ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ ! ପଡିଆରେ ମାସ୍କ ପିନ୍ଧି କ୍ରିକେଟ ଖେଳିଲେ ଖେଳାଳି, ବିରାଟ ରଚିଲେ ଇତିହାସ

35

ଦିଲ୍ଲୀର ଫିରୋଜଶାହା କୋଟଲାରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କେତେ ତାହା ସ୍ୱଷ୍ଟ ଦର୍ଶାଉଥିଲା । ପ୍ରଦୂଷଣର ମାତ୍ରା ଏତେ ଅଧିକ ଥିଲା ଯେ କିଛି ସମୟ ପାଇଁ ଖେଳ ବନ୍ଦ କରିବାକୁ ପଡିଥିଲା । ବିରାଟଙ୍କ ବ୍ୟାଟି ଶ୍ରୀଲଙ୍କା ବୋଲରଙ୍କ ଯେତିକି ଚିନ୍ତା ବଢାଇନଥିଲା ତାହାଠାରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ଶ୍ରୀଲଙ୍କା ଖେଳାଳୀଙ୍କ ପାଇଁ ଅଧିକ ଚିନ୍ତା ବଢାଇ ଦେଇଥିଲା ।

stadium-during-december-between-2017photo-prashant-sportzpics_1116c82a-d7fc-11e7-8802-68a15924f886ଦିଲ୍ଳୀର ଭୟଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ପୂରା ସହର କୁହୁଡି ଓ କାକର ଘେରରେ ରହିଛି । ଏଭଳି ସ୍ଥିତିରେ ମ୍ୟାଚ ଚାଲୁଥିବା ବେଳେ ଶ୍ରୀଲଙ୍କା ପ୍ଲେୟାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତେଣୁ ଲଞ୍ଚ ପରେ ଶ୍ରୀଲଙ୍କା ଖେଳାଳି ପଡିଆକୁ ମାସ୍କ ପିନ୍ଧି ଓହ୍ଲାଇଥିଲେ । କେବଳ ଶ୍ରୀଲଙ୍କା ଖେଳାଳି ନୁହଁନ୍ତି ଗ୍ରାଉଣ୍ଡ ବାହାରେ ବସିଥିବା ସପୋର୍ଟ ଷ୍ଟାଫ ମଧ୍ୟ ମାସ୍କ ପିନ୍ଧି ବସିଥିବାର ନଜରକୁ ଆସିଥିଲେ । ତେବେ ପଡିଆ ଭିତରେ ଭାରତୀୟ ଖେଳାଳି କିମ୍ବା ଅମ୍ପାୟର ମାସ୍କ ପିନ୍ଧିନଥିଲେ । ଏନେଇ ଶ୍ରୀଲଙ୍କା ଦଳର ଅଧିନାୟକ ଚାଣ୍ଡିମାଲ ଭାରତର ଅଧିନାୟକ ବିରାଟ କୋହଲି ଓ ଅମ୍ପାୟରଙ୍କ ସହ ଆଲୋଚନା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଅନ୍ୟପଟେ ପ୍ରଦୂଷଣ ଯୋଗୁଁ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ଅଭିଯୋଗ ଆଣି ପଡିଆ ଛାଡିଥିଲେ ଶ୍ରୀଲଙ୍କାର ୨ଜଣ ଦ୍ରୁତ ବୋଲର । ପ୍ରଥମେ ଲାହିରୁ ଗମାଗୋ ଓ ପରେ ସୁରଙ୍ଗା ଲକମଲ ପ୍ରଶ୍ୱାସ ନେବାରୁ ଅସୁବିଧା ହେଉଥିବା ଅଭିଯୋଗ କରି ପଡିଆ ଛାଡି ଥିଲେ ।

ତେବେ ଏସବୁ ଭିତରେ ବିରାଟ କୋହଲିଙ୍କ ବିରାଟ ସୋ ଦେଖିବାକୂୁ ମିଳିଥିଲା । ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲେ ବିରାଟ । ହୋମଗ୍ରାଉଣ୍ଡରେ କ୍ୟାରିଅରର ୬ଷ୍ଠ ଦ୍ୱିଶତକ ହାସଲ କରିବା ସହ ଅଧିନାୟକ ଭାବେ ସବୁଠାରୁ ଅଧିକ ଦ୍ୱିଶତକ ହାସଲ କରିବାର ରେକର୍ଡ କରିଛନ୍ତି କୋହଲି । ଦ୍ୱିଶତକ  ହାସଲ କରିବାକୁ ବିରାଟ ୨୩୮ ବଲର ସମ୍ମୁଖୀନ ହୋଇଥିଲେ । ଏହାପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ବ୍ରାଏନ ଲାରାଙ୍କ ନାଁରେ ଥିଲା ।