ସ୍ମାର୍ଟ ଜୀବନ ବିତାଇବାକୁ ଚାହୁଁଛନ୍ତି କି ? ତେବେ ୱେବ ସିଟିରେ ରହି ସମସ୍ତ ଅତ୍ୟାଧୁନିକ ସେବାର ସୁବିଧା ପାଆନ୍ତୁ

41

କନକ ବ୍ୟୁରୋ : ଆଜିକାଲି ବ୍ୟସ୍ତତା ଜୀବନ ଭିତରେ ଲୋକମାନେ ଖୁସିରେ ରହିବାକୁ ଭଲପାଉଛନ୍ତି । ଯଦି ଲୋକମାନେ ରହୁଥିବା ପାଖରେ ସେମାନଙ୍କର ସୁବିଧା ଅନୁସାରେ ସମସ୍ତ ସାମଗ୍ରୀ ମିଳିଲା ତେବେ ସେଠାରେ ରହିବା ପାଇଂ ଆହୁରି ସୁବିଧା ହୋଇଥାଏ । ମଣିଷର ମନ ଅନୁସାରେ ତାକୁ ସମସ୍ତ ଜିନିଷ ମିଳିଲେ ସେମାନେ ଅଧିକ ଖୁସି ହୋଇଥାଆନ୍ତି । ବେବ ସିଟି ଇଣ୍ଟିଗ୍ରେଟେଡ ଟିନାରିଓ ରହୁଥିବା ମନିଷ କାପୁରଙ୍କ କହିବା ଅନୁସାରେ, ମେତେ ଏଠାରେ ରହିବାକୁ ଭଲଲାଗେ । କାରଣ ଆଜିକାଲି ଅନ୍ୟ ସହରମାନଙ୍କରେ ଯେପରି ଭାବରେ ପ୍ରଦୂଷଣ ହେଉଛି ତାହା ଏଠାରେ ନାହିଁ ତେଣୁ ଏଠାରେ ଭଲ ଲାଗେ । ଏହାସହ ମେତେ ଏଠାରେ ସମସ୍ତ ସାମଗ୍ରୀ ସୁବିଧାରେ ମିିଳିଯାଉଛି ତେଣୁ ଅନ୍ୟ ସମସ୍ତ ସ୍ଥାନମାନଙ୍କ ଅପେକ୍ଷା ମତେ ଏଠାରେ ରହିବାକୁ ଭଲଲାଗେ ।

ମଣିଶ ସବୁବେଳେ ସୁବିଧାରେ ବଚିଂବାକୁ ଇଚ୍ଛା କରେ । ସମସ୍ତେ କିପରି ଭାବରେ ଭଲରେ ରହିବେ ସେହି କଥା ଚିନ୍ତା କରନ୍ତି ତେଣୁ ନିଜ ସୁବିଧା ଅନୁସାରେ ସେମାନେ ରହିବାକୁ ମଧ୍ୟ ପସନ୍ଦ କରନ୍ତି । ୱେବ ସିଟି ଭାରତର ପ୍ରଥମ ୧୪ଲେନ ଜାତୀୟ ରାଜପଥ ଏନଏଚ-୨୪ ନିକଟରେ ରହିଛି । ତେବେ ସେଠାରେ ମିଳୁଥିବା ସୁବିଧା ସମସ୍ତଙ୍କ ଜୀବନକୁ ସୁରକ୍ଷା ଓ ଆରମ ଦାୟକ କରିଥାଏ । ତେବେ ୱେବ ସିଟି ଡ୍ରିମ ହୋମ ଓ ୱେବ ଏକ୍ସଜ୍ୟୁକେଟିଭ ଫ୍ଲୋର୍ସର ନିର୍ମାଣ ହାଇଟେକ ଜୀବନ ଶୈଳୀପରି ନିର୍ମାଣ କରାଯାଇଛି । ୱେବ ସିଟିରେ ସମସ୍ତଙ୍କର ସୁରକ୍ଷା ସଠିକ ଭାବରେ ରଖାଯାଏ । ଏହାକୁ ପ୍ରତ୍ୟେକ ସମୟରେ ୨୦୦ଜଣ ଗାର୍ଡ ଜଗିରହିଥିବା ଜଣାଯାଏ । ଏହାସହ ୱେବ ସିଟିରେ ୨୪ଘଣ୍ଟିଆ ପାଣି ଓ ବିଦ୍ୟୁତର ସୁବିଧା ରହିଛି । ଏହାସହ ସ୍ମାର୍ଟ ଇଲେକ୍ଟ୍ରି ଗ୍ରୀଡ, ଗ୍ୟାସ ପାଇପ ଲାଇନ, ଷ୍ଟ୍ରୀଟ ଲାଇଟ ଅଟୋମେସନ, ମାଇଁ ସିଟି ଆପ ସହ ପରିବହନ ସୁବିଧା ମଧ୍ୟ ରହିଛି ।

 

ତେବେ ଆପଣ ଯଦି ବାହାରେ କେଉଂଠାରେ ରହୁଛନ୍ତି ତେବେ ଗରମ ଦିନରେ ଆପଣ ପାଣି ଓ ଇଲେକ୍ଟ୍ରି ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ତେବେ ଏଠାରେ ଆପଣଙ୍କୁ ସେପରି କୈାଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁବିଧା ସହ ସୁନ୍ଦର ବଗିଚା ମଧ୍ୟ ରହିଛି । ୱେବ ସିଟିରେ ରହୁଥିବା ଲୋକମାନେ ଅନେକ ପ୍ରକାର ସୁବିଧା ପାଇଥାଆନ୍ତି । ଯଦି କେବେ କାହାର ଅସୁବିଧା ହୁଏ ତେବେ ସେହି ସମୟରେ ତାହର ଅନୁଧ୍ୟାନ କରାଯାଏ । ତେବେ ମୋଟ ଉପରେ କହିବାକୁ ଗଲେ ସେଠାରେ ରହୁଥିବା ଲୋକମାନେ ଅତି ଆରାମାରେ ନିଜର ପରିବାର ସହ ଅତ୍ୟାଧୁନିକ ସେବା ପାଉଛନ୍ତି । ଦିନକୁ ଦିନ ଏହିଠାରେ ଦେଶର ବିଭିନ୍ନ ଲୋକମାନେ ରହିବାକୁ ପାଆନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ଏହି ୱେବ ସିଟି ବିଷୟରେ ଅଧିକ ଜାଣିବା ପାଇଁ ୧୮୦୦-୧୦୨-୩୯୫୭ ନମ୍ବରକୁ ଯୋଗାଯୋଗ କରିପାରିବେ ।