ସୋସିଆଲ ମିଡିଆ ବ୍ୟବହାର ସମୟରେ ଆଉ ସାରିବାକୁ ପଡିବନି ଡାଟା ! ଆପଣାନ୍ତୁ ଏହି ସହଜ ତରିକା

49

ଅଧିକାଂଶ ସ୍ମାର୍ଟଫୋନ ୟୁଜର ସୋସିଆଲ ନେଟୱର୍କିଂ ସାଇଟଗୁଡିକର ବ୍ୟବହାର ବହୁଲ ମାତ୍ରାରେ କରିଥାନ୍ତି । ଏପରିକି ନିଜର ବହୁମୂଲ୍ୟ ସମୟ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ଭଳି ସୋସିଆଲ ମିଡିଆ ଆପମାନଙ୍କରେ ଖର୍ଚ୍ଚ କରିପକାନ୍ତି । ଯେଉଁଥି ପାଇଁ ମୋବାଇଲ ଡାଟା ମଧ୍ୟ ସାରିବାକୁ ପଡିଥାଏ । କାହିଁକି ନା ଦିନ ତମାମ ଏହି ଆପଗୁଡିକ ଆକ୍ଟିଭ ରହିଥାଏ । ଯାହାଦ୍ୱାରା ଫୋନର ଡାଟା ତାର ସମୟସୀମା ପୂର୍ବରୁ ହିଁ ଶେଷ ହୋଇଯାଇଥାଏ ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି ସହଜ ଉପାୟ ସଂପର୍କରେ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ବ୍ୟବହାର କି ନିଜର ଫୋନରେ ଡାଟାର ଖର୍ଚ୍ଚକୁ କମ କରିପାରିବେ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

ଫେସବୁକ

ଲୋକେ ଅଧିକାଂଶ ସମୟ ଫେସବୁକରେ ହିଁ ବିତାଇ ଥାନ୍ତି । ତେବେ ଫେସବୁକ ବ୍ୟବହାର ସମୟରେ ଆପଣ ଧ୍ୟାନ ଦେଇଥିବେ କି ଫେସବୁକରେ ଭିଡିଓ ସାମ୍ନାକୁ ଆସିବା କ୍ଷଣି ହିଁ ତାହା ଆପଣା ଛାଏଁ ପ୍ଲେ ହୋଇଯାଇଥାଏ । ଯାହାଦ୍ୱାରା ଆପଣଙ୍କ ଡାଟା ଅଧିକ ଖର୍ଚ୍ଚ ହୋଇଥାଏ । ତେଣୁ ଡାଟାକୁ ସେଭ୍ କରିବା ପାଇଁ ଆପଣଙ୍କୁ ଆପର ସେଟିଂକୁ ଯାଇ ସେଠାରେ କିଛି ପରିବର୍ତ୍ତନ କରିବାକୁ ପଡିବ । ଏଥିପାଇଁ ସର୍ବ ପ୍ରଥମେ ‘ଫେସବୁକ ଆପ’କୁ ଯିବାକୁ ପଡିବ । ଯେଉଁଠାରେ ଆପଣଙ୍କୁ ୩ଟି ‘ଡଟ’ ନଜର ଆସିବ । ଆଉ ଯାହା ଉପରେ ଆପଣଙ୍କୁ ‘କ୍ଲିକ୍’ କରିବାକୁ ପଡିବ । ଏଠାରେ ଆପଣ ‘ସେଟିଂ’କୁ ଯିବାକୁ ପଡିବ । ସେଟିଂର ନିମ୍ନକୁ ‘ସ୍କ୍ରଲ’ କରିବା ପରେ ଆପଣଙ୍କୁ ‘ଭିଡିଓ ଅଟୋ ପ୍ଲେ’ର ଅପସନ ମିଳିବ । ଏହି ଅପସନରେ ‘ୱାଇଫାଇ ଓନଲି’କୁ ‘ସିଲେକ୍ଟ’ କରନ୍ତୁ ଏବଂ ଏହାକୁ ‘ଅଫ’କରି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଫୋନରେ ଫେସବୁକରୁ ଅଧିକା ଡାଟା ଖର୍ଚ୍ଚ ହେବ ନାହିଁ ।

ହ୍ୱାଟସଆପ

ହ୍ୱାଟସଆପର ବ୍ୟବହାର ତ ସମସ୍ତେ କରନ୍ତି । ଏହାଦ୍ୱାରା ମଧ୍ୟ ଡାଟା ଅଧିକ ସରିବାର ଭୟ ରହିଥାଏ । ଏଥିପାଇଁ ୟୁଜର୍ସଙ୍କୁ ‘ହ୍ୱାଟସଆପ ସେଟିଂ’କୁ ଯିବାକୁ ପଡିବ । ଏହାପରେ ‘ଡାଟା ୟୁଜର୍ସ’ ଉପରେ ‘କ୍ଲିକ’ କରନ୍ତୁ ଏବଂ ‘ଲୋ ଡାଟା ୟୁଜର୍ସ’କୁ ‘ଅନ’ କରି ଦିଅନ୍ତୁ ।

ଏହାଛଡା , ଅନ୍ୟ ଏକ ଉପାୟରେ ବି ଆପଣ ଆପଣଙ୍କର ଡାଟାକୁ ବଂଚାଇ ପାରିବେ । ଏଥିପାଇଁ ହ୍ୱାଟସାପର ସେଟିଂକୁ ଯିବାକୁ ପଡିବ । ଏଥିରେ ଆପଣଙ୍କୁ ‘ଡାଟା ୟୁଜ’ ଉପରେ କ୍ଲିକ କରିବାକୁ ହେବ, ଯେଉଁଥିରେ ଆପଣଙ୍କୁ ଅନେକଗୁଡିଏ ‘ବିକଳ୍ପ’ ନଜର ଆସିବ । ଏଥି ମଧ୍ୟରୁ ଆପଣଙ୍କୁ ପ୍ରଥମ ଅପସନ ‘ଅଟୋ ମିଡିଆ ଡାଉନଲୋଡ ପ୍ଲେ’ କ୍ଲିକ୍ କରିବାକୁ ପଡିବ । ଏଠାରେ ଆପଣଙ୍କୁ ଆହୁରି ‘୨ଟି ବିକଳ୍ପ’ ନଜର ଆସିବ । ଯେଉଁଥିରେ ଆପଣଙ୍କୁ ‘ୱାଇ-ଫାଇ’ର ଅପସନକୁ ଚୟନ କରିବାକୁ ହେବ । ଏହାଦ୍ୱାରା ଆପଣଙ୍କର ହ୍ୱାଟସଆପରେ ଆସୁଥିବା ଭିଡିଓ କିମ୍ବା ଇମେଜ ଆପଣା ଛାଏଁ ଡାଉନଲୋଡ ହେବ ନାହିଁ । କେବଳ ସେଗୁଡିକ ଡାଉନଲୋଡ ହେବ ଯାହାକୁ ଆପଣ ଚାହିଁବେ ।

ସୌଜନ୍ୟ: ଦୈନିକ ଜାଗରଣ