ମୋବାଇଲ ପାଇଁ ଯାଇପାରନ୍ତି ଜେଲ୍ ! ଏଣିକି ଫୋନର ଆଇଏମଇଆଇ ନମ୍ବରର ଅପବ୍ୟବହାର ହେବ ଏକ ବଡ ଅପରାଧ

57

ଦୁର ସଂଚାର ବିଭାଗର ଆଇଏମଇଆଇ ନମ୍ବର ସହିତ କୌଣସି ପ୍ରକାର ଛେଡଖାନି ଏଣିକି ପଡିବ ମହଙ୍ଗା । କାରଣ ଆଗାମୀ ଦିନରେ ଏନେଇ ଏକ ନୁଆ ନିୟମ ପ୍ରଣୟନ ହେବାକୁ ଯାଉଛି, ଯାହାପରେ ୧୫ ଅଙ୍କ ବିଶିଷ୍ଟ ମୋବାଇଲର ଆଇଏମଇଆଇ ନମ୍ବର ସହିତ ଅପବ୍ୟବହାର କରିବା ଏକ ଅପରାଧ ହେବା ସହିତ ଏଥିପାଇଁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ମଧ୍ୟ ହୋଇପାରେ ।

ଏହି ଆଇଏମଇଆଇ ନମ୍ବର ଜରିଆରେ କୌଣସି ବି ମୋବାଇଲକୁ ଚିହ୍ନଟ କରାଯାଇଥାଏ ଏବଂ ହଜି ଯାଇଥିବା ଫୋନକୁ ମଧ୍ୟ ଏହି ନମ୍ବର ସାହାର୍ଯ୍ୟରେ ଟ୍ରାକିଂ କରାଯାଇଥାଏ । ବିଭାଗର ଜଣେ ଅଧିକାରୀ କହିଛନ୍ତି କି, କିଛିଦିନ ହେଲା ଅନେକ ଫର୍ଜି ଆଇଏମଇଆଇ ନମ୍ବର ସାମ୍ନାକୁ ଆସୁଛି , ଯାହାଦ୍ୱାରା ଫୋନକୁ ଟ୍ରାକ୍ କରିବା ମୁସ୍କିଲ୍ ହୋଇପଡିଛି । ଏଥିପାଇଁ ଆଇଏମଇଆଇ ନମ୍ବର ସହ କୌଣସି ପ୍ରକାରର ଅପବ୍ୟବହାରକୁ ଟେଲିଗ୍ରାଫ ଆଇନର ଅନ୍ତର୍ଭୁକ୍ତ କରିବା ସହିତ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରିବାକୁ ବିଚାର କରୁଛି ।

ଜାଣନ୍ତୁ ଆଇଏମଇଆଇ ନମ୍ବର କଣ ଓ ଏହାର ଲାଭ

ଆଇଏମଇଆଇ ନମ୍ବରର ପୁରା ନାମ ହେଲା ଇଂଟରନ୍ୟାସନାଲ୍ ମୋବାଇଲ ଇକ୍ୟୁପମେଂଟ୍ ଆଇଡେଂଟିଟି ନମ୍ବର । ଯାହା ୧୫ ଅଙ୍କ ବିଶିଷ୍ଟ ଅଟେ । ଏହି ନମ୍ବର ଜରିଆରେ ସିକ୍ୟୁରିଟି ଏଜେନ୍ସି ମୋବାଇଲ୍ ଫୋନକୁ ଟ୍ରାକିଂ କରିଥାଏ । ଏଠାରେ ଆମେ କହି ରଖୁଛୁ କି, ଦୂରସଂଚାର ବିଭାଗ ଟେଲିକମ ଅପରେଟରମାନଙ୍କୁ ନକଲି ଆଇଏମଇଆଇ ନମ୍ବରଧାରୀ ମୋବାଇଲ୍ ଉପରେ ନିଜର ସେବାଗୁଡିକ ଯୋଗାଇ ଦେବାକୁ ସଂପୂର୍ଣ୍ଣ ମନା କରି ଦେଇଛି ।

ସୌଜନ୍ୟ: ଅମର ଉଜାଲା

ଏହା ସହ ମଧ୍ୟ ପଢନ୍ତୁ-ମୋଦି ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା ! ଏଣିକି ବିନା ଆଧାର କାର୍ଡରେ ସରକାରୀ ସୁବିଧାର ଲାଭ ଉଠାଇ ପାରିବେ ଜନତା