ଆରବିଆଇର ବଡ ନିଷ୍ପତି ! ୭ଦିନ ମଧ୍ୟରେ ବନ୍ଦ ହୋଇପାରେ ଦେଶର ସମସ୍ତ ବ୍ୟାଙ୍କ

39

ଦେଶରେ ବିମୁଦ୍ରାକରଣ ପରେ ପରେ ଲୋକଙ୍କ ମଧ୍ୟରେ ମୋବାଇଲ ୱାଲେଟର ବ୍ୟବହାର ବୃଦ୍ଧି ପାଇଛି । ହେଲେ ଏବେ ଯେତେବେଳେ ଲୋକେ ଏହି ଅଭ୍ୟାସରେ ପଡିଯାଛନ୍ତି ଠିକ୍ ଏହି ସମୟରେ ହିଁ ଖବର ଆସିଛି କି ଆରବିଆଇ ମାର୍ଚ୍ଚ ସୁଦ୍ଧା ମୋବାଇଲ ୱାଲେଟ ବନ୍ଦ କରିବାର ନିଷ୍ପତି ନେଇପାରେ ।

ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଆରବିଆଇ ଆଗାମୀ ଦିନମାନଙ୍କରେ ତଥା ମାର୍ଚ୍ଚ ମାସସୁଦ୍ଧା ମୋବାଇଲ ୱାଲେଟକୁ ବନ୍ଦ କରିବା ନେଇ କଠୋର ନିର୍ଦ୍ଦେଶ ଦେଇପାରେ । ହେଲେ ଏହା କାହିଁକି ଏବଂ କେଉଁ ପରିସ୍ଥିତିରେ ଆରବିଆଇ ନେବାକୁ ଯାଉଛି ତାହା ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ । ତେବେ ପଢନ୍ତୁ ପୂରା ଖବର ।

ଏବେ ନଜର ପକାନ୍ତୁ ଆରବିଆଇର ଏହି ନିଷ୍ପତି ପଛରେ କଣ ରହିଥାଇପାରେ ମୁଖ୍ୟକାରଣ

ଏହାପଛରେ ଥିବା କାରଣ କୁହାଯାଉଛି କି, ମୋବାଇଲ ୱାଲେଟ କଂପାନୀଗୁଡିକ ରିଜର୍ଭ ବ୍ୟାଙ୍କ ତରଫରୁ ଦିଆଯାଇଥିବା ଏକ ଜରୁରୀ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି । ଯାହାକୁ ଭିର୍ତ୍ତି କରି ଆରବିଆଇ ଏଭଳି କଠୋର ନିଷ୍ପତି ନେଇପାରେ । ତେବେ ଆରବିଆଇ ଦେଇଥିବା ନିର୍ଦ୍ଦେଶକୁ ମାର୍ଚ୍ଚ ୧ ତାରିଖ ସୁଦ୍ଧା ପୂରା କରିବାର ସମୟ ସୀମା ମଧ୍ୟ ଦେଇଥିଲା । ଯଦି ମୋବାଇଲ ୱାଲେଟ କଂପାନୀମାନେ ମାର୍ଚ୍ଚ ପହିଲା ସୁଦ୍ଧା ଆରବିଆଇର ଏହି ନିର୍ଦ୍ଦେଶ ସଂପୂର୍ଣ୍ଣ ନକରନ୍ତି ତେବେ ମୋବାଇଲ ୱାଲେଟକୁ ବନ୍ଦ କରିଦିଆଯିବ ବୋଲି ସ୍ପଷ୍ଟ କରାଯାଇଥିଲା । ଯାହାକି ଏବେ ପୂରଣ ହେବାକୁ ବସିଛି ।

ସୂଚନା ମୁତାବକ, ଆରବିଆଇ ଦେଶରେ ଲାଇସେନ୍ସ ପ୍ରାପ୍ତ ସମସ୍ତ ମୋବାଇଲ ୱାଲେଟ କଂପାନୀଗୁଡିକୁ ନିଜ ଗ୍ରାହକମାନଙ୍କର ରକଣଉ ନର୍ମ୍ସ ପୂରା କରିବାର ନିର୍ଦ୍ଦେଶ ଦେଇଥିଲା । ଏଥିପାଇଁ କଂପାନୀମାନଙ୍କୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟ ଘୋଷଣା କରିଥିଲା । ଯାହାକି ୨୮ ଫେବୃଆରୀ ୨୦୧୮ ରହିଛି । ମାତ୍ର ବିଡମ୍ବାନା ହେଲା ଏଯାବତ୍ ମାତ୍ର ଅଳ୍ପ ସଂଖ୍ୟକ କଂପାନୀ ଆରବିଆଇର ଏହି ନିଷ୍ପତିକୁ ପାଳନ କରିଛନ୍ତି ବାକି କଂପାନୀମାନେ ଏବେବି ଖାଲିରେ ବସିଛନ୍ତି । ତେଣୁ ଆରବିଆଇକୁ ବାଧ୍ୟ ହୋଇ ଉକ୍ତ କଂପାନୀଗୁଡିକର ମୋବାଇଲ ୱାଲେଟ୍ ଭଳି ବ୍ୟବସ୍ଥାକୁ ବନ୍ଦ କରିବାକୁ ପଡିପାରେ ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।
ସୌଜନ୍ୟ: ଦୈନିକ୍ ଜାଗରଣ