ପଦାରେ ପଡିଲା ଜିଓର ବହୁତ ବଡ ଚାଲ୍ । କାହିଁକି ଓ କିଭଳି ୟୁଜର୍ସଙ୍କୁ କଂପାନୀ ଦେଉଛି ଏତେ ଶସ୍ତା ୪ଜି ଡାଟା । ଜାଣନ୍ତୁ ଏଭଳି କରିବା ପଛରେ ଅମ୍ବାନୀଙ୍କର କଣ ରହିଛି ଉଦ୍ଦେଶ୍ୟ
ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ରିଲାଏନ୍ସ ଜିଓ । ଜିଓ ନା କେବଳ ଟେଲିକମ ଇଣ୍ଡଷ୍ଟ୍ରିର ବ୍ୟବସାୟ ସିଷ୍ଟମକୁ ହିଁ ନୁହେଁ ବରଂ ସଂପୂର୍ଣ୍ଣ ଇଣ୍ଡଷ୍ଟ୍ରିର ରୂପରେଖକୁ ବି ବଦଳାଇ ଦେଇଛି । ୟୁଜର୍ସଙ୍କ ଦୃଷ୍ଟିରେ ଏବେ ଏୟାରଟେଲ ସବୁଠାରୁ ବଡ ଟେଲିକମ କଂପାନୀ ରହିଛି କିନ୍ତୁ ଜିଓ ମାତ୍ର ୨୦ ମାସରେ ପାଖାପାଖି ୧୭ କୋଟି ୟୁଜର୍ସ ବନାଇସାରିଛି । ଭଏସ କଲିଂ ଫ୍ରିର ପ୍ୟାଟର୍ନ ଜିଓ ହିଁ ଲଂଚ କରିଛି । ଟେକ୍ଷ୍ଟ ମେସେଜ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟସୀମା ଯାଏ ମାଗଣାରେ ଦେଉଛି । ୪ଜି ଡାଟାକୁ ବି ବାକି କଂପାନୀମାନଙ୍କୁ ଶସ୍ତା କରିବାକୁ ପଡିଛି ।
ତେବେ ଆଜି ଆମେ ଏଠାରେ ଆଲୋଚନା କରୁଛୁ କି, କିଭଳି ଜିଓ ଏତେ ଶସ୍ତାରେ ସେବାଗୁଡିକ ୟୁଜର୍ସଙ୍କୁ ପ୍ରଦାନ କରୁଛି ଏବଂ ବାକି କଂପାନୀମାନେ ଏଭଳି କାହିଁକି କରିପାରୁ ନାହାଁନ୍ତି । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତର ସଂପର୍କରେ……
Kanak News is now on WhatsApp
Join and get latest news updates delivered to you via WhatsApp
ଜିଓ କିପରି ଦେଇପାରୁଛି ଏତେ ଶସ୍ତା ସେବା
• ସର୍ବ ପ୍ରଥମେ ଜିଓ ଏକ ନୂଆ ବିଜନେସ ମଡେଲ ସହିତ ହିଁ ଟେଲିକମ ଜଗତରେ ପ୍ରବେଶ କରିଥିଲା ।
• ବାକି କଂପାନୀମାନେ ଭଏସ କଲିଂରୁ ହିଁ ଟଙ୍କା ରୋଜଗାର କରୁଥିଲେ କିନ୍ତୁ ଜିଓ କଲିଂ ବଦଳରେ ଡାଟାରୁ ହିଁ ରୋଜଗାର କରିବାର ମଡେଲ ପ୍ରସ୍ତୁତ କରିଥିଲା ।
• ଏହାପରେ କଂପାନୀ ସବୁଠୁ ଲାଟେଷ୍ଟ ଟେକନୋଲୋଜି ତଥା ଭୋଲଟିରେ ଟଙ୍କା ନିବେଶ କରିଥିଲା ।
• ଭୋଲଟି ଟେକ୍ନୋଲୋଜିରେ ଡାଟା ସହିତ ହିଁ ଭଏସ କଲିଂର କ୍ୱାଲିଟି ବହୁତ ଭଲ ମିଳିଥାଏ । ଅନ୍ୟ କଂପାନୀମାନେ ଏଲଟିରେ କାମ କରୁଛନ୍ତି , ଯଦି ସେମାନଙ୍କୁ ଭୋଟଲିକୁ ସିଫ୍ଟ କରିବାକୁ ପଡୁଛି ତେବେ ତାଙ୍କୁ ଏଥିପାଇଁ ଅଧିକ ଟଙ୍କା ନିବେଶ କରିବାକୁ ହେବ । ନିକଟରେ ଏୟାରଟେଲ ବି ଭୋଲଟିରେ ନିଜ ନେଟୱର୍କକୁ ସିଫ୍ଟ କରିନେଇଛି ।
• ଜିଓ ଭୋଲଟି ଟେକ୍ନୋଲୋଜିରୁ ହିଁ ନିଜର ବ୍ୟବସାୟ ଆରମ୍ଭ କରିଛି । ଜିଓକୁ କୌଣସି ନେଟୱର୍କକୁ ଅପଗ୍ରେଡ କିମ୍ବା ଚେଂଜ କରିବାକୁ ପଡିବନି ବରଂ ଜିଓର ପୂରା ଇନଭେଷ୍ଟମେଂଟ ନୂଆ ଟେକ୍ନୋଲୋଜି ଉପରେ ରହିଛି କିନ୍ତୁ ଏୟାରଡେଲ ସମେତ ଅନ୍ୟାନ୍ୟ କଂପାନୀମାନଙ୍କ ସାମ୍ନାରେ ସଂପୂର୍ଣ୍ଣ ନେଟୱର୍କ ଅପଗ୍ରେଡ କରିବାର ଚ୍ୟାଲେଂଜ ରହିଛି ।
• ସେହିପରି ରିଲାଏନ୍ସ ପୂରାପୁରି ଭାବରେ କମ୍ପ୍ୟୁଟର ବେସଡ ନେଟୱର୍କ ସହିତ କାମ କରୁଛି, ଯେବେକି ବାକି କଂପାନୀମାନେ ଏବେବି ପୁରୁଣା ପଦ୍ଧତିରେ କାମ କରୁଛନ୍ତି ।
ଜିଓକୁ କିଭଳି ମିଳିଲା ଭୋଲଟରୁ ଲାଭ
• ବାକି କଂପାନୀମାନେ ସର୍କିଟ ସୁଇଚଡ ନେଟୱର୍କ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି । ଏଥିରେ ୪ଜି ଡାଟା ବ୍ୟବହାର କରିବା ସମୟରେ ଯଦି କାହାର କଲ୍ ଆସେ ତେବେ ଡାଟା କିଛି ସମୟ ପାଇଁ ବନ୍ଦ ହୋଇଯାଇଥାଏ । କାରଣ ୨ମୋଡରେ ସୁଇଚ ହୋଇଯାଇଥାଏ ।
• ଏଥିରେ ଆପଣଙ୍କର ପୂରା ନେଟୱର୍କ ସର୍କିଟ ସୁଇଚଡ ନେଟୱର୍କର ବ୍ୟବହାର କରିଥାଏ । ଏଥିରେ ପ୍ରତି ସେକେଣ୍ଡ ୬୪କେବିପିଏସ ଡାଟା ଉଭୟ ପଟରୁ ଟ୍ରାନ୍ସଫର ହୋଇଥାଏ ।
• ସେହିପରି ଜିଓ ଭୋଲଟି ଟେକ୍ନୋଲୋଜିରେ ଟଙ୍କା ନିବେଶ କରିଛି । ଜିଓ ୨ଜି, ୩ଜି ଇକ୍ୱିପମେଂଟରେ କୌଣସି ଟଙ୍କା ଖର୍ଚ୍ଚ କରିନାହିଁ । ଏହାଦ୍ୱାରା ୟୁଜର୍ସ ଯେତେବେଳେ ଫୋନରେ କଥା ହେଉଥିବେ ସେତେବେଳେ ତାଙ୍କ ମୋବାଇଲ ନେଟୱର୍କ ୪ଜି ଡାଟା ପ୍ୟାକେଜରେ ହିଁ କଲ ଟ୍ରାନ୍ସଫର କରିଥାଏ । ଅର୍ଥାତ୍ ଏଥିରେ ଭଏସ ଏବଂ ଡାଟା ଅଲଗା ହୋଇନଥାଏ ।
କ୍ଷତି ସହି ଲାଭ ପ୍ରଦାନ କରୁଛନ୍ତି
ଏକ୍ସପର୍ଟଙ୍କ କଥାନୁସାରେ, ଜିଓ କ୍ଷତି ସହି ବି ୟଜର୍ସଙ୍କୁ ଶସ୍ତା ସେବା ପ୍ରଦାନ କରୁଛି । ଯାହାର ଫଳସ୍ୱରୂପ ହେଲା କି, ଛୋଟ କଂପାନୀମାନେ ମାର୍କେଟରେ ତିଷ୍ଠି ପାରୁନାହାଁନ୍ତି ।ଏୟାରସେଲ ଏବେ ଦେବାଳିଆ ପରିସ୍ଥିତିରେ । ସେହିପରି ଆଇଡିଆ ଏବଂ ଭୋଡାଫୋନର ମଧ୍ୟ ସମ୍ମିଶ୍ରଣ ହୋଇସାରିଛି ଏବଂ ଅନ୍ୟ କଂପାନୀମାନେ ମଧ୍ୟ ବର୍ତ୍ତମାନ ସଙ୍କଟରେ ରହିଛନ୍ତି ।
ଜିଓର ଟାର୍ଗେଟ
• ଜିଓ ଆଗାମୀ ୩ରୁ ୪ବର୍ଷ ମଧ୍ୟରେ ୫୦ ପ୍ରତିଶତ ମାର୍କେଟ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଛି । ୧୬ ପ୍ରତିଶତ ମାର୍କେଟରେ ଜିଓ ବର୍ତ୍ତମାନ କବଜା କରିସାରିଛି ।
• ଆଜିର ଦିନରେ ସବୁଠାରୁ ବଡ ନେଟୱର୍କ ଜିଓ ପାଖରେ ରହିଛି । ପାଖାପାଖି ଦେଢ ଲକ୍ଷରର ଅଧିକ ଟାୱାର ଜିଓ ପାଖରେ ରହିଛି । ଏୟାରେଲ ନିକଟରେ ମାତ୍ର ପାଖାପାଖି ୧ ଲକ୍ଷ ମୋବାଇଲ ଟାୱାର ରହିଛି ।
• ଜିଓର ପୂରା ନେଟୱର୍କ ଆପ୍ଟିକ ଫାଇବରରେ ରହିଛି । ଯେବେକି ଏୟାରଟେଲ ସମେତ ବାକି କଂପାନୀମାନଙ୍କର ନେଟୱର୍କ ଏବେବି ମାଇକ୍ରୋୱେଭରେ ରହିଛି ।