ଆପଣ ଜାଣନ୍ତି କି ପାର୍ଲେ-ଜି ବିସ୍କୁଟ୍ ପ୍ୟାକେଟ୍ ଉପରେ ଥିବା ଫଟୋଟି କାହାର ?

89

ଆଜି କାଲି ବଜାରରେ ବିଭିନ୍ନ ସ୍ୱାଦର ଏବଂ ବିଭିନ୍ନ ବ୍ରାଣ୍ଡର ବିସ୍କୁଟ୍ ଉପଲବ୍ଧ । ଯାହାକୁ ଲୋକେ ପସନ୍ଦ କରିବା ସହ ନିଜ ଦୈନିକ ଟିଫିନରେ ମଧ୍ୟ ଗ୍ରହଣ କରିଥାନ୍ତି । ତେବେ ଏସମସ୍ତ ବିସ୍କୁଟ ମଧ୍ୟରେ ଆପଣ ପାର୍ଲେ-ଜି ବିସ୍କୁଟ ମଧ୍ୟ ବ୍ୟବହାର କରୁଥିବେ । କିନ୍ତୁ କେବେ ଆପଣ ଚିନ୍ତା କରିଛନ୍ତି ଆପଣ ଯେଉଁ ପାର୍ଲେ-ଜି ବିସ୍କୁଟକୁ ଖାଉଛନ୍ତି ସେହି ବିସ୍କୁଟ ପ୍ୟାକେଟ୍ ଉପରେ ଥିବା କୁନି ଝିଅଟି କିଏ ? ଆଉ ଯେବେଠାରୁ ଏହି ବିସ୍କୁଟ ବଜାରକୁ ଆସିଛି ସେବେଠାରୁ ପ୍ୟାକେଟ୍ ଉପରେ ଏହି କୁନି ଝିଅଟିର ଫଟୋ ଦେଖିବାକୁ ମିଳିଛି ।

ତେବେ ଅନେକ ଲୋକ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଛନ୍ତି ମାତ୍ର ଅସଫଳ ହୋଇଛନ୍ତି । ଆଜି ଆମେ ଏହାର ପ୍ରକୃତ କାହାଣୀଟିକୁ କହିବାକି ଯାଉଛୁ । ତେବେ ଏହି ପ୍ୟାକେଟିରେ ଥିବା କୁନି ଝିଅଟିର ଫଟୋଟି ହେଲା, ନାଗପୁରର ନିରୁ ଦେଶ ପାଣ୍ଡେ । ଯେତେବେଳେ ତାଙ୍କୁ ମାତ୍ର ୪ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବାପା ତାଙ୍କର ଏହି ଫଟୋଟି ଉଠାଇଥିଲେ । ତାଙ୍କର ଏହି ସୁନ୍ଦର ଫଟୋଟିକୁ ପାର୍ଲେ-ଜି କଂପାନୀ ନିଜ ପ୍ରଡକ୍ଟରେ ରଖିବାକୁ ଚୟନ କରିଥିଲେ ।

ସବୁଠାରୁ ବଡକଥା ହେଲା, କୌଣସି ବିଜ୍ଞାପନରେ ପ୍ରଥମ ଥର ପାଇଁ କୌଣସି ଶିଶୁ କଳାକାରଙ୍କ ଫଟୋ ରହିଛି । ଆଉ ଆଜି ପର୍ଯ୍ୟନ୍ତ ମଧ୍ୟ ପ୍ୟାକେଟରେ ତାଙ୍କର ଫଟୋ ରହିଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ନିରୁ ଦେଶ ପାଣ୍ଡେଙ୍କୁ ୬୫ ବର୍ଷ ବୟସ ଏବଂ ଏବେ ସେ ମହାରାଷ୍ଟ୍ରରେ ରହୁଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-