ଭାଇକୁ ସାଇକେଲ ଦେବା ପାଇଁ ଉଭଣୀ କରୁଛି ପଥର କାମ ! ବାପାଙ୍କ ମୃତ୍ୟୁ ପରେ ମାତ୍ର ୬ ବର୍ଷ ବୟସରୁ ମା’କୁ ସାହାଯ୍ୟ କରୁଛନ୍ତି ରୋତନା

107

ଜୀବନରେ କେତେବେଳ କ’ଣ ହେବ କିଛି କହିହେବନାହିଁ । ମଣିଷ ଜୀବନରେ ସ୍ଥାୟୀ ବୋଲି କିଛି ନାହିଁ । କେତେବେଳେ ଯେ କ’ଣ ହେବ କିଏ କହିବ ? ବର୍ତ୍ତମାନର ଦୁନିଆରେ ଜୀବନ ଜୀଇଁବା ବେଳେବେଳେ ଭାରି କଷ୍ଟକର ହୋଇପଡ଼େ । ତେବେ ମୁସ୍କିିଲ ସମୟରେ ଛୋଟ ଛୋଟ ପିଲାଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡ଼େ । ଏପରି କିଛି ହୋଇଛି ବଙ୍ଗଲାଦେଶ ରୋତନା ଅଖତରରଙ୍କ ସହ । ରୋତନା ଛୋଟ ବୟସରୁ ହିଁ ନିଜ ବିଧବା ମା’ର ବୋଝ କମ୍ କରିବା ପାଇଁ କାମ କରିବା ଆରମ୍ଭ କରିଦେଇଛନ୍ତି । ଖେଳକୁଦ ବୟସରେ ପଥର ଭାଙ୍ଗୁଛନ୍ତି । ଭାଇର ପାଠପଢ଼ା ତଥା ମା’କୁ ସାହାଯ୍ୟ କରିବା ପାଇଁ ନାହିଁନଥିବା କଷ୍ଟ କରୁଛନ୍ତି । ରୋତନାଙ୍କ ହୃଦୟସ୍ପର୍ଷୀ କାହାଣୀକୁ ଜଣେ ବାଙ୍ଗଲାଦେଶୀ ଫଟୋଗ୍ରାଫର ଜିଏମବି ଅକାଶ ତାଙ୍କ ଫେସବୁକ୍ ପେଜରେ ଶେୟାର କରିଛନ୍ତି । ସୋସିଆଲ ମିଡ଼ିଆରେ ରୋତନାଙ୍କ କାହାଣୀ ପଢ଼ି ଲୋକଙ୍କ ଆଖିରେ ଲୁହ ଆସିଯାଉଛି । ଆଉ ଏହାକୁ ବହୁତ ଲୋକେ ଶେୟାର କରୁଛନ୍ତି । ପୋଷ୍ଟ ଅନୁସାରେ ରୋତନା କହିଛନ୍ତି, ୬ ବର୍ଷ ବୟସରୁ ହିଁ ଏକ ସଡ଼କ ଦୁର୍ଘଟଣାରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ । ଯାହାପରେ ତାଙ୍କ ପରିବାର ରାସ୍ତାରେ ରହିବା ପାଇଁ ବାଧ୍ୟ ହୋଇଗଲେ ।

ଭୋକ ଓପାସରେ କଟିଥିଲା ଅନେକ ଦିନ । ବାପାଙ୍କ ମୃତ୍ୟୁ ପରେ ତାଙ୍କ ପାଖରେ ନାଁ ଥିଲା ଟଙ୍କା ନାଁ ଥିଲା ଖାଦ୍ୟ । ଏବେ ୧୨ ବର୍ଷର ହୋଇଥିବା ରୋତନା କହିଛନ୍ତି, ବାପାଙ୍କ ମୃତ୍ୟୁ ପରେ କିଛି ଦିନ ପରେ ମା’ କାରଖାନାରେ ପଥର ଭାଙ୍ଗିବା କାମ ଆରମ୍ଭ କଲେ । ରୋତନା କହିଛନ୍ତି ସେ ସମୟରେ ମା’ଙ୍କର ମାନସିକ ଓ ଶାରୀରିକ ସ୍ଥିତି କିଛି ବି ଠିକ୍ ନଥିଲା । ସ୍ୱାମୀଙ୍କ କଥା ମନେପକାଇ ସବୁବଳେ କାନ୍ଦୁଥିଲେ । ତାଙ୍କ ମା’ବାପା ଭଲ ପାଇ ବିବାହ କରିଥିବାରୁ ତାଙ୍କୁ ପରିବାର ଲୋକେ ଆପଣାଉନଥିଲେ । ବାପାଙ୍କ ଯିବାପରେ ମା’ର ଏକା ରେଜାଗାର କିଛି ଅଂଟୁ ନଥିଲା । ସେଥିପାଇଁ ମାତ୍ର ୬ ବର୍ଷ ୟବସରୁ ହିଁ ଖେଳକୁଦ ବୟସରେ ସେ କାମ ଆରମ୍ଭ କରିଥିଲେ ।

ରୋତନା କହିଛନ୍ତି ତାଙ୍କ ବାପାଙ୍କର ଇଚ୍ଛା ଥିଲା ସେମାନେ ଭାଇ , ଭଉଣୀ ପାଠ ପଢ଼ନ୍ତୁ । କିନ୍ତୁ ବାପାଙ୍କ ମୃତ୍ୟୁ ପରେ ମୋ ପାଠପଢ଼ା ସମ୍ଭବପର ହୋଇପାରିଲା ନାହିଁ । ରୋତନା କହିଛନ୍ତି ମୁଁ ଏବେ କାମ କରି ଏତିକି ରୋଜଗାର କରୁଛି ଯଦ୍ୱାରା ମୋ ଭାଇର ପାଠପଢ଼ା ଖର୍ଚ୍ଚ ବହନ କରିପାରିବବ । ଭାଇ ଭଲ ପାଠ ପଢ଼ୁଛି ଓ ଚଳିତ ବର୍ଷ ସ୍କୁଲରେ ଦ୍ୱିତୀୟ ସ୍ଥାନରେ ଆସିଛି । ତେବେ ବିଗତ ୬ ମାସ ହେଲା ରୋତନା ଟିକିଏ ଅଧିକ କାମ କରୁଛନ୍ତି, ଯଦ୍ୱାରା ତାଙ୍କ ଭାଇଙ୍କୁ ଗୋଟିଏ ସାଇକେଲ କିଣି ଦେଇପାରିବେ । ସାଇକେଲ କିଣିବା ପରେ ଚାଲି ଚାଲି ତାକୁ ସ୍କୁଲ ଯିବାକୁ ପଡ଼ିବ ନାହିଁ । ରୋତନା କହିଛନ୍ତି ତା’ ଭାଇ କହୁଛି ସେ ଯେତେବେଳେ ବଡ଼ ହେବ ,ଭଲ ଚାକରୀ କରିବ ଆଉ ଭଉଣୀକୁ ବିଲକୁଲ କାମ କରିବା ପାଇଁ ଦେବ ନାହିଁ ।