ପ୍ରାତଃସମୟରେ ଖାଆନ୍ତୁ କିସମିସ୍ ! ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

73

ସାଧାରଣତଃ ଖିରିରେ କିସମିସର ବ୍ୟବହାର କରାଯାଏ । ଆମେ କିସମିସ୍ ଖାଇବାକୁ ପାଇଥାଉ । ଏହା ଖିରିକୁ ଅଧିକ ସ୍ୱାଦିଷ୍ଟ କରିଥାଏ । କେବଳ ଖିରିରେ ନୁହେଁ ଅନେକ ମିଠା ଜାତୀୟ ଦ୍ରବ୍ୟ ତିଆରି ସମୟରେ କିସମିସର ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଖାଲି କିସମିସ ଖାଇଲେ ମଧ୍ୟ ଅନେକ ଉପକାର ମିଳିଥାଏ । ଏହା ଶରୀରକୁ ଫାଇଦା ଦେଇଥାଏ । କିସମିସରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଏ ରହିଛି । ଏଣୁ ପ୍ରତିଦିନ କିଛି କିସମିସ ଖାଇଲେ ତାହା ଆଖି ପାଇଁ ଭଲ । ଏହା ଆଖିର ଉଜ୍ଜ୍ୱଳତା ବଢ଼ାଏ । ତା’ଛଡ଼ା ଆଖିର ମାଂସପେଶୀକୁ ମଜଭୁତ କରିଥାଏ ।

ଯଦି କାହାର ଶରୀରରେ ରକ୍ତର ମାତ୍ରା କମ୍ ଅଛି ତେବେ ସେ କିସମିସ ଖାଇବା ନିହାତି ଦରକାର,କାରଣ ଏହା ରକ୍ତହୀନତା ଦୂର କରିବାରେ ସହାୟକ ହୋଇଥାଏ। କିସମିସ୍ ଖାଇବା ଦ୍ୱାରା ଆଉ ଏକ ଉପକାର ବି ହୋଇଥାଏ । ତାହା ହେଲା ଯେ ଏହା ହଜମ କ୍ରିୟାରେ ସହାୟକ ହୋଇଥାଏ । ଏହା ଖାଇଲେ କୋଷ୍ଠ କାଠିନ୍ୟତାର ସମସ୍ୟା ଦେଖା ଦିଏ ନାହିଁ । ଆଉ ଏକ କଥା ହେଲା ଯେ କିସମିସ ଖାଇବା ଫଳରେ ଶରୀରର ରୋଗ ପ୍ରତିରୋଧ ଶକ୍ତି କ୍ଷମତା ବି ବଢ଼ିଥାଏ । ଯଦି ସକାଳେ ଜଳରେ କିସମିସ ଭିଜାଇ ତାର ପାଣିକୁ ପିଇବେ ତବେ ଉପରୋକ୍ତ ଲାଭ ବି ମିଳିବ ।