ଶ୍ରୀନଗରର କରନ ନଗରରେ ୨୬ ଘଂଟା ଧରି ଆତଙ୍କବାଦୀଙ୍କ ସହ ଏନକାଂଉଟର ଜାରି ! ଜଣେ କନଷ୍ଟେବଳ ସହିଦ

33

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରର ଶ୍ରୀନଗରରରେ ଗତ ୨୬ ଘଂଟା ଧରି ଏନକାଂଉଟ ଜାରି ରହିଛି । ଗତକାଲି ସହରର କରନ ନଗଗରରେ ଥିବା ସିଆରିପିଏଫ ହେଡକ୍ୱାଟର ଉପରେ ଆତଙ୍କବାଦୀ ଉଦ୍ୟମ କରିଥିଲେ । ଏବେ ବି ନିକଟସ୍ଥ ଅଚଂଳରେ ଆତଙ୍କବାଦୀମାନେ ଲୁଚିଥିବାରୁ ଗୁଳିବିନିମୟ ଜାରି ରହିଛି । ଏଥିରେ ଜଣେ ସିଆରପିଏଫ କନଷ୍ଟେବଳ ସହିଦ ହୋଇଛନ୍ତି । ଗତକାଲି ଭୋରରରେ ଏହି ଆକ୍ରମଣ ହୋଇଥିଲା । ଆତଙ୍କବାଦୀମାନେ ହେଡକ୍ୱାର୍ଟରରେ ପଶିବାକୁ ଉଦ୍ୟମ କରୁଥିବାବେଳେ ସିଆରପିଏଫ ଜବାନଙ୍କ ପାଲଟା ଗୁଳିଚାଳନାରେ ଛତ୍ରଭଙ୍ଗ ଦେଇଥିଲେ । ଏହା ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେନ ଆରମ୍ଭ ହୋଇଛି । ସୁଂଜୁଆନ୍ ଓ ଶ୍ରୀନଗରରେ ଆତଙ୍କୀ ହମଲାର କଡା ଜବାବ ଦିଆଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସେପଟେ କିନ୍ତୁ ପାକିସ୍ତାନ ସହ ଆଲୋଚନା କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ।

curfew

ସୁଞ୍ଜଓ୍ଵାନ୍ ସେନା ଶିବିରରେ ଅତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରିବା ଆଶଙ୍କା କରି ପାକିସ୍ତାନ ଭୟଭୀତ ହୋଇପଡ଼ିଛି । ତେଣୁ ଆଗୁଆ ଭାରତ ସରକାରଙ୍କୁ ଚେତାବନୀ ଦେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ବିନା କୌଣସି ତଦନ୍ତରେ ଭାରତ ପାକିସ୍ତାନକୁ ଏହି ଆକ୍ରମଣ ପାଇଁ ଦୋଷୀ କରିପାରିବ ନାହିଁ ଏବଂ ସର୍ଜିକାଲ ଷ୍ଟ୍ରାଇକ୍ ପରି ସୀମାପାର ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ । ୨୦୧୬ରେ ଉରିରେ ସେନା ଶିବିର ଉପରେ ଆକ୍ରମଣ ପରେ ଭାରତୀୟ ସେନା ପାକ୍ ଅଧିକୃତ କଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ୍ କରି ପାକିସ୍ତାନୀ ରେଞ୍ଜର୍ସଙ୍କ ନିଦ ହଜାଇ ଦେଇଥିଲା । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୧୮ ଜଣ ଯବାନ୍ ସହିଦ୍ ହେବା ପରେ ଭାରତ ପ୍ରତିଶୋଧ ନେବାକୁ ଯାଇ ସର୍ଜିକାଲ ଷ୍ଟ୍ରାଇକ୍ କରି ପ୍ରାୟ ୫୦ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଏବେ ସୁଞ୍ଜଓ୍ଵାନ୍ ସେନା ଶିବିର ଉପରେ ହୋଇଥିବା ଆକ୍ରମଣରେ ୫ଜଣ ଯବାନ୍ ସହିଦ ହେବ ।

ସହ ଜଣେ ଯବାନଙ୍କ ପିତା ମଧ୍ୟ ପ୍ରାଣ ହରାଇଛନ୍ତି । ଏଥି ସହିତ ୧୩ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀଙ୍କ ପାଖରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରଠୁ ନେଇ ସେମମାନଙ୍କ ପରିଚୟ ପତ୍ର ଯାଏଁ ସବୁକିଛି ପାକିସ୍ତାନର ବୋଲି ଜଣାପଡ଼ିଛି। ଏହି ଆକ୍ରମଣ ପାଇଁ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ଏବଂ ଲସ୍କର ନିଜକୁ ମିଳିତ ଭାବେ ଦାୟୀ ମଧ୍ୟ କରିଛି । ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ହେଇଥିବା ବେଳେ ଜିହାଦ ନାମରେ ସାରା ବିଶ୍ୱରେ ଆତଙ୍କ ଖେଳାଇବାକୁ ପାକିସ୍ତାନ ପ୍ରୟାସ ଜାରି ରଖିଥିବା କଥା କାହାକୁ ଅଛପା ନାହିଁ । ଏଭଳି ସ୍ଥିତିରେ ଭାରତର ସୀମାପାର କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ପାକିସ୍ତାନ ବୟାନବାଜୀ ଆରମ୍ଭ କରିଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକ୍ସେନାକୁ ଭାରତୀୟ ସେନା କଡ଼ା ଜବାବ ଦେଉଛି । ପାକିସ୍ତାନ ପଟେ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ କଶ୍ମୀରରେ ଶାନ୍ତି ନଷ୍ଟ କରବାକୁ ଆତଙ୍କବାଦୀଙ୍କୁ ପାକ୍ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ ସବୁ ସହାୟତା ଯୋଗାଇ ଦେଉଛନ୍ତି ।