ଏସବିଆଇର ପେଟ୍ରୋଲ ଅଫର: ୧୦୦ଟଙ୍କାରେ ତେଲ ଭରିଲେ ମାଗଣାରେ ମିଳିବ ଅଧିକ ପାଂଚ ଲିଟର

ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୨ଥର ଏହି ଅଫରର ଲାଭ ଉଠାଇପାରିବେ

3,238

ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଗ୍ରାହକଙ୍କ ପାଇଁ ବହୁତ ବଢିଆ ଅଫର ଆଣିଛି । ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଯଦି ଗ୍ରାହକ ଇଣ୍ଡିଆନ ଅଏଲ କର୍ପୋରେସନର କୌଣସି ବି ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣିବା ପରେ ଭିମ ଆପରୁ ପେମେଂଟ କରନ୍ତି ତେବେ ତାଙ୍କୁ ୫ ଲିଟର ପେଟ୍ରୋଲ ମାଗଣାରେ ମିଳିପାରେ । ତେବେ ଏହି ଅଫରର ଲାଭ ଉଠାଇବା ପଇଁ ଆପଣଙ୍କୁ ଅତି କମରେ ୧୦୦ଟଙ୍କାର ପେଟ୍ରୋଲ ଭରିବାକୁ ପଡିବ ।

କିଭଳି ମିଳିବ ମାଗଣାରେ

ଏସବିଆଇ ଏସବିଆଇର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ଗ୍ରାହକଙ୍କୁ ପେଟ୍ରୋଲ ଭରିବା ସମୟରେ ଭିମ ଆପ ଜରିଆରେ ପେମେଂଟ କରିବାକୁ ହେବ । ଏଥିପାଇଁ ଗ୍ରାହକଙ୍କୁ ଅତି କମରେ ୧୦୦ଟଙ୍କା ଖର୍ଚ୍ଚ କରିବାକୁ ହେବ । ଭିମ ଆପ ଜରିଆରେ ପେମେଂଟର ନମ୍ବରରେ ଲେଖି ଫୋନ ୯୨୨୨୨୨୨ରେ ଏସଏମେଏସ ପଠାଇବାକୁ ପଡିବ । ଆପଣଙ୍କୁ ଏସଏମଏସର ନର୍ମାଲ ଚାର୍ଜେସ ଦେବାକୁ ପଡିବ । ଏହାପରେ ଆପଣଙ୍କ ଟାଇମ ଆସିଲେ ଆପଣଙ୍କୁ ୫ ଲିଟର ମାଗଣାରେ ପେଟ୍ରୋଲ ମିଳିପାରେ । ଏସଂପର୍କରେ ସୂଚନା ଆପଣଙ୍କୁ ଫୋନ ଜରିଆରେ ମିଳୁଥିବ । ଅଫର ସଂପର୍କରେ ଅଧିକ ସୂଚନା ଆପଣଙ୍କୁ ଏସବିଆଇର ୱେବସାଇଟରେ ମିଳିଯିବ ।

କଷ୍ଟମର କେୟାରରୁ ସହଯୋଗ

କଷ୍ଟମର କେୟାର ସହ ଯୋଗାଯୋଗ କରିବା ପାଇଁ ଆପଣ ଟୋଲ ଫ୍ରି ନମ୍ବର ୧୮୦୦ ୨୨ ୮୮୮୮ରେ ଡାଏଲ କରିପାରିବେ । ଏହାବ୍ୟତୀତ ଆପଣ  help@xtrarewards.comକୁ ମେଲ ପଠାଇ ମଧ୍ୟ ସହଯୋଗ ନେଇପାରିବେ । ଏହି ଅପରରେ ପ୍ରତି ଦିନ ୧୦,୦୦୦ ଲକି ଗ୍ରାହକଙ୍କୁ ୫ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ପାଇବାର ସୁଯୋଗ ମିଳିବ । ଏସବିଆଇ ତରଫରୁ ଲଂଚ ହୋଇଥିବା ଏହି ଅଫର ୨୩ ନଭେମ୍ବର ରାତି ୧୨ଟା ଯାଏ ଚାଲିବ । ତେବେ ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୨ଥର ଏହି ଅଫରର ଲାଭ ଉଠାଇପାରିବେ ।