ଏଟିଏମ କାର୍ଡଧାରୀଙ୍କ ପାଇଁ ବଡ ଘୋଷଣା । ଏଣିକି କାର୍ଡ ହଜି ଗଲେ କିମ୍ବା ଚୋରି ହୋଇଗଲେ ବ୍ୟାଙ୍କରୁ ମିଳିବ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ

659

ଯଦି ଆପଣଙ୍କ ନିକଟରେ ବି ଏଟିଏମ କାର୍ଡ ରହିଛି, ଆଉ ସେ ବି ପୁଣି ଏସବିଆଇ ବ୍ୟାଙ୍କର, ତେବେ ଆପଣଙ୍କ ପାଇଁ ଏକ ବହୁତ ବଡ ଖୁସି ଖବର । କାହିକି ନା ଏସବିଆଇ ବ୍ୟାଙ୍କ ନିଜର ସମସ୍ତ ଏଟିଏମ କାର୍ଡ ଧାରକଙ୍କ ପାଇଁ ଏକ ବହୁତ ବଡ ଘୋଷଣା କରିଛି । ଯଦି ଆପଣଙ୍କର ଏଟିଏମ କାର୍ଡ ହଜି ଯାଏ, ତେବେ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାକୁ ପଡିବ ନାହିଁ  ।

ଏସବିଆଇ ବ୍ୟାଙ୍କ ତରଫରୁ ଏଟିଏମ କାର୍ଡ ଉପରେ ଇନସ୍ୟୁରାନ୍ସକୁ ନେଇ ଏକ ବହୁତ ବଡ  ପରିବର୍ତ୍ତନ କରିଛି । ଏସବିଆଇ ବ୍ୟାଙ୍କ ନିଜର ସମସ୍ତ ଗ୍ରାହକମାନଙ୍କର ଉଭୟ  କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ପାଇଁ ଏହି ପରିବର୍ତ୍ତନ ଜାରି କରିଛି । ଯାହାଦ୍ୱାରା ଏଟିଏମ କାର୍ଡ ହଜି ଗଲେ କିମ୍ବା ଚୋରି ହୋଇଗଲେ ଆପଣଙ୍କୁ କାର୍ଡର କଭର ବୀମା ମିଳିବ ।

Source:Zee News

ଯଦି ଆପଣଙ୍କର ଏଟିଏମ କାର୍ଡ ହଜି ଯାଏ କିମ୍ବା ଚୋରି ହୋଇଯାଏ ତେବେ ବ୍ୟାଙ୍କ ତରଫରୁ ଆପଣଙ୍କୁ ଏଥିପାଇଁ  ୮୦  ହଜାର ଟଙ୍କାରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ପ୍ରଦାନ କରାଯିବ । ସେହିପରି ଯଦି କୌଣସି ଦୁର୍ଘଟଣା କାରଣରୁ କାର୍ଡ ଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ବି ବ୍ୟାଙ୍କ ତରଫରୁ ବୀମାରାଶି  ପ୍ରଦାନ କରାଯିବ । ଏଠାରେ ଆମେ କହି ରଖୁଛୁ କି, ଏହି ରାଶି ପୂର୍ବରୁ ୧୦ ଲକ୍ଷ ଟଙ୍କା ଥିଲା, ଯାହାକୁ ବର୍ତ୍ତମାନ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଦିଆଯାଇଛି ।