ଜାଣନ୍ତୁ, ନୂଆବର୍ଷକୁ କେମିତି ପାଳିବେ ବାହୁବଳୀ
ଆଉ ମାତ୍ର ଗୋଟିଏ ଦିନ ପରେ ହେବ ନୂଆ ବର୍ଷ । ଖୁବ୍ ଜାକଜମକରେ ଚାଲିଛି ନୂଆ ବର୍ଷକୁ ଆହ୍ୱାନ କରିବାର ପ୍ରସ୍ତୁତି । ଚଳଚଂଚଳ ହୋଇପଡ଼ିଛି ସାରା ପୃଥିବୀ । ସାଧାରଣ ମଣିଷ ହୁଅନ୍ତୁ କିମ୍ବା ସେଲିବ୍ରେଟୀ କେହି କାହା ଠାରୁ କମ ନୁହଁନ୍ତି । ନିଜ ଅନ୍ଦାଜରେ ଭିନ୍ନ ଭିନ୍ନ ପ୍ରକାରର ପ୍ରସ୍ତୁତି କରୁଛନ୍ତି ଏହି ନୂଆ ବର୍ଷକୁ । ଆଉ ଏ ମଧ୍ୟରୁ ବାଦ ପଡ଼ି ନାହାନ୍ତି ବାହୁବଳୀ ନାୟକ ପ୍ରଭାସ । ନୂଆ ବର୍ଷ ଛୁଟି ଶେଷ ହେବାପରେ ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ସାହୋ’ର ସୁଟିଂ ପାଇଁ ଆମେରିକା ଯିବେ । ଏହି ଫିଲ୍ମରେ ପ୍ରଭାସଙ୍କର ଏକ ମେଗା ଆକ୍ସନ ସିକ୍ୱେନ୍ସ ଆମେରିକାର ସୁଟ ହେବାର ଅଛି, ତେଣୁ ଲମ୍ବା ସମୟ ଧରି ପ୍ରଭାସ ଏହାର ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ପ୍ରଭାସଙ୍କ ଟିମଙ୍କ କହିବା ଅନୁସାରେ, ପ୍ରଭାସ ଏହି ଫିଲ୍ମରେ ଜବରଦସ୍ତ ଆକ୍ସନରେ ନଜର ଆସିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଫିଲ୍ମ ବାହୁବଳୀରେ ୧୦୦ କିଲୋ ଓଜନକୁ ମେଂଟେନ କରିଥିବା ପ୍ରଭାସ ଏହି ଫିଲ୍ମ ପାଇଁ ଓଜନକୁ କମ୍ କରିଛନ୍ତି । ନୂଆ ରୋଲର ନୂଆ ଲୁକ୍ ପାଇଁ ପ୍ରଭାସ ଜଗିଙ୍ଗ,କାର୍ଡ଼ିଓ ବେସ୍କୁଲର ପ୍ରଶିକ୍ଷଣ,ପଲାୟୋମେଟିି୍ରକ ରେସ୍ ଆଦିକୁ ଜାରି ରଖିଛନ୍ତି । ସୂଚନା ଅନୁସାରେ, ଫିଲ୍ମ ‘ସାହୋ’ ଏକ କଠିନ ସିଡ୍ୟୁଲ ସହିତ ନୂଆ ବର୍ଷକୁ ସ୍ୱଗତ କରିବାକୁ ପ୍ରସ୍ତୁତ ଅଛି । ତେବେ ଲସ ଏଂଜେଲସ ସହରରେ ଥିବା ଟିମ ଜାନୁଆରୀ ୫ରୁ ସୁଟିଂରେ ବ୍ୟସ୍ତ ରହିବେ । ଏହାପରେ ଫିଲ୍ମ ଆବୁଧାବିରେ ସୁଟିଂ ହେବ ଏବଂ ଏଥିରେ ମହତ୍ୱପୂର୍ଣ୍ଣ ଦୃଶ୍ୟ ସହିତ ଜବରଦସ୍ତ ଆକ୍ସନ ମଧ୍ୟ ନଜର ଆସିବ । ଏହା ବ୍ୟତୀତ ଟିମ ଏହା ମଧ୍ୟ କହିଛିଯେ ଫିଲ୍ମରେ ପ୍ରଭାସ ଏକ ଚଳନ୍ତା ଗାଡି଼ରେ ଅଭିନୟ କରୁଥିବାର ଦୃଶ୍ୟ ରହିଛି ଯେଉଁଥିପାଇଁ ସେ ୩ ମାସ ହେବ ପ୍ରସ୍ତୁତି କରି ଆସୁଛନ୍ତି । ତେବେ ବାହୁବଳୀର ଆକନ୍ସ ଠାରୁ ଏହି ଫିଲ୍ମର ଆକ୍ସନ ସଂପୂର୍ଣ୍ଣ ଭିନ୍ନ, ତେଣୁ ଫିଲ୍ମ ପାଇଁ ପ୍ରଭାସ ଦିନକୁ ୬ରୁ ୭ ଘଂଟାର ପ୍ରଶିକ୍ଷଣ ନେଉଛନ୍ତି ।
ଶାରୀରିକ ପ୍ରଶିକ୍ଷଣ ବ୍ୟତୀତ ପ୍ରଭାସ ହିନ୍ଦୀ ଭାଷା ଉପରେ ମଧ୍ୟ କାମ କରୁଛନ୍ତି । ପ୍ରଭାସ ଏବଂ ଶ୍ରଦ୍ଧାଙ୍କର ୧୫ ଦିନର ସୁଟିଂ ଚାଲିଥିଲା ଯେଉଁଥିରେ ହିନ୍ଦୀ କହିବା ପାଇଁ ଶ୍ରଦ୍ଧା ପ୍ରଭାସଙ୍କୁ ଖୁବ ସାହାର୍ଯ୍ୟ ମଧ୍ୟ କରିଥିଲେ । ବାସ୍ତବରେ ପ୍ରଭାସ ନିଜ ଭାଷାରେ ଏହି ଫିଲ୍ମଟି କରିବାକୁ ଚାହୁଁଛନ୍ତି ।