କୁଆଡେ ଗଲା ଗଜାନନ ଗଣେଶଙ୍କ କଟା ମସ୍ତକ ! ଜାଣନ୍ତୁ ପୈାରାଣିକର ଏହି ରୋଚକ ତଥ୍ୟ

48

ଭଗବାନ ଗଣେଶ ଗଜମୁଖ ,ଗଜାନନ ନାମରେ ଜଣାଶୁଣା । ତାଙ୍କ ମୁଖ ଗଜ ବା ହାତୀର ହୋଇଥିବାରୁ ଏପରି ନାମକରଣ ହୋଇଛି । ଭଗବାନ ଗଣେଶଙ୍କ ଏହି ସ୍ୱରୂପ ବିଲକ୍ଷଣ ଓ ବଡ ମଙ୍ଗଳକାରୀ ଅଟେ । ଆପଣ ଭଗବାନ ଗଜାନନ ଗଣେଶଙ୍କ ବିଷୟରେ ଅନେକ ପୈାରାଣିକ ତଥ୍ୟ ଶୁଣିଥିବେ ଓ ଜାଣିଥିବେ । ଗଣେଶଙ୍କର ମସ୍ତକ କଟିଲା ପରେ, ଏହା ସ୍ଥାନରେ ହାତୀର ମସ୍ତକ ତ ଲାଗିଥିଲା , ହେଲେ ଆପଣ କେବେ ଭାବିଛନ୍ତି ? କୁଆଡେ ଗଲା ଗଣେଶଙ୍କ ଏହି କଟା ମସ୍ତକ ।

ଶ୍ରୀଗଣେଶଙ୍କ ଜନ୍ମ ସମ୍ବନ୍ଧରେ ଦୁଇଟି ପୈାରାଣିକ ମାନ୍ୟତା ଅଛି । ପ୍ରଥମ ମାନ୍ୟତା ଅନୁସାରେ ମାତା ପାର୍ବତୀ ଗଣେଶଙ୍କୁ ଜନ୍ମ ଦେଲାପରେ, ଇନ୍ଦ୍ର ,ଚନ୍ଦ୍ରଙ୍କ ସହିତ ଅନେକ ଦେବୀ-ଦେବତା ଗଣେଶଙ୍କୁ ଦର୍ଶନ କରିବାକୁ ଉପସ୍ଥିତ ହେଲେ । ସେଠାରେ ଶନିଦେବ ମଧ୍ୟ ପହଁଚିଥିଲେ । ଶନିଦେବ ଅଭିଶାପ ପାଇଥିଲେ । ତାଙ୍କ କ୍ରୁର ଦୃଷ୍ଟି ଯେଉଁଠି ପଡିବ ଅନିଷ୍ଟ ହେବ । ଗଣେଶଙ୍କର ସେୟା ହେଲା । ଶନିଙ୍କର ଦୃଷ୍ଟି ପଡିବା କ୍ଷଣି ମସ୍ତକ ଶରୀରରୁ ଅଲଗା ହୋଇ ଚନ୍ଦ୍ରମଣ୍ଡଳକୁ ପଳାଇଗଲା ।

ଆଉ ଏକ ପ୍ରସଙ୍ଗ ଅନୁସାରେ ,
ମାତା ପାର୍ବତୀ ନିଜ ଦେହର ମଇଳାରେ ଗଣେଶଙ୍କ ସ୍ୱରୂପକୁ ତିଆରି କରିଥିଲେ । ସ୍ନାନ କରିବାକୁ ଯାଇ ଦ୍ୱାର ଦେଶରେ ଗଣେଶଙ୍କୁ ଜଗାଇ ଥିଲେ । କାହାକୁ ବି ଭିତରକୁ ଛାଡିବାକୁ ମନାକରିଥିଲେ । ଭଗବାନ ଶଙ୍କରଙ୍କୁ ଯେତେବେଳେ ଗଣେଶ ଭିତରକୁ ପ୍ରବେଶ କରିବାକୁ ଦେଲେନି , ଶିବ କ୍ରୋଧିତ ହୋଇ ଗଣେଶଙ୍କ ମସ୍ତକକୁ କାଟି ଦେଇଥିଲେ । ମସ୍ତକଟି ଏହାପରେ ଚନ୍ଦ୍ର ଲୋକକୁ ଚାଲିଯାଇଥିଲା । ଏହାପରେ ପାର୍ବତୀଙ୍କୁ ମନାଇବା ପାଇଁ ଭଗବାନ ଶିବ ଗଣେଶଙ୍କ ମସ୍ତକ ସ୍ଥାନରେ ହାତୀର ମସ୍ତକ ଯୋଡି ଦେଇଥିଲେ ।

ସୌଜନ୍ୟ : ( ପୈାରାଣିକ ପୁସ୍ତିକା)