ଜୀବନ ନେଇଗଲା ଇୟରଫୋନ ! ରେଳ ଚକାତଳେ ଲିଭିଗଲା ୬ଜଣଙ୍କର ଜୀବନ ଦୀପ

34

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣାକ୍ରମରେ ଏକାବେଳେ ୬ଟି ଜୀବନ ଯାଇଛି । କାନରେ ଇୟରଫୋନ୍ ଦେଇ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ରେଳ ଚକାତଳେ ୬ ଜୀବନ ଦୀପ ଲିଭିଛି । ଉତ୍ତରପ୍ରଦେଶର ହପୁର ଜିଲ୍ଲାର ପିଲାକୁହା ସହରରେ ଉକ୍ତ ଦୁର୍ଘଟଣାଟି ଘଟିଛି।

ସୂଚନାନୁଯାୟୀ, ବିଳମ୍ବିତ ରାତିରେ ୭ଜଣ ବନ୍ଧୁ ସ୍ଥାନୀୟ ସାଦିକପୁରାରେ ଦିଲ୍ଲୀ-ଲକ୍ଷ୍ନୌ ରେଳଧାରଣା ଅତିକ୍ରମ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । କାନରେ ଇୟୟଫୋନ୍ ଦେଇଥିବା ହେତୁ ସେମାନେ ଟ୍ରେନର ହର୍ନକୁ ଶୁଣିପାରିନଥିଲେ। ଫଳରେ ଟ୍ରେନ୍ ପିଟିଦେବାଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ପ୍ରାଣହାନୀ ହୋଇଥିଲା। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି ।

ସେହିପରି ବଞ୍ଚିରହିଥିବା ଅନ୍ୟଜଣଙ୍କ ଅବସ୍ଥା ଏବେ ଅତୀବ ସଙ୍କଟାପନ୍ନ ରହିଛି । ସେମାନେ ହାଇଦ୍ରାବାଦରେ ଏକ ଭୋଜିରେ ରୋଷେୟା ଭାବେ କାମ କରିବାପାଇଁ ରବିବାର ସକାଳେ ଘର ଛାଡ଼ିଥିଲେ । ତେବେ ସେମାନଙ୍କ ଟ୍ରେନ୍ ବିଳମ୍ବ ହୋଇଯିବାରୁ ସେମାନେ ଗାଜିଆବାଦରୁ ନିଜ ଘରକୁ ଫେରୁଥିଲେ । କମ୍ ସମୟରେ ନିଜ ଘରେ ପହଞ୍ଚିବାପାଇଁ ସେମାନେ ଏକ ସର୍ଟକଟ୍ ରାସ୍ତାରେ ଯିବା ଉଦ୍ଦେଶ୍ୟରେ ଉକ୍ତ ରେଳ ଲାଇନ୍ ଅତିକ୍ରମ କରୁଥିବାବେଳେ ରେଳ ଦୁର୍ଘଟଣାରେ ସେମାନଙ୍କ ପ୍ରାଣହାନୀ ହୋଇଛି ।