ସଙ୍କଟରେ ପିଏଫ-ପେନସନ ଆକାଉଣ୍ଟ ! ମିଳିନପାରେ ଖାତାରେ ଜମା ହୋଇଥିବା ଟଙ୍କା, ଏଭଳି ଲାଗିପାରେ ୨୦ ହଜାର କୋଟିର ଝଟକା

1,240

ପିଏଫ ଏବଂ ପେନସନ ଖାତାଧାରୀଙ୍କ ପାଇଁ ଜରୁରୀ ସୂଚନା । ବିପଦରେ ପଡିପାରେ ଆପଣଙ୍କର ପିଏଫ ଏବଂ ପେନସନ ଖାତା । ଏକ ଆନୁମାନିକ ମୁତାବକ, ପାଖାପାଖି ୨୦ ହଜାର କୋଟିର ଝଟକା ଏଭଳି ଲୋକଙ୍କୁ ଲାଗିପାରେ, ଯେଉଁମାନଙ୍କର ଉଭୟ ପିଏଫ ଏବଂ ପେନସନ ଫଣ୍ଡରେ ଖାତା ରହିଛି । ଏହାର ବଡ କାରଣ ହେଲା ଲୋକଙ୍କର ପିଏଫ ଏବଂ ପେନସନ ଫଣ୍ଡ ଖାତାର ଅଧିକାଂଶ ଟଙ୍କା ଋଣ ବୋଝରେ ବୁଡି ରହିଥିବା Incra Company IL&FSରେ ନିବେଶ କରାଯାଇଛି । ଯାହାକି ବର୍ତ୍ତମାନ ଦେବାଳିଆ ପରିସ୍ଥିତିରେ ପହଂଚିଛି । ତେଣୁ ଏଭଳି ପରିସ୍ଥିତିରେ ଦରମା ବର୍ଗର ଲୋକ ତଥା ଚାକିରିଆଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିବ ।

ଜାତୀୟ ଗଣମାଧ୍ୟମ ଇକୋନୋମିକ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଫଣ୍ଡ ମ୍ୟାନେଜରମାନେ ଅଧିକାଂଶ ଟଙ୍କା ବଣ୍ଡ ତଥା ଲୋନ ଆକାରରେ କଂପାନୀକୁ ଦେଇରଖିଛନ୍ତି । ତେବେ ଏହି ଟଙ୍କା ତାଙ୍କୁ ସେତେବେଳେ ଦିଆଯାଇଥିଲା ଯେତେବେଳେ କି ଆଇଏଲଆଣ୍ଡଏଫଏସର ଅବସ୍ଥା ବହୁତ ଭଲ ଥିଲା ଏବଂ ଏହାର ସୁରକ୍ଷିତ ନିବେଶ ପାଇଁ ଟ୍ରିପଲ-ଏ (AAA)ର ରେଟିଂ ମିଳିଥିଲା । ଆଇଏଲଆଣ୍ଡଏଫଏସରେ ନିବେଶକଙ୍କ ମୁତାବକ, ଉଭୟ ପେନସନ ଏବଂ ପିଏଫର ୪୦ ପ୍ରତିଶତ ଟଙ୍କା  ଏଥିରେ ନିବେଶ ହୋଇଛି । ବାକି ୬୦ ପ୍ରତିଶତ ରକମ ୟସ୍ ବ୍ୟାଙ୍କ, ପଂଜାବ ନ୍ୟାସନାଲ ବ୍ୟାଙ୍କ , IndusInd Bank ଏବଂ ବ୍ୟାଙ୍କ ଅଫ୍ ବରୋଦା ଦ୍ୱାରା ଲୋନ ଆଧାରରେ ଦିଆଯାଇଥିଲା ।

ସୂଚନା ମୁତାବକ, କଂପାନୀ ଉପରେ ବର୍ତ୍ତମାନ ୯୧ ହଜାର କୋଟର  କରଜ ରହିଛି ।  ଇନଫ୍ରାଷ୍ଟ୍ରକଚର ନିବେଶ ସହ ଜଡିତ ସରକାରୀ କ୍ଷେତ୍ରର କଂପାନୀ ଇନଫ୍ରାଷ୍ଟ୍ରକଚର ଲିଜିଂ ଆଣ୍ଡ ଫାଇନାନସିଆଲ ସର୍ଭିସେସ୍ (ଆଇଏଲ ଆଣ୍ଡ ଏଫଏସ) ନେଇଥିବା କରଜର କିସ୍ତି ଶୁଝିବାରେ ଅସଫଳ ରହିଛି । ଯେଉଁ କାରଣରୁ  ନା କେବଳ  ବଡ ବଡ ବ୍ୟାଙ୍କଗୁଡିକ  ସଂକଟରେ ପଡିଯାଇଛନ୍ତି ବରଂ ପ୍ରୋଭିଡେଂଟ ଫଣ୍ଡ ଏବଂ ପେନସନ ଫଣ୍ଡରେ ଟଙ୍କା ଲଗାଇଥିବା ସାଧାରଣ ଲୋକଙ୍କର ଝାଳ ବୁହା ଧନ ବି ବାଜିରେ ଲାଗିଛି । ୨୦୧୭-୧୮ ର ଏକ ଆକଳନ ଅନୁସାରେ, ଆଇଏଲଆଣ୍ଡଏଫଏସ ସମୂହରେ ୧୬୯ଟି କଂପାନୀ ରହିଛି । ଏଥିରେ ଆଇଏଲ ଆଣ୍ଡ ଏଫଏସ ଟ୍ରାନ୍ସପୋର୍ଟେସନ ନେଟୱର୍କ, ଆଇଏଲ ଆଣ୍ଡ ଏଫଏସ ଫାଇନାନସିଆଲ ସର୍ଭିସ ଲିମିଟେଡ୍ ଏବଂ ଗୁରୁରାଟ ଇଂଟରନ୍ୟାସନାଲ ଫାଇନାନ୍ସ ଟେକ୍- ସିଟି କଂପାନୀ ଲିମିଟେଡ୍ ଆଦି ସାମିଲ ।

ସେଂଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ସବୁଠାରୁ ଅଧିକ ଋଣ

ଆଇଏଲଆଣ୍ଡଏଫଏସ ଉପରେ ମୋଟ ୯୦ହଜାର କୋଟି ଟଙ୍କା କରଜ ରହିଛି । ଏହି ଋଣରେ ସବୁଠାରୁ ଅଧିକ ଅଂଶୀଦାର ରହିଛନ୍ତି ସରକାରୀ ବ୍ୟାଙ୍କ । ଯେଉଁଥିରେ ସେଂଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଂଶୀଦାର ୫୦.୫ ପ୍ରତିଶତ ରହିଥିବା ବେଳେ ୟୁଟିଆଇର ଅଂଶୀଦାର ୩୦.୫ ପ୍ରତିଶତ ରହିଛି ।