ବଜାରକୁ ଆସିଲା ସ୍ମାର୍ଟ ପୋଷାକ ! ପିନ୍ଧିବା କ୍ଷଣି ବଡ ବଡ ରୋଗ ସମେତ ହାର୍ଟଆଟାକ ଆସିବା ପୂର୍ବରୁ ଫୋନକୁ ଚାଲିଆସିବ ଆଲର୍ଟ

126

ଆମେରିକାର ଲାସ ବେଗାସରେ ଆଜି ବିଶ୍ୱର ସବୁଠାରୁ ବଡ ଟେକ୍ ସୋ କନଜ୍ୟୁମର ଇଲେକ୍ଟ୍ରୋନିକ ସୋ ତଥା ସିଇଏସ ୨୦୧୯ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ଏଭଳି ଏକ ସ୍ମାର୍ଟ ୱେଷ୍ଟ ଲଂଚ କରାଯାଇଛି, ଯାହା କି ସମୟ ପୂର୍ବରୁ ହିଁ ହାର୍ଟ ଆଟାକର ସୂଚନା ଦେଇଦେବ । ଏହି ୱେଷ୍ଟକୁ ମେଡିକାଲ ହେଲଥ କେୟାର ପ୍ରଡକ୍ଟ ନିର୍ମାଣ କରୁଥିବା ଫ୍ରାଂଚ କଂପାନୀ କ୍ରନୋଲାଇଫ ଲଂଚ କରିଛି । କଂପାନୀର ଦାବି ରହିଛି କି ଏହି ସ୍ମାଷ୍ଟ ୱେଷ୍ଟ ଜରିଆରେ ଇସିଜି ଏବଂ ହାର୍ଟ ଆଟାକ୍ ସମେତ ୬ ପ୍ରକାରର ରୋଗ ବେମାରୀ ସଂପର୍କରେ ସୂଚନା ଆପଣ ମୋବାଇଲ ଆପ ଜରିଆରେ ହିଁ ହାସଲ କରିପାରିବେ ।

ଏହି ସ୍ମାର୍ଟ ୱେଷ୍ଟକୁ କଟନ ଏବଂ ଲାଇକ୍ରାରୁ ପ୍ରସ୍ତୁତ କରାଯାଇଛି । ଯାହାକୁ ପ୍ରତିଦିନ ଧୋଇ ବି ପାରିବେ । ୱେଷ୍ଟରେ ଏକ ସ୍ୱତନ୍ତ୍ର ଧରଣର ସେନସର ବ୍ୟବହାର କରାଯାଇଛି,   ଯାହାକି ହାର୍ଟ , ବ୍ରେଥ୍, ବଡି ଟେମ୍ପରେଚର, ଏବଂ ସାମାନ୍ୟ ଫିଜିକାଲ ଆକ୍ଟିଭିଟିର ଇଲେକ୍ଟ୍ରୋନିକ ଆକ୍ଟିଭିଟି ଉପରେ ନଜର ରଖିଥାଏ । ଏହି ୱେଷ୍ଟ ଜରିଆରେ ୟୁଜରଙ୍କର ଯେଉଁ ଡାଟା ନିଆଯିବ , ତାକୁ ମୋବାଇଲ ଆପରେ ଆପଣ ଦେଖିପାରିବେ । ଏହି ୱେଷ୍ଟକୁ ପିନ୍ଧୁଥିବା ୟୁଜର ନିଜ ଡାକ୍ଟରଙ୍କ ନିକଟକୁ ବି ଏହି ଡାଟା ପଠାଇପାରିବେ ।

ସାଧାରଣତଃ କୌଣସି ବି ପ୍ରକାରର ସ୍ମାର୍ଟ ଗ୍ୟାଜେଟ କିମ୍ବା ସ୍ମାର୍ଟ କ୍ଲଥ ପାଇଁ ଇଂଟରନେଟ କନେକସନର ଆବଶ୍ୟକତା ପଡିଥାଏ, ହେଲେ କଂପାନୀ ସୂଚନା ମୁତାବକ, ଏହି ସ୍ମାର୍ଟ ୱେଷ୍ଟକୁ ବିନା ଇଂଟରନେଟରେ ବ୍ୟବହାର କରିପାରିବେ । କାହିଁକି ନା ଏହି ୱେଷ୍ଟ ୟୁଜରଙ୍କ ଶରୀରରେ ନଜର ରଖିଥାଏ । ଏହାବ୍ୟତୀତ ଏହି ୱେଷ୍ଟକୁ ଚାର୍ଜିଂର ଆବଶ୍ୟକତା ବି ଦରକାର ପଡିନଥାଏ । ଏଥି ସହିତ ହିଁ ଧୋଇବା ସମୟରେ ଏଥିରେ ଲାଗିଥିବା ସେନସରକୁ ବି ଆପଣ ବାହାର କରିପାରିବେ । କଂପାନୀ କହିବା ଅନୁସାରେ, ଏହାର ଡାଟା କ୍ଲାଉଡ ସର୍ଭିସରେ ଷ୍ଟୋର ରହିଥାଏ ।

ଏହି ୱେଷ୍ଟର ବର୍ତ୍ତମାନ ବିକ୍ରି ଆରମ୍ଭ ହୋଇନି , କାହିଁକି ନା ଆମେରିକା ବଜାରରେ ଏହି ୱେଷ୍ଟକୁ ବିକ୍ରି କରିବା ପାଇଁ ଏଫଡିଏ ଏବଂ ୟୁରୋପି. ବଜାରରେ ବିକ୍ରି କରିବା ପାଇଁ  ମଂଜୁରୀ ନେବାକୁ ହେବ । ତେବେ କଂପାନୀ ଅନୁସାରେ ଯେତେବେଳେ ଏହାର ବିକ୍ରି ଆରମ୍ଭ ହେବ ସେତେବେଳେ ଏହାକୁ ୨୩୦ ଡଲାର (ପାଖାପାଖି ୧୬ ହଜାର)ଟଙ୍କାରେ କିଣିପାରିବେ ।