ଶ୍ରୀୟାକୁ ମିଳିଲା ନୂଆ ପରିଚୟ ! ପଶ୍ଚିମବଙ୍ଗ ଦମ୍ପତିଙ୍କୁ ଆଇନ ମୁତାବକ କରାଗଲା ହସ୍ତାନ୍ତର

44

କନକ ବ୍ୟୁରୋ: ଦଶମନ୍ତପୁରର ସ୍ୱତନ୍ତ୍ର ପୋଷ୍ୟସନ୍ତାନ ଗ୍ରହଣକାରୀ କେନ୍ଦ୍ରରେ ଥିବା ଶ୍ରୀୟାକୁ ମିଳିଛି ନୂଆ ପରିଚୟ । ପୋଷ୍ୟସନ୍ତାନ ପାଇଁ ଆବେଦନ କରିଥିବା ପଶ୍ଚିମବଙ୍ଗର ପ୍ରଥମ ଦମ୍ପତିକୁ ଆଇନ ଅନୁସାରେ ଶ୍ରୀୟାକୁ ହସ୍ତାନ୍ତର କରାଯାଇଛି । ଗତବର୍ଷ ଜୁଲାଇ ୧୧ ତାରିଖରେ ବୋରିଗୁମ୍ମାର ଏକ ନୀଳଗିରି ଜଙ୍ଗଲରେ ମାର ଶବ ନିକଟରୁ ଏହି ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ଜଙ୍ଗଲରେ ଶିଶୁଟି ଗୁରୁଣ୍ଡି ଗୁରୁଣ୍ଡି କାନ୍ଦୁଥିବାବେଳେ କିଛି ଲୋକ ଖବର ପାଇ ପୋଲିସକୁ ଖବର ଦେଇଥିଲେ । ଶ୍ରୀୟାର ପରିଚୟ ପୁଲିସ ଖୋଜି ନ ପାଇବା ପରେ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାର ବାଟ ଫିଟିଥିଲା। ଏଥିନେଇ କାରାକୁ ଜଣାଇଥିଲା। କାରା ୱେବସାଇଟ ତଥ୍ୟ ଆଧାରରେ ହାଇଦ୍ରାବାଦର ଜଣେ ସଫଟେଓ୍ଵୟାର ଇଂଜିନିୟର ଶ୍ରୀୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଛା ପ୍ରକାଶ କରିଛନ୍ତି । ଏହି ପରିବାର ହାଇଦ୍ରାବାଦରେ ରହୁଥିବାବେଳେ ୫ ଦିନ ତଳେ ଶ୍ରୀୟାକୁ ଦେଖିବାକୁ ଦଶମନ୍ତପୁର ଆସିଥିଲେ । ଏବେ ଆଇନ ଅନୁସାରେ ପୋଷ୍ୟ ସନ୍ତାନ ଭାବେ ସେମାନଙ୍କୁ ହସ୍ତାନ୍ତର କରାଯାଇଛି ।