୧୬ ବର୍ଷୀୟ ବାଳକର କମାଲ ! ଲୋକଙ୍କୁ ପରସ୍ପର ସହ ଯୋଡିବା ପାଇଁ ତିଆରି କଲା ‘କାସବୁକ’

42

୨୬ ଏପ୍ରିଲକୁ ଜମ୍ମୁ-କାଶ୍ମୀର ସରକାର ପାଖାପାଖି ୨୨ ସୋସିଆଲ ମିଡିଆ ୱେବସାଇଟ ଉପରେ କଡକଣା ଲଗାଇ ଦେଇଥିଲେ । ତେବେ ଏହାସହ ପପୁଲାର ସୋସିଆଲ ମିଡିଆ ୱେବସାଇଟ ଫେସବୁକ, ହ୍ୱାର୍ଟସଆପ ଏବଂ ଟୁଇଟର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି ହୋଇଥିଲା । ସରକାରଙ୍କ କହିବା କଥା ହେଲା, ସୋସିଆଲ ମିଡିଆ ସହାୟତାରେ କିଛି ଆତଙ୍କି ସଂଗଠନ ସହରରେ ହିଂସାତ୍ମକ ପରିବେଶ ସୃଷ୍ଟି କରୁଛନ୍ତି । ଯେଉଁଥି ପାଇଁ ଏହା ଉପରେ କିଛି ଦିନ ପାଇଁ ରୋକ ଲଗାଯାଇଛି ।

କାଶ୍ମୀରରେ ବିଭିନ୍ନ ସୋସିଆଲ ମିଡିଆ ଉପରେ କଟକଣା ଜାରି ହେବା ପରେ ଲୋକଙ୍କଠାରେ ତୀବ୍ର ଉଦବେଗ ଦେଖା ଦେଇଥିଲା ମାତ୍ର ଏବେ ଏଥିରେ କିଛି ମାତ୍ରରେ ଆଶ୍ୱସ୍ତି ଦେଖା ଦେଇଛି । କାରଣ ସୋସିଆଲ ମିଡିଆ ୱେବସାଇଟ ‘କାସବୁକ’ ଲୋକଙ୍କୁ ପରସ୍ପର ସହ ଯୋଡିବାକୁ ସୁଯୋଗ ଦେଇଛି । ଆପଣ ଜାଣିଲେ ଚକିତ ହେବେ କି ଏହି ୱେବସାଇଟ ତଥା କାସବୁକର ଆପଟିକୁ ନିର୍ମାଣ କରିଛି ଜଣେ ୧୬ ବର୍ଷୀୟ ବାଳକ ଜେୟାନ ଶଫିକ୍ ।

ତେବେ କାସବୁକ କୌଣସି ନୁଆ ୱେବସାଇଟ ନୁହେଁ । କାରଣ, ୨୦୧୩ରେ ଜେୟାନ ନିଜର ଜଣେ ବନ୍ଧୁଙ୍କ ସହ ମିଶି ଏହି ୱେବସାଇଟିକୁ ନିର୍ମାଣ କରିଥିଲେ । କିନ୍ତୁ ସେ ସମୟରେ ଏହାର ଆବଶ୍ୟକତା ପଡି ନଥିଲା । ବର୍ତ୍ତମାନ ସରକାରଙ୍କ ବିଭିନ୍ନ ସୋସିଆଲ ମିଡିଆ ଉପରେ ରୋକ ଲଗାଇବା ଭଳି କଡା ନିୟମ ପରେ ପରେ ଏଥିପ୍ରତି ଲୋକଙ୍କ ଚାହିଦା ବଢିଛି ।