ଜିଏସଟି ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ! କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଗଲା ୨ଟି ବିଲ

29

କନକ ବ୍ୟୁରୋ : ଜିଏସଟି ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହେବାମାତ୍ରେ ଦିବଗଂତ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲ । ପରେ ଗୃହରେ ଓଡିଶା ଜିଏସଟି ବିଲ ଓ ଭାଟ୍ ସଂଶୋଧନ ବିଲକୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଗତ କରିଛନ୍ତି । ବିଲ ଉପରେ ମତ ରଖି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଲର ଅନୁଧ୍ୟାନ ପାଇଁ ଅଧିକ ସମୟ ଦରକାର । ସେ କହିଛନ୍ତି, ପାର୍ଲାମେଂଟରେ ବିଲ ପାଶ ପାଇଁ ୧୧ ବର୍ଷ ସମୟ ଲାଗିଗଲା । କିନ୍ତୁ ଆମକୁ ୧୧ ଘଂଟା ବି ସମୟ ଦିଆଯାଇନାହିଁ । ଏହା ପରେ ଗୃହକୁ ୩ଟା ଯାଏଁ ମୁଲତବୀ ରଖି କାର୍ଯ୍ୟ ବିଲକୁ ପରାମଦର୍ଶଦାତା ବୈଠକ ଡାକିଛନ୍ତି ବାଚସ୍ପତି । ଏହି ବୈଠକ ୧୧ଟା ୪୫ରେ ଆରମ୍ଭ ହୋଇଛି ।