ଶ୍ରୀମନ୍ଦିରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୋଳଯାତ୍ରା ! ନୀତି ଚୂଡାନ୍ତ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ସବ-କମିଟି ବୈଠକ

68

କନକ ବ୍ୟୁରୋ : ମାର୍ଚ୍ଚ ୭ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୋଳଯାତ୍ରା । ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ଚୂଡାନ୍ତ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ନୀତି ସବ-କମିଟି ବୈଠକ । ଏଥିସହ ସଂଧ୍ୟାରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । ସେଥିରେ ଆଗତ ହେବ ଶ୍ରୀମନ୍ଦିର ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବଜେଟ ।

ଆଜିର ବୈଠକରେ ଜଗମୋହନ ମରାମତି ଓ ଶ୍ରୀମନ୍ଦିର ବଜେଟ ଉପରେ ଆଲୋଚନା ହେବ । ପୁଣି ଆନନ୍ଦ ବଜାର ସଂସ୍କାର ଓ ଜଷ୍ଟିସ ପିବି ଦାଶ କମିଶନଙ୍କ ମତାମତ ଉପରେ ବି ଆଲୋଚନା ହେବା ସୂଚନା ରହିିଛି । ସେପଟେ ଓଡିଆ ନୂଆ ବର୍ଷ ଠାରୁ ନୂତନ ପାଞ୍ଜି ଆରମ୍ଭ ହେଉଛି । ତେଣୁ ପଂଜିକାର ଶ୍ରୀମନ୍ଦିର ଯାନିଯାତ୍ରା ଓ ପର୍ବ ପର୍ବାଣୀ ଦିବସ ଚୂଡାନ୍ତ ତାଲିକାକୁ ଶ୍ରୀମନ୍ଦିର ପ୍ରଶାସକ ମୋହର ମାରିଛନ୍ତି । ଏହାପରେ ପଞ୍ଜିକାକୁ ପ୍ରକାଶନ ପାଇଁ ପଠାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-