ଚକ୍ଷୁ ସମସ୍ୟା ଦୂର କରେ ପାଳଙ୍ଗ ଶାଗର ଜୁସ୍ !

162

ଶାଗ ସ୍ୱାସ୍ଥ୍ୟ ପାଇଁ ବହୁତ ଦରକାରୀ  । ଶାଗକୁ ସବୁଜ ପରିବା ରୂପେ ଗ୍ରହଣ କରାଯାଏ । ଏଥିରେ ଖାଦ୍ୟସାର A, C, K, B2, B12 ସହିତ ପ୍ରଚୁର ପରିମାଣରେ ଲୌହ ଜାତୀୟ ଶକ୍ତିସାର ରହିଥାଏ । ଏଥିରେ ଥିବା ତନ୍ତୁ ଜାତୀୟ ପଦାର୍ଥ ଶରୀର ଗଠନ କ୍ରିୟାରେ ସାହାଯ୍ୟ କରେ । ଶାଗର ଜଳଧାରଣର କ୍ଷମତା ଅଧିକ। ଏହା ଶରୀରର ପାଚନ ପ୍ରକିୟାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପେ ପ୍ରଭାବିତ କରିଥାଏ । ପ୍ରତ୍ୟେକଟି ଶାଗ ଔଷଧୀୟ ଗୁଣ ସମ୍ପନ୍ନ ।

spinachବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ପାଳଙ୍ଗ ଶାଗରେ ତିଆରି ବିଭିନ୍ନ ଜିନିଷକୁ ଖୁବ୍ ଆନନ୍ଦରେ ଖାଇଥାଆନ୍ତି  । ଖାସ୍ କରିକି ଆଜି କାଲିର ଛୋଟ ପିଲାମାନେ ସବୁଜ ପନିପରିବା ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ  । ଏପରିସ୍ଥଳେ ଆପଣ ପାଳଙ୍ଗ ଶାଗ ଜୁସ୍ ତିଆରି କରି ଆପଣଙ୍କ ଛୁଆଙ୍କୁ ପିଆଇପାରିବେ  । ଯେଉଁ ବ୍ୟକ୍ତି ପାଳଙ୍ଗ ଶାଗ ଖାଉନାହାନ୍ତି ସେମାନେ ଏବେ ପାଳଙ୍ଗ ଜୁସ୍ ପିଇପାରିବେ  । ପାଳଙ୍ଗ ଜୁସ ଭିଟାମିନ୍-ଏ, ଭିଟାମିନ୍-ଇ ଏବଂ କ୍ୟାଲସିୟମ ବହୁତ ମାତ୍ରାରେ ମିଳିଥାଏ  । ତେବେ ଆସନ୍ତୁ ଜାଣିବା ପାଳଙ୍ଗ ଜୁସ୍ ପିିଇବା ଦ୍ୱାରା କଣ ଲାଭ ମିଳିଥାଏ  ।

– ପାଚନ ପ୍ରକ୍ରିୟାକୁ ସୁଦୃଢ କରିବା ପାଇଁ ପାଳଙ୍ଗ ଜୁସ୍ ପିଇବାକୁ ଉପଦେଶ ଦିଆଯାଇଥାଏ  । ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ  । ପାଳଙ୍ଗ ଜୁସ୍ ଖାଦ୍ୟକୁ ଖୁବ୍ ଶୀଘ୍ର ହଜମ କରାଇଥାଏ  ।

– ଗର୍ଭାବସ୍ଥାରେ ମହିଳାମାନଙ୍କୁ ଆଇରନ ନହାତି ଆବଶ୍ୟକ ପଡିଥାଏ  । ପାଳଙ୍ଗରେ ଲୌହ ତତ୍ୱ ଭରପୁର ମାତ୍ରାରେ ରହିଥାଏ  । ଯାହାଦ୍ୱାରା ପାଳଙ୍ଗର ସତେଜ ଜୁସ୍ ପିଇବା ଦ୍ୱାରା ଗର୍ଭବତୀ ମହିଳାମାନଙ୍କର ଶରୀରରେ ଆଇରନ୍ ଅଂଶ କମ୍ ହୋଇନଥାଏ ଏବଂ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଭଲ ରହିଥାଏ  ।

– ପାଳଙ୍ଗରେ ଥିବା କ୍ୟାଟୋରିନ୍ ଏବଂ କ୍ଲୋରଫିଲ୍ କ୍ୟାନ୍ସରରୁ ମୁକ୍ତି  ଦେବାରେ ସାହାଯ୍ୟ କରିଥାଏ  । ଏହା ବ୍ୟତୀତ ଦୃଷ୍ଟିଶକ୍ତି ପାଇଁ ମଧ୍ୟ ଲାଭଦାୟକ ଅଟେ  । ଚିକିତ୍ସକଙ୍କ କହିବା ଅନସାରେ ଯଦି ଆଖିର ସମସ୍ୟା ଅଛି ତେବେ ପାଳଙ୍ଗ ଜୁସ୍ ସବୁଦିନ ଥରେ କିମ୍ବା ଦୁଇଥର ସେବନ କରିବା ଦ୍ୱାରା ଲାଭ ମିଳିଥାଏ  ।

– ପାଳଙ୍ଗ ଶାଗରେ ଭିଟାମିନ୍-କେ ଅଧିକ ମାତ୍ରାରେ ଅଛି  । ଏଥି ପାଇଁ ପାଳଙ୍ଗ ଜୁସ୍ ପିଇବା ଦ୍ୱାରା ବହୁତ ଦିନ ପର୍ଯ୍ୟନ୍ତ ଆପଣଙ୍କ ତ୍ୱଚା ସୁନ୍ଦର ରହିବା ସହିତ ଶରୀରର ଯୁବାବସ୍ଥା ରହିଥାଏ  । ଯେଉଁ ବ୍ୟକ୍ତି ମାନେ ନିଜ ସ୍ୱାସ୍ଥ୍ୟ ପାଇଁ ଅ ଧିକ ଚିନ୍ତିତ ରହୁଛନ୍ତି ସେମାନେ ନିୟମିତ ଭାବେ ପାଳଙ୍ଗ ଜୁସ୍ ପିଇବା ଆବଶ୍ୟକ ଅଟେ  ।