ସେଲ୍ଫିର ଇତିହାସ ! ଜାଣନ୍ତୁ କେବେ ଆଉ କିଏ କରିଥିଲେ ଏହାର ଆରମ୍ଭ . . .

45

ବର୍ତ୍ତମାନର ଯୁଗ ସେଲ୍ଫିର ଯୁଗ ବୋଲି କହିଲେ ବୋଧ ହୁଏ କିଛି ଭୁଲ ହେବ ନାହିଁ । କାରଣ ଛୋଟଠାରୁ ଆରମ୍ଭ କରି ବଡ ଯାଏଁ ଏହାର ମଜା ଉଠାଉଛନ୍ତି । ତେବେ ମୋଟ ଉପରେ କହିବାକୁ ସବୁ ସେଲ୍ଫି ମାୟାରେ ସମସ୍ତେ ବାୟା । କିନ୍ତୁ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ସେଲ୍ଫି ର ଉତ୍ପତି କେବେ ହୋଇଥିଲା ଆଉ କିଏ ଆରମ୍ଭ କରିଥିଲା ? ତେବେ ଆସନ୍ତୁ ଜାଣିବା ।

ସୂଚନା ମୁତାବକ, ଆଜିଠାରୁ ପାଖାପାଖି ୬୩ ବର୍ଷ ପୂର୍ବରୁ ହିଁ ବିଶ୍ୱରେ ପ୍ରଥମ ଥର ପାଇଁ ସେଲ୍ଫି ଆରମ୍ଭ ହୋଇଥିଲା । ଏହା ସତ୍ୟ ଅଟେ । ୧୮୫୦ରେ ଦୁନିଆରେ ପ୍ରଥମ ଥରପାଇଁ ଦେଖିବାକୁ ମିଳିଥିଲା ସେଲ୍ଫି । ଯାହାକୁ ଜଣେ ଫଟୋଗ୍ରାଫର ଏକ ପେପରରେ ଆଙ୍କିଥିଲେ । ଏହା ଆଜିକାଲିକା ଚମକିଲା ଭଳି ସେଲ୍ଫି ନୁହେଁ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଫ୍ରିରେ ଅଙ୍କା ଯାଇଥିବା ଏହି ଫଟୋଟିକୁ ନିକଟରେ ଏକ ସଂସ୍ଥା ପାଖାପାଖି ୬୯.୫ ଲକ୍ଷ ଟଙ୍କାରେ ନିଲାମ କରିଥିଲା । ଏହାଛଡା ଏଭଳି ବି ଦାବି ରହିଛି ପ୍ରଥମ ସେଲ୍ଫି ୧୮୩୯ରେ ଉଠାଯାଇଥିଲା । ଏହାକୁ ଉଠାଇଥିଲେ ଆମେରିକାର ଜଣେ ଫଟୋଗ୍ରାଫର ରବର୍ଟ କୋରନେଲିୟସ । ଯିଏ କି ନିଜ କ୍ୟାମେରାରେ ନିଜର ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ ।

ମୋବାଇଲ ଫୋନରୁ ନିଜର ଫଟୋ ନିଜେ ଉଠାଇବାକୁ ସେଲ୍ଫି କୁହାଯାଏ । ଏହି ଶଦ୍ଦର ପ୍ରଚଳନ ଯଦିଓ ୨ ରୁ ୩ ବର୍ଷ ହେଲା ବହୁଳ ଭାବରେ ବ୍ୟବହାର କରାଯାଉଛି । ତେବେ ଅଷ୍ଟ୍ରେଲିଆର ଏକ ୱେବସାଇଟ୍ ଫୋରମ ଏବିସି ଅନଲାଇନ୍ ୨୦୦୨ ସେପ୍ଟେମ୍ବର ୧୩ ତାରିଖରେ ପ୍ରଥମ ଥର ପାଇଁ ଏହି ଶଦ୍ଦର ବ୍ୟବହାର କରିଥିଲା ।