ବସରେ ଭିତରେ ରହିଗଲା ମହିଳାଙ୍କ ଗଣ୍ଡି, ମୁଣ୍ଡ କଟି ପଡିଲା ବାହାରେ ! ସାବଧାନ୍, କୌଣସି ବି ଗାଡିରେ ଯିବା ସମୟରେ କରନ୍ତୁ ନାହିଁ ଏଭଳି ଭୁଲ୍

459

ସାଧାରଣତଃ ଯଦି ଆମକୁ କେଉଁଠାକୁ ଯିବାକୁ ପଡେ ତେବେ ଆମେ ବସ କିମ୍ବା କାର କିମ୍ବା ଅନ୍ୟ କୌଣସି ଗାଡିରେ ଯାତ୍ରା କରିବାକୁ ପଡିଥାଏ । ସେହିପରି କିଛି ଲୋକ ଏଭଳି ବି ଅଛନ୍ତି ଯେଉଁମାନେ କି ବସ୍ କିମ୍ବା କାର କିମ୍ବା ଟ୍ରେନରେ ବସିବା କ୍ଷଣି ଅସୁସ୍ଥତା ଅନୁଭବ କରନ୍ତି । କିଛି ଲୋକଙ୍କର ତ ଗାଡିରେ ବସି କ୍ଷଣି ବାନ୍ତି କରିବା ଆରମ୍ଭ କରି ଦିଅନ୍ତି । ତେଣୁ ଏଭଳି ଲୋକେ ବେଶି ଝରକା ପାଖ ସିଟରେ ବସିବା ପାଇଁ ହିଁ ବେଶି ପସନ୍ଦ କରିଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଯେଉଁ ଦୁର୍ଘଟଣା ସଂପର୍କରେ ଜଣାଇବୁ ତାକୁ ଜାଣିବା ପରେ ଆପଣ କେବେ ଚିନ୍ତା ବି କରିପାରିବେ ନାହିଁ କି ଆମର ସାମାନ୍ୟ ଅସାବଧାନତାର ପରିଣାମ ଏତେବି ଭୟଙ୍କର ହୋଇପାରେ ।

ନିକଟରେ ଏଭଳି ଏକ ଲୋମହର୍ଷଣକାରୀ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରୁ ଗୋଟିଏ ଜୀବନ ତ ଚାଲିଯାଇଛି ସତ କିନ୍ତୁ ଏହି ଦୁର୍ଘଟଣା ବାକି ଲୋକଙ୍କ ପାଇଁ ଶିକ୍ଷା ଦେଇଯାଇଛି ।  ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା କି ତାର ଚିତ୍ରକୁ ଆମେ ଆପଣଙ୍କୁ ଦେଖାଇପାରିବୁ ନାହିଁ । ମୃତ୍ୟୁ କେତେ ଯେ ଭୟଙ୍କର ହୋଇପାରେ ତାର ଉଦାହରଣ ଆପଣ ଏହି ଖବରଟିକୁ ପଢି ହିଁ ଜାଣିପାରିବେ ।

ଦୁର୍ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଏକ ଜନଗହଳୀପୂର୍ଣ୍ଣ ଅଂଚଳରେ । ଜଣେ ୫୦ ବର୍ଷୀୟ ମହିଳା ଆଶାରାଣୀ ଖେର୍ ନିଜ ସମ୍ପର୍କୀୟଙ୍କୁ ସହିତ ସତନାରୁ ଛତରପୁର ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ମହିଳା ଜଣକ ବସରେ ବସି ଯାତ୍ରା କରୁଥିବା ସମୟରେ ସେ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ସେ ଝରକା ପାଖ ସିଟରେ ବସିବାକୁ ଯିଦି ଧରିଥିଲେ ତେବେ ମହିଳାଙ୍କ ଏଭଳି ଯିଦିରେ କଣ୍ଡକ୍ଟର ବି ତାଙ୍କୁ ଏକ ଝରକା ପାଖ ସିଟ୍ ଦେଇଦେଇଥିଲେ । ଆଉ ଏହାପରେ

ମହିଳା ଜଣକ ତାଙ୍କ ସିଟ୍ ବଦଳାଇ ବସର ଝରକା ପାଖ ସିଟରେ ବସିଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ ବାନ୍ତି ଆସିଥିଲା ତେଣୁ ସେ କିଛି ନ ଭାବି ଚିନ୍ତି ହଠାତ୍ ମୁଣ୍ଡ ବାହାରକୁ ବାହାର କରିଦେଇଥିଲେ । ଏବଂ ମହିଳା ଜଣକ ମୁଣ୍ଡ ବାହାରକୁ ବାହର କରିବା କ୍ଷଣି ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା । ତେବେ ଦୁର୍ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ଏଥିରୁ ଶିକ୍ଷା ମିଳିଲା କି କେବେ ଚଳନ୍ତା ବସ, ଟ୍ରେନ, କାର କିମ୍ବା ଅନ୍ୟ କୌଣସି ଗାଡିରୁ ମୁଣ୍ଡ କିମ୍ବା ହାତଗୋଡ ବାହାରକୁ ବାହାର କରନ୍ତୁ ନାହିଁ ।  ନଚେତ୍ ଆପଣ ବି କୌଣସି ବଡ ଦୁର୍ଘଟଣାର ଶିକାର ହୋଇପାରନ୍ତି ।