ବିନା ପେଟ୍ରୋଲ ଏବଂ ଗିଅରରେ ଚାଲିବ ଗାଡି, ୧୦ମ ଶ୍ରେଣୀ ଛାତ୍ରଙ୍କ ଏକ ନିଆରା ଆବିଷ୍କାର ।

87

କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପଢୁଥିବା ପ୍ରତିଭାଶାଳୀ ପିୟୁଷ ନିମୋଦା ନିଜ ପ୍ରଚେଷ୍ଟାରେ ଏକ ନୂଆ ବିଦ୍ୟୁତଚାଳିତ ଇକୋ ବାଇକ ପ୍ରସ୍ତୁତ କରିଛନ୍ତି, ଯାହା କେବଳ ୫ଟଙ୍କା ମୂଲ୍ୟର ବିଦ୍ୟୁତ ଖର୍ଚ୍ଚ ଦ୍ୱାରା ୮୦କିମି ଦୂର ଯାତ୍ରା କରିହେବ । ଏହାର ସାଇଲେନ୍ସରରୁ ଧୁଆଁ ବାହାରିବ ନାହିଁ । ତେଣୁ ଏହି ବାଇକ ପରିବେଶ ପାଇଁ ଉତ୍ତମ ଅଟେ ।

-ଏହି ଇଲେକ୍ଟ୍ରିକ ଇକୋ ବାଇକରେ ପେଟ୍ରୋଲ ଭରିବା ଏବଂ ଗିଅର ଭଳି ସମସ୍ୟା ନାହିଁ । ଏଥିରେ ୧୨-୧୨ଭୋଲ୍ଟର ୪ଟି ବ୍ୟାଟେରୀ ଲାଗିଛି ଯେଉଁଥିରୁ ୪୮ଭୋଲ୍ଟର ଇଲେକ୍ଟ୍ରିକ ପାୱର ମିଳୁଛି ।

-ଏଥିରେ ଗିଅର ସିଷ୍ଟମ ହଟାଇ ଦିଆଯାଇଛି ଏବଂ ଏକ୍ସିଲେଟର ଦ୍ୱାରା ବାଇକର ବେଗ କମ ବେଶୀ କରାଯାଇ ପାରିବ । ଏହି ବାଇକକୁ ଚଳାଇବା ଲାଗି ରେଜିଷ୍ଟ୍ରେସନ ଏବଂ ଡାଇଭିଂ ଲାଇସେନ୍ସ ମଧ୍ୟ ଆବଶ୍ୟକ ନାହିଁ ।

-ବାଇକରେ ୨ରୁ ୩ ଜଣ ସାଧାରଣ ବାଇକ ଭଳି ଯାତାୟାତ କରି ପାରିବେ । ବେଗ ମଧ୍ୟ ଘଂଟାକୁ ୬୦-୭୫କିମି ରହିଛି ।

-ଏହି ବାଇକ ନିର୍ମିତ ହେବା ଲାଗି ୧୨ହଜାର ମୂଲ୍ୟର ବ୍ୟାଟେରୀ, ୮ହଜାର ମୂଲ୍ୟର ଇଲେକ୍ଟ୍ରିକ ମୋଟର, ୨ହଜାର ମୂଲ୍ୟର ଅଲ୍ଟିନେଟ ଏବଂ ୩ହଜାର ମୂଲ୍ୟର କଂଟ୍ରୋଲର ଲଗାଯାଇଛି । ଏଥିରେ ୨୫ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ।

ପିୟୁଷଙ୍କ କହିବା ମୁତାବକ ସେ କେବିଏର ପ୍ରଧାନ ଆଚାର୍ଯ୍ୟ ଏକେ ପଣ୍ଡା, ଶିକ୍ଷକ ପିକେ ଶର୍ମା, ହସିନ ଅହମଦ ଏବଂ ପଙ୍କଜ କୁକରେଜାଙ୍କ ମାର୍ଗଦର୍ଶନରେ ଏହି ବାଇକ ନିର୍ମିତ କରିଛନ୍ତି ।

କାନପୁର କେବିଏରେ ଆୟୋଜିତ ଏକ୍ଜିବିଶନରେ ଏହି ବାଇକ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଆଇଆଇଟି କାନପୁରର ପଦାର୍ଥ ବିଜ୍ଞାନର ପ୍ରଫେସର ଏସବି ବର୍ମା ପୁରସ୍କାର ଦେଇ ସମ୍ମାନିତ କରିଥିଲେ ।