ଏଣିକି ଫେସବୁକ ଓ ଟୁଇଟର ଜରିଆରେ ବି ପଠାଇପାରିବେ ଟଙ୍କା । ଏସବିଆଇର ନୂଆ ସର୍ଭିସ, ଜାଣନ୍ତୁ ପୂରା ପ୍ରକ୍ରିୟା

45

ଏସବିଆଇ ନିଜ ଗ୍ରାହକଙ୍କୁ ଉନ୍ନତମାନର ସେବା ଏବଂ ଫାଷ୍ଟ ସର୍ଭିସ ଦେବା ନେଇ ବେଶ୍ ପରିଚିତ । ଏହି ଉଦ୍ଦେଶ୍ୟରେ ଏସବିଆଇ ଆଉ ଏକ ସେବା ଆମ୍ଭର କରିଛି , ଯାହା ଜରିଆରେ ଆପଣ ଆପଣଙ୍କର ବନ୍ଧୁ ପରିଜନଙ୍କ ନିକଟକୁ ଏବେ ସୋସିଆଲ ମିଡିଆ ଜରିଆରେ ଟଙ୍କା ପଠାଇପାରିବେ । ପୂର୍ବରୁ ତ ଆପଣ ପେଟିଏମ, ହ୍ୱାଟସଆପ ଜରିଆରେ ଟଙ୍କା ଟ୍ରାନ୍ସଫର କରାଯାଉଥିବା ଭଳି ସୁବିଧା ସଂପର୍କରେ ଜାଣିଥିଲେ କିନ୍ତୁ ଏବେ ଆପଣ ଫେସବୁକ୍ ଓ ଟୁଇଟର ଜରିଆରେ ମଧ୍ୟ ଟଙ୍କା ଟ୍ରାନ୍ସଫର କରିପାରିବେ । ଏଭଳି ଆପଣ ଏସବିଆଇର ଆପ ଜରିଆରେ ହିଁ କରିପାରିବେ । ଏଥି ସହିତ ହିଁ ଆପଣ ଫେସବୁ୍କ ପେଜ ଏବଂ ଟୁଇଟର ହାଣ୍ଡେଲ ଜରିଆରେ ନା କେବଳ ଟଙ୍କା ପଠାଇ ପାରିବେ ବରଂ ବାଲାନ୍ସ ମଧ୍ୟ ଚେକ୍ କରିବା ସମେତ ଆପଣ କରିଥିବା ଶେଷ ୫ଟି ଟଙ୍କା ଦେଣନେଣ ସଂପର୍କରେ ତଥ୍ୟ ମଧ୍ୟ ହାସଲ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ପୂରା ପ୍ରକ୍ରିୟା ସଂପର୍କରେ….

• ସୋସିଆଲ ମିଡିଆ ଜରିଆରେ ବ୍ୟାଙ୍କିଂକୁ ସମ୍ଭବ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ SBI Mingle ଆପ ଲଂଚ କରିଛି । ଏହା ଏସବିଆଇର ସୋସିଆଲ ବ୍ୟାଙ୍କିଂ ଆପ ଅଟେ । ଏହି ଆପକୁ ଆପଣ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଡାଉନଲୋଡ କରିପାରିବେ ।

• ଏହି ଆପଟିକୁ ବ୍ୟବହାର କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ଏଥିରେ ରେଜିଷ୍ଟର୍ଡ କରିବାକୁ ହେବ । ଏଥିପାଇଁ ଯେମିତି ହିଁ ଆପଣ ଆପ ଆରମ୍ଭ କରିବେ , ସେଥିରେ ୟୁଜରର ଏକ ଅପସନ ଚାଲିଆସିବ । ଆପଣଙ୍କୁ ଏହି ଅପସନ ଉପରେ କ୍ଲିକ୍ କରି ନିଜକୁ ରେଜିଷ୍ଟର୍ଡ କରିବାକୁ ପଡିବ ।

• ଏହାପରେ’Continue with Facebook’ ର ବିକଳ୍ପ ଉପରେ କ୍ଲିକ୍ କରିବାକୁ ହେବ ।

• ଏହି ଅପସନ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଆପଣଙ୍କର ଫେସବୁକ ୟୁଜର ନେମ ଏବଂ ପାସୱାର୍ଡରୁ ଲଗଇନ କରିବାକୁ ପଡିବ ।

• ଲଗଇନ କରିବା ପରେ ଆପଣଙ୍କୁ ଆପଣଙ୍କର ଏସବିଆଇ ଡେବିଟ୍ କାର୍ଡର ତଥ୍ୟ ଦେବାକୁ କୁହାଯିବ ।

• ଏହାପରେ ତଥ୍ୟ ଦେବା ପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ବ୍ୟାଙ୍କ ତରଫରୁ ଏକ ଓଟିପି କୋଡ ପଠାଯିବ । ଯାହାକୁ ଏଠାରେ ଏଂଟର କରିବାକୁ ହେବ ।

• ଓଟିପି କୋଡ ଏଂଟର କରିବା ପରେ ଆପଣଙ୍କୁ ପାସୱାର୍ଡ ସେଟ କରିବାକୁ ହେବ । ଏହାପରେ ଆପ୍ ଜରିଆରେ ଲେଣଦେଣ କରିପାରିବେ ।

ବ୍ୟବହାର କରିବାର ପ୍ରକ୍ରିୟା

• ଏସବିଆଇ ମିଙ୍ଗଲ ଆପରେ ଲଗଇନ କରିବା ପରେ ଆପଣଙ୍କୁ ‘Pay a Friend’ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଆପଣଙ୍କୁ ଦୁଇଟି ଉପାୟରେ ଫଣ୍ଡ ଟ୍ରାନ୍ସଫର କରିବାର ବିକଳ୍ପ ମିଳିଥାଏ । ଏଥି ମଧ୍ୟରୁ ପେ ଟୁ ଆକାଉଂଟ୍ସ ଏବଂ ପେ ଟୁ ଫ୍ରେଡ୍ସର ବିକଳ୍ପ ମିଳିବ ।

• ତେବେ ପେ ଟୁ ଆକାଉଂଟ୍ସ ଫିଚର ଜରିଆରେ ଆପଣ ସେହି ଲୋକଙ୍କୁ ଟଙ୍କା ପଠାଇପାରିବେ ଯେଉଁମାନଙ୍କୁ ଆପଣ ଆପଣଙ୍କ ଖାତାରେ ବେନିଫିସିଆରୀ ରୂପରେ ଯୋଡିଛନ୍ତି । ଯଦି ଆପଣ ଫେସବୁକ ଜରିଆରେ ଟଙ୍କା ପଠାଇବାକୁ ଚାହୁଁଛନ୍ତି ତେବେ ଅନ୍ୟ ଏକ ବିକଳ୍ପ ଆପଣଙ୍କ ପାଇଁ ରହିଛି । ଫେସବୁ୍କ ଜରିଆରେ ଟଙ୍କା ପଠାଇବା ପାଇଁ ଆପଣଙ୍କୁ ଫେସବୁକରେ ଲଗଇନ କରିବାକୁ ପଡିବ । ଏଠାରେ ଆପଣଙ୍କୁ ଏସବିଆଇର ଆଧିକାରିକ ଫେସବୁକ ପେଜକୁ ଯାଇ ଏସବିଆଇ ମିଙ୍ଗଲକୁ ଯିବାକୁ ପଡିବ ।

• ଏହାପରେ ଯେମିତି ପେଜଟି ଖୋଲିବ ଆପଣଙ୍କୁ ଆପ ଲଂଚ କରିବାକୁ ହେବ ।

• ଯଦି ଆପଣ ଫେସବୁକ ଜରିଆରେ ବ୍ୟାଙ୍କିଂ କାରବାର କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଏସବିଆଇ ମିଙ୍ଗଲର ଫେସବୁକ ପେଜକୁ ଯିବାକୁ ପଡିବ । ଏହା ଜରିଆରେ ଆପଣ ଏହି ଆପରେ ଲଗଇନ କରି ଟଙ୍କା ଟ୍ରାନ୍ସଫର କରିପାରିବେ । ଏହି ଟଙ୍କା ଆପଣ ପୂର୍ବରୁ ହିଁ ଯୋଡାହୋଇଥିବା ବେନିଫିସିଆରୀଙ୍କୁ ପଠାଇ ପାରିବେ । ଏହାବ୍ୟତୀତ ନୂଆ ବେନିଫିସିଆରି ମଧ୍ୟ ଯୋଡି ପାରିବେ ।

ସେହିପରି ଟୁଇଟର ଜରିଆରେ ଟଙ୍କା ପଠାଇବା ପାଇଁ ନିଜ ଖାତାକୁ ନେଇ ନ ନ୍ୟ ତଥ୍ୟ ହାସଲ କରିବା ଉଦ୍ଦେଶ୍ୟରେ କିଛି ନିର୍ଧିତ ହାସଟ୍ୟାଗ୍ସ କରବାକୁ ହେବ । ଏହି ହାସଟ୍ୟାଗର ଲିଷ୍ଟ ଆପଣ https://www.sbi.co.in/sbimingle/କୁ ଯାଇ ଦେଖି ପାରିବେ ।