ଚାକିରି ନାହିଁ ତ ଚିନ୍ତା ନାହିଁ ! ସରକାର ଦେବେ ଟଙ୍କା

33

ଚାକିରି ଅଭାବ କାରଣରୁ ଆପଣ ଜଣେ ୱେବ୍ ଡେଭଲପର ହୋଇ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ । National Institute for Entrepreneurship and Small Business Developmentରୁ ପ୍ରଶିକ୍ଷଣ ପ୍ରାପ୍ତ କରି ଆପଣ ନିଜର ଏକ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ ।

ବଡ କଥା ହେଲା, ଏହି କାମ ପାଇଁ ଆପଣଙ୍କୁ ଖୋଦ ସରକାର ସାଢେ ୪ ଲକ୍ଷ ଟଙ୍କାର ଲୋନ ପ୍ରଦାନ କରିବେ । କାରଣ ଆଜିକା ଦିନରେ ୱେବସାଇଟର ଚାହିଦା ବେଶ୍ ବଢିଯାଇଛି । ଆଉ ଏଭଳି ପରିସ୍ଥିତିରେ ୱେବ୍ ଡିଜାଇନରର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି । ଆପଣ ମଧ୍ୟ ଏହି କାମ ଶିଖି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ  । ଖାଲି ସେତିକି ନୁହେଁ ଏଥିପାଇଁ ସରକାରଙ୍କ ପକ୍ଷରୁ ଡେଭଲପରଙ୍କୁ ୯୦ ପ୍ରତିଶତର ଲୋନ ମଧ୍ୟ ପ୍ରଦାନ କରାଯାଉଛି । ଆପଣଙ୍କୁ କେବଳ ଏହାର ୧୦ ପ୍ରତିଶତ ଟଙ୍କା ଦେବାକୁ ହେବ ।

ଯଦି ଆପଣଙ୍କୁ ଏହି କୌଶଳ ଜଣାନାହିଁ ତେବେ ଏଥିପାଇଁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । କାହିଁକି ନା, କେନ୍ଦ୍ର ସରକାର ୱେବ ଡିଜାଇନିଂ ତାଲିମ ମଧ୍ୟ ଉପଲବ୍ଧି କରାଉଛନ୍ତି । ଖାଲି ଏତିକି ନୁହେଁ ସରକାର ଲୋନ ଦେବା ସହିତ ଲୋକଙ୍କୁ ସବସିଡି ବି ଦେଇରଖୁଛନ୍ତି । ତେବେ ସହରୀ କ୍ଷେତ୍ରରେ ୧୫ ପ୍ରତିଶତ ଏବଂ ଗ୍ରାମୀଣ କ୍ଷେତ୍ରରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଲୋନ ଉପରେ ସବସିଡ ଦିଆଯାଉଛି । ଯଦି ଆପଣ  ଏକ ୱେବ ଡିଜାଇନିଂ ସର୍ଭିସ ପ୍ରୋଭାଇଡର ଆଧାରରେ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପାଖାପାଖି ସାଢେ ୫ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ । ଏଥିରୁ ୯୦ ପ୍ରତିଶତ ଅର୍ଥାତ୍ ପାଖାପାଖି ୪.୯୦ ଲକ୍ଷ ଟଙ୍କାର ଲୋନ ଆପଣଙ୍କୁ ମିଳିବ ।

ତେବେ ଆପଣଙ୍କୁ କେବଳ ୫୫ ପ୍ରତିଶତ ଖର୍ଚ୍ଚ କରିବାକୁ ପଡିବ । ଏହି କାମକୁ ଆରମ୍ଭ କରିବା ପାଇଁ ଆପଣଙ୍କୁ କମ୍ପ୍ୟୁଟର, ମୋଡେମ, ଲେଜର ପ୍ରିଂଟିର, ସ୍କାନର , ୱେବ କ୍ୟାମେରା, ଡିଜିଟାଲ କ୍ୟାମେରା , କେବୁଲ, ସଫ୍ଟୱୟାର ଏବଂ ୱେବ କନେକସନ ଆଦିର  ଆବଶ୍ୟକତା ପଡିବ ।  ତେଣୁ ଏଥିପାଇଁ ଆପଣ National Institute for Entrepreneurship and Small Business Development କିମ୍ବା ଅନ୍ୟ କୌଣସି ଘରୋଇ ଏଜେନ୍ସିରୁ ତାଲିମ ପାଇ କାମ ଆରମ୍ଭ କରିପାରିବେ ।