ଛାତ୍ର ଛାତ୍ରୀମାନଙ୍କ ପାଇଁ ଖୁସି ଖବର ! ପାଠପଢାରେ ସାହାଯ୍ୟ କରିବ ଏହି ଚାରୋଟି ଆପ ।

66

ବିଦ୍ୟାର୍ଥୀ ମାନଙ୍କ ପାଠପଢା ସମ୍ବନ୍ଧୀୟ ଅନେକ ଆପ ଇଣ୍ଟରନେଟରେ ଫ୍ରିରେ ଉପଲବ୍ଧ ରହିଛି । ଆଜିକାଲି ଯୁଗରେ ଅଧିକତମ କାମ ସ୍ମାର୍ଟ ଫୋନ ଏବଂ ଇଣ୍ଟରନେଟ ଜରିଆରେ ହୋଇ ପାରୁଛି । ପ୍ରତିଟି ବହି ଇଣ୍ଟରନେଟରେ ମିଳିଯାଉଥିବାରୁ ଛାତ୍ର ଛାତ୍ରୀମାନଙ୍କୁ ବହି କିଣିବାକୁ ପଡୁନାହିଁ କିମ୍ବା ବହି ଧରି ପଢିବାକୁ ପଡୁନାହିଁ । ଠିକ ସେହିଭଳି ଲୋକମାନଙ୍କ ମନରେ ଏବେ ଗୋଟେ ପ୍ରଶ୍ନ ଉଠିଛି କି, ସ୍କୁଲ ପିଲାମାନଙ୍କ ପାଠପଢାରେ କୌଣସି ଆପ ସାହାଯ୍ୟ କରିପାରିବ କି ? ଆଜ୍ଞା ହଁ, ଏବେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପଠପଢାରେ ସାହାଯ୍ୟ କରିବା ପାଇଁ ଗୁଗୁଲ ପ୍ଲେଷ୍ଟୋରରେ କିଛି ଆପ ଉପଲବ୍ଧ କରାଯାଇଛି । ତେବେ ଆସନ୍ତୁ ଜାଣିବା ସେହି ଆପ ଗୁଡିକ କଣ ।

ଇଷ୍ଟୁଡାଇଜ୍ ପ୍ରୋ- ଲେଜେଣ୍ଡାରି ପ୍ଲାନର

ଡେ-ପ୍ଲାନ ପାଇଁ ଏହା ସବୁଠାରୁ ବିଶ୍ୱସନୀୟ ଏବଂ ଏକ କାର୍ଯ୍ୟକାରୀ ଆପ ପ୍ରମାଣିତ ହୋଇଛି । ଏହି ଆପ ସାହାଯ୍ୟରେ ବିଦ୍ୟାର୍ଥୀମାନେ ସିଡ୍ୟୁଲ ଅର୍ଗାନାଇଜ କରିପାରିବେ । ଏଥି ସହିତ ବିଦ୍ୟାର୍ଥୀମାନେ ନିଜର ହୋମୱର୍କ କରିପାରିବା ସହ ପେଣ୍ଡିଙ୍ଗ ହୋଇ ପଡିଥିବା ଆସାଇନମେଣ୍ଟ ଗୁଡିକ ମଧ୍ୟ ଦେଖିପାରିବେ ।

ମାଇଁ ହୋମୱର୍କ ଷ୍ଟୁଡେଣ୍ଟ ପ୍ଲାନ

ଏହି ଆପ ଦ୍ୱାରା ବିଦ୍ୟାର୍ଥୀ କାର୍ଯ୍ୟକ୍ରମର ସୂଚି ଠାରୁ ଆରମ୍ଭ କରି କ୍ଲାସ ୱର୍କ ଏବଂ ହୋମୱର୍କ ଯାଏ ସମସ୍ତ ରେକର୍ଡ ରଖିପାରିବେ । ଏଥି ସହିତ ଏହି ଆପ ସାହାଯ୍ୟରେ ଟେଷ୍ଟ ଏବଂ ପରିକ୍ଷା ସମ୍ବନ୍ଧୀତ ରିମାଇଣ୍ଡର ମଧ୍ୟ ଲଗାଇ ପାରିବେ ।

ଫ୍ରି ଗ୍ରାଫିକ୍ସ କାଲକୁଲେଟର

ଏହି ଆପ ହିସାବ କିତାବ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ସମାଧାନ କରିପାରିବ ଯାହା ସାଧାରଣ କାଲକୁଲେଟର ସମାଧାନ କରିପାରିନଥାଏ । ଯେପରିକି ସ୍କୋୟାର ରୁଟ ଏବଂ କ୍ୟୁବ ରୁଟ, ଅର୍ଥମେଟିକ ଫଙ୍ଗସନ, ନ୍ୟାଚୁରାଲ ଲଗ ଆଦି । ଏଥି ସହିତ କଷ୍ଟରୁ ଅତି କଷ୍ଟ ଗଣିତକୁ ଅତି ସହଜରେ ସମାଧାନ କରିପାରୁଛି ଏହି ଆପ ।

ଅଫିସ ଲେନ୍ସ

ଏହି ଆପ ଏକ ସ୍କାନର ଭଳି କାମ କରିଥାଏ । ଏହି ଆପ ଜରିଆରେ ବିଦ୍ୟାର୍ଥୀ ମାନେ କ୍ଲାସରୁମରେ କରିଥିବା କାମ ଏବଂ ନୋଟକୁ ସ୍କାନ କରି ସେୟାର କରିପାରିବେ ।