ସୁନ୍ଦରତା ହେଲା କାଳ ! ଅଧିକ ସୁନ୍ଦରୀ ହେବା କାରଣରୁ ଯୁବତୀ ହରାଇଲେ ଚାକିରି

56

କଥାଟା ଶୁଣିଲେ ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ଜଣେ ମହିଳା ଏହାକୁ ନେଇ ଦାବି କରିଛନ୍ତି କି ଅଧିକ ସୁନ୍ଦରୀ ହେବା କାରଣରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ତେବେ ଏହି ମାମଲାଟି ଗତ ଫେବୃୟାରୀ ମାସରେ ଘଟିଛି ।

୨୪ ବର୍ଷୀୟ ଏମ୍ମା ହଲ୍ସଙ୍କ ମତରେ, ସେ ଲଣ୍ଡନରେ ଏକ ପ୍ରଡ୍କସନ ହାଉସ ତଥା ‘ୟୁନିଟ୍ ଟିଭି’ ନାମକ ସଂସ୍ଥାରେ କାମ କରୁଥିଲେ । ଆଉ ତାଙ୍କର ସୁନ୍ଦରତା କାରଣରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରିଦିଆଯାଇଛି । ଯଦିଓ ଏଭଳି ଅଭିଯୋଗ କିଛି ନୂଆ ନୁହେଁ କିନ୍ତୁ ଏହାକୁ ମଧ୍ୟ ଏଡାଇ ଦିଆଯାଇପାରିବନି କି ସୁନ୍ଦରତା କାରଣରୁ କେବେ କାହାକୁ ଚାକିରିରୁ ବାହାର କରାଯାଇପାରେ । ତେବେ ଯୁବତୀଙ୍କ କହିବା କଥା ହେଲା, ତାଙ୍କ ସହଯୋଗୀ ତାଙ୍କୁ କହିଥିଲେ କି ଏବେ ଏହି ସଂସ୍ଥାରେ ତାଙ୍କ କୌଣସି ଆବଶ୍ୟକତା ନାହିଁ । ଯୁବତୀ ଜଣକ ଆଉ ମଧ୍ୟ କହିଥିଲେ ସେ ସେଭଳି ଆପତ୍ତିଜନକ ପୋଷାକ ମଧ୍ୟ ପିନ୍ଧି ନଥିଲେ ନା ସେଭଳି କୌଣସି ମେକଅପ୍ ମଧ୍ୟ ନେଇ ନଥିଲେ ।

ତେବେ ଯୁବତୀଙ୍କ ଏଭଳି ଅଭିଯୋଗକୁ କଂପାନୀ ଖଣ୍ଡନ କରିଥିଲା । ଆଉ କହିଥିଲା କି, ତାଙ୍କର ପ୍ରୋଭେସନାରୀ ପିରୀୟଡ ଶେଷ ହୋଇଯାଇଥିବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । କଂପାନୀ ଆଉ ମଧ୍ୟ କହିଥିଲା କି, ଯୁବତୀ ଜଣକ କଂପାନୀର ପଲିସ ପାଇଁ ଉପଯୁକ୍ତ ନଥିଲେ ।