ଶ୍ରୀଦେବୀଙ୍କ ଶେଷ ଦର୍ଶନ ପାଇଁ ଭିଡ ଜମିଲା, ଧଳା ଫୁଲ ଧରି ଛିଡା ହେଲେ ଲାଇନରେ : ସେଲିବ୍ରିଟି ପହଂଚିଲେ ଅନ୍ତିମ ସଂସ୍କାରରେ

45

ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀ ତାଙ୍କ ୫୦ ବର୍ଷ ଫିଲ୍ମ କ୍ୟାରିୟରେ ଭିନ୍ନ ଭିନ୍ନ ଭାଷାରେ ୩୦୦ଟି ଫିଲ୍ମ କରି ପ୍ରଶଂସକଙ୍କ ହୃଦୟରେ ଜାଗା ସୃଷ୍ଟି କରିପାରିଥିଲେ । ତେବେ ୨୪ ତାରିଖ ରାତିରେ ଦୁବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ପାର୍ଥିବ ଶରୀରକୁ ସ୍ୱଦେଶ ପହଂଚିବା ପାଇଁ ୩ ଦିନ ସମୟ ଲାଗି ଗଲା । ଶେଷରେ ଗତକାଲି ରାତି ୧୦.୩୦ରେ ତାଙ୍କ ପାର୍ଥିବ ଶରୀର ମୁମ୍ବାଇରେ ପହଂଚିଥିଲା ।

ପ୍ରଶଂସକଙ୍କମାନେ ଶ୍ରୀ ଦେବୀଙ୍କ ମୃତ ଶରୀରରେ ଫୁଲ ଦେବା ପାଇଁ ଏବେ ମଧ୍ୟ ଭିଡ ଲାଗି ରହିଛି । ତେବେ ଅନ୍ତିମ ସଂସ୍କାର ଅପରାହ୍ନ ୪ଟାରେ ଭିଲେ ପାର୍ଲେ ର ପବନ ହଂସ ସ୍ମଶାନ ଗୃହରେ କରାଯିବ ବୋଲି ଖବର ମିଳିଛି । ସେଲିବ୍ରେସନ ସ୍ପୋର୍ଟସ କ୍ଲବରେ ତାଙ୍କ ଅନ୍ତିମ ଦର୍ଶନ ପାଇଁ ପାର୍ଥିବ ଶରୀରକୁ ରଖା ଯାଇଛି । ସେଠାରେ ପରିବାର ଓ ବନ୍ଧୁବାନ୍ଧବ ବ୍ୟତୀତ ସମର୍ଥକମାନେ ମଧ୍ୟ ତାଙ୍କ ଅଭିନେତ୍ରୀଙ୍କୁ ଶେଷ ବିଦାୟ ଦେବାକୁ ପହଂଚିଛନ୍ତି । ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କ ପାର୍ଥିବ ଶରୀର ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । କୁହାଯାଉଛି କି, ରାଜସ୍ଥାନ, ଗୁଜରାଟ, ୟୁପି, ମଧ୍ୟ ପ୍ରଦେଶ ଭଳି ରାଜ୍ୟରୁ ଅଧିକ ପ୍ରସଂଶକ ଶ୍ରୀଦେବୀଙ୍କ ଶେଷ ଦର୍ଶନ ପାଇଁ ଧାଇଁ ଆସିଛନ୍ତି । ଶ୍ରୀଦେବୀଙ୍କୁ ଧଳା ଫୁଲ ଭଲ ଲାଗୁଥିବାରୁ ଅନେକ ପ୍ରଶଂସକ ଧଳା ଫୁଲ ନେଇ ପାର୍ଥିବ ଶରୀରରେ ଅର୍ପଣ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ସେଲିବ୍ରେସନ ସ୍ପୋର୍ଟସ କ୍ଲବ ବାହାରେ କିଭଳି ଦୃଶ୍ୟ ରହିଛି ।

ସେଲିବ୍ରେସନ କ୍ଲବ ବାହାରେ ପ୍ରଶଂସକମାନେ ଲମ୍ବା ଧାଡିରେ ଶ୍ରୀଦେବୀଙ୍କ ଶେଷ ଦର୍ଶନ ପାଇଁ ଛିଡା ହୋଇଥିବା ଦେଖାଦେଇଛି । କ୍ଲବ ବାହାରେ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି ଜୋର ଧରିଛି । ଏହା ବ୍ୟତୀତ ପ୍ରଶଂସକଙ୍କ ଭିଡି ମଧ୍ୟ କାଲି ରାତିରୁ ଲାଗି ରହିଛି । ତାମିଲନାଡୁରେ ଶ୍ରୀଦେବୀଙ୍କ ପୈତୃକ ଗାଁ ମିନାମପ୍ପତୀରେ ଶୋକର ଛାୟା ଖେଳିଯାଇଥିବା ବେଳେ ଗାଁର ଲୋକମାନେ ଏବେ ମଧ୍ୟ ବିଶ୍ୱାସ କରିପାରୁନାହାଁନ୍ତି କି ଶ୍ରୀଦେବୀ ଏ ଦୁନିଆଁ ଛାଡି ଚାଲିଗଲେଣି ବୋଲି । ଅରବାଜ ଖାନ ବ୍ୟତୀତ ମୋହିତ ମାରୱାହ, ନିଖିଲ ଦ୍ୱିବେଦୀ, କମେଡି ଆକ୍ଟର ରାଜପାଲ ଯାଦବ ମଧ୍ୟ ଶ୍ରୀଦେବୀଙ୍କ ଶେଷ ଦର୍ଶନ ପାଇଁ ସେଲିବ୍ରେସନ କ୍ଲବରେ ପହଚଂଛନ୍ତି । ଗତରାତିରେ ସଲମାନ ଖାନ ମଧ୍ୟ ଅନ୍ତିମ ଦର୍ଶନ ପାଇଁ ଶ୍ରୀଦେବୀଙ୍କ ଘରକୁ ପହଂଚିଥିଲେ ।