ଆଉ ପେଟ୍ରୋଲ ପମ୍ପରେ ଠକାମୀର ଶିକାର ହେବେନି ସାଧାରଣ ଜନତା । ବଜାରକୁ ଆସିଲା ନୂଆ ଡିଭାଇସ୍

60

ଏଣିକି ଆପଣ ବି ପେଟ୍ରୋଲ ପମ୍ପରେ ହେଉଥିବା ତେଲ ଚୋରି ତଥା କଳାବଜାରୀ ତଥା ମାନ ଯାଂଚ କରିପାରିବେ । କାରଣ ଏଭଳି ଏକ ଡିଭାଇସ ପ୍ରସ୍ତୁତ କରିଛନ୍ତି ଆଇଆଇଟିର ମେକାନିକ ବିଭାଗର ପିଏଚଡି ଛାତ୍ରମାନେ । ଯାହାର ନାଁ ରଖାଯାଇଛି Fuel Quantifire    ।

ସୂଚନା ମୁତାବକ, ଏହି ଡିଭାଇସ ଦ୍ୱାରା ଏଣିକି ଉଭୟ ପେଟ୍ରୋଲ ଏବଂ ଡିଜେଲ ପମ୍ପମାନଙ୍କରେ ହେଉଥିବା ତେଲର କଳାବଜାରୀ ତଥା ଅପମିଶ୍ରଣର ମାନ ଯାଂଚ କରିପାରିବେ ସାଧାରଣ ଜନତା । ଏହି ଖାସ୍ ଡିଭାଇସ୍ କୁ କାର କିମ୍ବା ବାଇକର ଫୁଏଲ ଟ୍ୟାଙ୍କରେ ଇନଷ୍ଟଲ କରାଯାଇପାରିବ । ପେଟ୍ରୋଲ କିମ୍ବା ଡିଜେଲ ପମ୍ପ ମେସିନର
Nozzle device  ଟାଙ୍କି ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ଏହା କାମ କରିବା ଆରମ୍ଭ କରିଦେଇଥାଏ । ଏହି ଡିଭାଇସ ଜରିଆରେ ଆପଣ ମାତ୍ର ୧୦ ସେକେଣ୍ଡରେ ତେଲର ବାସ୍ତବିକ ମାନ ଜାଣିପାରିବେ ଏବଂ ମାତ୍ରା ମଧ୍ୟ ଜାଣିପାରିବେ । ତେବେ ଆଇଆଇଟିର ଛାତ୍ରମାନଙ୍କୁ ଏହି ଉପକରଣଟିକୁ ପ୍ରସ୍ତୁତ କରିବା ପାଇଁ ମାତ୍ର ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ସଂସ୍ଥା ପକ୍ଷରୁ ଏହି ଉତ୍ପାଦିତ ଦ୍ରବ୍ୟର ବିକ୍ରି ସଂକ୍ରାନ୍ତରେ ଘୋଷଣା କରିଦିଆଯାଇଛି ।

କିପରି କାମ କରିବ

ଫୁଏଲ କ୍ୱାଂଟିଫାୟାର ଡିଭାଇସ ପ୍ରତି ୟୁନିଟ ଟାଇମ ହିସାବରେ ତେଲ ମାପି ଥାଏ । ଏହି ତେଲର ଫ୍ଲୋ ରେଟକୁ ମାପି ନେଇଥାଏ । ନିଜଲରୁ ଟାଙ୍କିରେ ତେଲ ପ୍ରବେଶ କରିବାର ଗତି ଯେତେ ପ୍ରଖର କିମ୍ବା ଧିର ଥିଲେ ବି ଏହା ଉପରେ କୌଣସି ପ୍ରଭାବ ପଡିନଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଡିଭାଇସରେ ଅନେକ ସେନସର ବ୍ୟବହାର କରାଯାଇଛି । ସର୍ବ ପ୍ରଥମେ ତେଲର ମ୍ୟାଗ୍ନେଟିକ୍ ରୋଟରକୁ ଯାଇଥାଏ । ଯେଉଁଥିରେ କି ବହୁତ ସଂଖ୍ୟାରେ ଉଭୟ ନେଗେଟିଭ ଏବଂ ପଜେଟିଭ ବ୍ଲେଡ ରହିଥାଏ । ଆଉ ଏହି ବ୍ଲେଡ ଘୁରିବା କ୍ଷଣି ହିଁ ତେଲର ଫ୍ଲୋର ରିଡିଂ ମାଇକ୍ରୋପ୍ରୋସେସର ୟୁନିଟରେ ଚାଲି ଆସିଥାଏ । ମାଇକ୍ରୋପ୍ରୋସେସର ପୂର୍ବରୁ ହିଁ କ୍ରମାଙ୍କନ ହୋଇଥାଏ । ଏହାକୁ ସଂପୂର୍ଣ୍ଣ ସର୍କିଟ ସହିତ ଫକସନ କରାଯାଇଛି ।

ଏହି ଡିଭାଇସକୁ କୋନ ଆକାରରେ ପ୍ରସ୍ତୁତ କରାଯାଇଛି । ଅଏଲ ଟ୍ୟାଙ୍କରେ ଅତି ସହଜରେ ଏହାକୁ ଆପଣ ଲଗାଇ ପାରିବେ । ସଂସ୍ଥାର ବିଶେଷଜ୍ଞଙ୍କ ସୂଚନା ମୁତାବକ, ସର୍କିଟର ବ୍ଲୁ ଟୁଥ ଡିଭାଇସ କିମ୍ବା ୱାଇଫାଇ ସହ ଯୋଡାଯାଇ ହେବ । ସର୍କିଟରେ ଛୋଟିଆ ବ୍ୟାଟେରୀ ମଧ୍ୟ ଲଗାଯାଇଛି । ରିଡିଂ କିଛି ହିଁ ସେକେଣ୍ଡରେ ମୋବାଇଲ ସ୍କ୍ରିନରେ ଚାଲି ଆସିବ । ପୃଥକ ଭାବରେ ଏକ ସ୍କ୍ରିନ ଡ୍ୟାସବୋର୍ଡରେ ମଧ୍ୟ ଲଗାଇପାରିବେ । ତେବେ ଏଥିପାଇଁ ଏକ ଆପ ବି ଲଂଚ କରାଯିବା ନେଇ ଯୋଜନା ରହିଛି ।