ରେଳଯାତ୍ରୀଙ୍କ ପାଇଁ ବଡ ଖବର ! ଏଣିକି ଯାତ୍ରା ସମୟରେ ମିଳିବ ଖଦିରେ ତିଆରି ତକିଆ, ଚାଦର ଓ ତଉଲିଆ, ସାଥିରେ ବି ନେଇପାରିବେ ଘରକୁ

65

ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଭାରତୀୟ ରେଲେଓ୍ଵ ଖଦିରେ ତିଆରି ତକିଆ, ଚାଦର ଓ ତଉଲିଆ ଯାତ୍ରୀଙ୍କୁ ଯାତ୍ରା ସମୟରେ ପ୍ରଦାନ କରିବାର ଯୋଜନା କରିଛି । ଯାହାର ସୂଚନା ସେପ୍ଟେମ୍ବରରେ ପ୍ରଧାନ ମନ୍ତ୍ରୀ ମୋଦି ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଖଦି ଉତ୍ପାଦନର ବିକାଶ ଦିଗରେ ସମର୍ଥନ କରିବାକୁ କହିଥିଲେ ।

ଭାରତୀୟ ରେଳମନ୍ତ୍ରାଳୟରେ ଏସି ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ରେଳବାଇ ନୂତନ ତକିଆ, ବେଡସିଟ୍ ଓ ତଉଲିଆ ଦେବାର ବିକଳ୍ପ କରିଛନ୍ତି । ରେଳରେ ଅପରିଷ୍କାର ତକିଆ, ବେଡସିଟ୍ ଓ ତଉଲିଆକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ରେଳାବଇ ଯାତ୍ରୀଙ୍କ ପାଇଁ ନୂତନ ଚାଦର, ତକିଆର ବିକଳ୍ପ ରଖିବା ସହିତ ଖଦିରେ ପ୍ରସ୍ତୁତ ସାମଗ୍ରୀ ଯାତ୍ରୀଙ୍କୁ ପ୍ରଦାନ କରିବ । ଯାହାକୁ ଯାତ୍ରୀମାନେ ଘରକୁ ମଧ୍ୟ ନେଇ ପାରିବେ।

ସମ୍ପୁର୍ଣ୍ଣ ସୂତାରେ ତିଆରି ବେଡସିଟକୁ ଖଦି ଓ ଭିଲେଜ୍ ଇଣ୍ଡଷ୍ଟ୍ରି କମିସନ୍ (କେଭିଆଇସି) ତରଫରୁ ଯାତ୍ରୀମାନଙ୍କୁ ପ୍ରଦାନ କରାଯିବ । ଏହି ସୁବିଧା କେବଳ ଏୟାର କଣ୍ଡିସନ୍ ସ୍ଲିପର୍ କୋଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ରହିଛି । ସମ୍ପୂର୍ଣ୍ଣ ସୂତାରେ ପ୍ରସ୍ତୁତ ପ୍ରତି କିଟର ମୂଲ୍ୟ ୨୫୦ଟଙ୍କା ରହିଛି।

ରିପୋର୍ଟ ମୁତାବିକ, ପ୍ରଥମଶ୍ରେଣୀ ଏସି ଯାତ୍ରୀଙ୍କ ପାଇଁ କେଭିଆଇସି ଖଦି ଲାଇନ୍ ପ୍ରଦାନ କରିବ । ଯାହାର ମୂଲ୍ୟ ୪୨୫ଟଙ୍କା ରହିଛି। ଅକ୍ଟୋବର ମାସରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ବେଡ୍ କିଟ୍ ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାର ଦାୟିତ୍ୱ କେଭିଆଇସିକୁ ପ୍ରଦାନ କରାଯାଇଛି। ୨ସ୍ତରୀୟ ଏସି ଓ ୩ସ୍ତରୀୟ ଏସି ଯାତ୍ରୀ ପ୍ରଦାନ କରାଯାଉଥିବା ବେଡସିଟ୍, ଚାଦର ଘରୋଇ ବିତରଣକାରୀ ଏଏକେଏଏସଏଚ ପ୍ରଦାନ କରିବ। ଏହି ବେଡ୍ ଲାଇନର ମୂଲ୍ୟ ୧୬୦ଟଙ୍କା ରହିଛି।