ଜାଣନ୍ତୁ, କାହିଁକି ସୂର୍ଯ୍ୟାସ୍ତ ପୂର୍ବରୁ ଫାଶି ଦଣ୍ଡାଦେଶ ଶୁଣାଯାଇଥିବା ବ୍ୟକ୍ତିକୁ ଦିଆଯାଇଥାଏ ଫାଶି

44

ଆପଣ ଜାଣିଥିବେ କି ଯଦି କୌଣସି ବ୍ୟକ୍ତି କୌଣସି ବଡ ଅପରାଧ କରେ ତେବେ ତାକୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯାଇଥାଏ । ଆଉ ସେ ପୁଣି ମୃତ୍ୟୁ ଦଣ୍ଡ । ଅର୍ଥାତ୍ ଫାଶିଦଣ୍ଡ । ଖାଲି ସେତିକି ନୁହେଁ ଫାଶି ଦଣ୍ଡାଦେଶ ହୋଇଥିବା ଦୋଷୀକୁ ସର୍ବଦା ସୂର୍ଯ୍ୟାସ୍ତ ପୂର୍ବରୁ ଫାଶି ଦିଆଯିବାର ବିଧି ରହିଛି । କିନ୍ତୁ କାହିଁକି ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ଏହା ପଛରେ ଏକ ବହୁତ ବଡ କାରଣ ଲୁଚି ରହିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଜେଲର ଅନେକ କାର୍ଯ୍ୟ ରହିଛି ଯାହା କେବଳ ରାତି ସମୟରେ ହିଁ କରାଯାଇଥାଏ । ଅର୍ଥାତ୍ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଏହି ସମସ୍ତ କାର୍ଯ୍ୟଗୁଡିକୁ ସମାପନ କରାଯାଇଥାଏ । ଇତି ମଧ୍ୟରେ ଫାଶି ଦଣ୍ଡାଦେଶ ହୋଇଥିବା ଦୋଷୀକୁ ସୂର୍ଯ୍ୟାସ୍ତ ପୂର୍ବରୁ ହିଁ ଫାଶି ଦିଆଯାଇଥାଏ । ଯାହାଦ୍ୱାରା କି ଜେଲର ଅନ୍ୟ କାମରେ ଏଥିପାଇଁ କୌଣସି ପ୍ରକାରର ବାଧା ସୃଷ୍ଟି ନହେଉ ବୋଲି ।

ସେହିପରି ଫାଶି ଦେବାର ପାଖାପାଖି ୧୦ ମିନିଟ୍ ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଡାକ୍ତର ପ୍ରଥମେ ଉକ୍ତ ବ୍ୟକ୍ତିର ସ୍ୱାସ୍ଥ୍ୟ ଯାଂଚ କରି ଦେଖିଥାନ୍ତି କି ସେ ଜୀବିତ ନା ମୃତ । ବ୍ୟକ୍ତିଟି ମରି ଯିବା ପରେ ଉକ୍ତ ବ୍ୟକ୍ତିଟିକୁ ରସିରୁ ଓହ୍ଲାଇ ଦିଆଯାଇଥାଏ । କିନ୍ତୁ ଆପଣ ଶୁଣିଥିବେ କି ଫାଶି ଦେବା ପୂର୍ବରୁ ଜେଲ୍ ପ୍ରଶାସନ ଉକ୍ତ ବ୍ୟକ୍ତିର ଅନ୍ତିମ ଇଚ୍ଛା କଣ ବୋଲି ପଚାରିଥାନ୍ତି ।

ତେବେ ଯଦି ଉକ୍ତ ବ୍ୟକ୍ତି ଜଣକ କୌଣସି ଧର୍ମ ଗ୍ରନ୍ଥ ପଢିବାକୁ କିମ୍ବା ନିଜ ପରିଜନଙ୍କୁ ଦେଖିବାକୁ କହିଥାଏ ତେବେ ତାର ଏହି ଇଚ୍ଛାକୁ ଜେଲ୍ ପ୍ରଶାସନ ପୁରୁଣ କରିଥାନ୍ତି । ଫାଶି ଦେଉଥିବା ଜଲ୍ଲାଦ ସେଠାରେ କହିଥାନ୍ତି କି, ‘ମୋତେ କ୍ଷମା କରିବେ । ହିନ୍ଦୁ ଭାଇମାନଙ୍କୁ ମୋର ରାମ ରାମ, ମୁସଲମାନ ଭାଇମାନଙ୍କୁ ମୋର ସଲାମ୍, ଆମେ କଣ କରିପାରିବୁ । ଆମେ ତ ଶାସକଙ୍କ ଆଦେଶର ଗୁଲାମ ଅଟୁ ଏବଂ ଜେଲ୍ ପ୍ରଶାସନର ନିୟମକୁ ପାଳନ କରିବା ଆମ ପାଇଁ ଜରୁରୀ ଅଟେ’ । ଏହି ସମସ୍ତ କହି ଜେଲ ପ୍ରଶାସନର ଅଧିକାରୀ ବ୍ୟକ୍ତିଟିକୁ ଫାଶି ଦେଇଥାନ୍ତି ।

ଏହାସହ ମଧ୍ୟ ପଢନ୍ତୁ- ରେଳ ମନ୍ତ୍ରଣାଳୟର ନବକଳେବର ! ଜାଣନ୍ତୁ କଣ ରହିଛି ଆପଣଙ୍କ ପାଇଁ ସୁବିଧା