲି ସେତେବେଳେ ସେମାନଙ୍କୁ ପ୍ରତିଶୃତି ମଧ୍ୟ ଦିଆଯାଇଥିଲା । ତେବେ ପରେ ସେମାନଙ୍କୁ ଅଧିକ ଅର୍ଥ ମଧ୍ୟ ଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ସମୟରେ ସେମାନଙ୍କ ଅର୍ଥ ଫେରାଇ ନିଆଯିବା କଥା ଜଣାପଡିବା ପରେ କର୍ମଚାରୀମାନେ ନାରାଜ ଥିବା ଜଣାପଡିଛି ।

୨୦୧୬ ମସିହା ରେ ଯେତେବେଳେ ହଠାତ ଦେଶରେ ନୋଟର ପରିବର୍ତ୍ତନ କରାଗଲା ସେହି ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଅନେକ ପରିଶ୍ରମ ପଡିଥିଲ । ସେହି ସମୟରେ କର୍ମଚାରୀଙ୍କୁ ୩ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଅଧିକ କାମ କରିବାକୁ ପଡୁଥିଲା । ତେଣୁ ସେମାନଙ୍କୁ ଅଧିକ ଟଙ୍କା ଦେବାପାଇଁ କର୍ମଚାରୀମାନେ ଦାବୀ କରୁଥିଲେ । ବର୍ତ୍ତମାନ ସମୟରେ ଦେଇଥିବା ଟଙ୍କା ଫେରାଇନେବା ପାଇଁ ଭାରତୀୟ ଷ୍ଟେଟବ୍ୟାଙ୍କ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ବିରୋଧ କରାଯିବ ବୋଲି ବ୍ୟାଙ୍କ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ବ୍ୟାଙ୍କ କର୍ମଚାରୀଙ୍କୁ ୩୦,୦୦୦ ଓ ଅନ୍ୟ କର୍ମଚାରୀଙ୍କୁ ୧୭,୦୦୦ ପର୍ଯ୍ୟନ୍ତ ଅଧିକ ଅର୍ଥ ଦେଇଥିଲା ବ୍ୟାଙ୍କ । କିନ୍ତୁ ବର୍ତ୍ତମାନ ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି ଯେଉଁ ଅଧିକ ଅର୍ଥ ଦିଆଯାଇଥିଲା ତାହା ପୁଣି ଫେରାଇ ନେବା ପାଇଁ କୁହାଯାଇଛି । ତେବେ ଯେଉଁମାନେ ହାଇଦ୍ରାବାଦ, ଜୟପୁର, ମହୀଶୁର, ପଟିଆଲର କର୍ମଚାରୀମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ ।

ତେବେ ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ସମସ୍ତ ଡିଭିଜନ ଜୋନାଲ ଅଫିସରମାନଙ୍କୁ କୁହାଯାଇଛି ଯେ, କେବଳ ସେମାନେ ନିଜ କର୍ମଚାରୀଙ୍କ ଅର୍ଥ ପ୍ରଦାନ କରିବେ । ଅନ୍ୟ ଆସୋସିଏଟ କର୍ମଚାରୀଙ୍କ ଟଙ୍କା ଫେରାଇ ନେବା ପାଇଁ କୁହାଯାଇଛି । ତେବେ ନୋଟବନ୍ଦୀ ସମୟରେ ଯେଉଁ ଅଧିକ ସମୟ ଅନ୍ୟ କର୍ମଚାରୀମାନେ କାମ କରିଥିଲେ ସେମାନଙ୍କୁ ଟଙ୍କା ଦେବାର ଦାୟିତ୍ୱ ଏସବିଆଇର ନୁହେଁ । କାରଣ ଅଧିକ ଟାଇମ କାମ ସେମାନେ ଏସବିଆଇ ଅଧିନରେ କରିନଥିଲେ ।