ଯାତ୍ରୀଙ୍କ ପାଇଁ ଖୁସି ଖବର ! ରେଳ ମନ୍ତ୍ରାଳୟ ଆରମ୍ଭ କଲା ‘ଟିକେଟ୍ ଏବେ ନିଅ ଟଙ୍କା ପରେ ଦିଅ’ ସୁବିଧା

95

ସୂଚନା ମୁତାବକ, ଆଇଆରସିଟି ଏକ ନୁଆ ସୁବିଧା ଆରମ୍ଭ କରିବାକୁ ଯାଉଛି । ଯାହାର ନାଁ ରହିଛି ‘ଟିକେଟ୍ ଏବେ ନିଅ ଟଙ୍କା ପରେ ଦିଅ’ । ତେବେ ଏହି ସୁବିଧା ଅନୁସାରେ ଆପଣ ଜର୍ଣ୍ଣିଂ ତାରିଖର ଠିକ୍ ପାଂଚ ଦିନ ପୂର୍ବରୁ ହିଁ ଟିକେଟ୍ କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ୩.୫ ପ୍ରତିଶତ ସର୍ଭିସ୍ ଚାର୍ଜ ଦେବାକୁ ପଡିବ । ଏହାବ୍ୟତୀତ ଟିକେଟ୍ ନେବାର ପାଖାପାଖି ୧୪ ଦିନ ପରେ ଆପଣ ଟଙ୍କା ଦେଇପାରିବେ । ତେବେ ଏହି ଅପ୍ସନ କେବଳ ଇ-ଟିକେଟ୍ ବ୍ୟବହାର କରୁଥିବା ଯାତ୍ରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଅଟେ ଏବଂ ଏଥିପାଇଁ ମଧ୍ୟ ଆପଣଙ୍କର ଆଧାର ଏବଂ ପାନ୍ କାର୍ଡ ଜରୁରୀ ଅଟେ ।

ତେବେ ଏହି ସୁବିଧା ପାଇଁ ଖୁବ୍ ଶୀଘ୍ର ଆଇଆରସିଟିର ୱେବସାଇଟରେ ବାଏ ନାଓ, ପେମେଂଟ୍ ଲେଟର ନାମରେ ଅପ୍ସନ ମିଳିବ । ଅନଲାଇନ୍ ଟିକେଟିଂ ସମୟରେ ଯେଉଁ ଯାତ୍ରୀମାନେ ଟିକେଟର ଟଙ୍କା ପରେ ଦେବାକୁ ଚାହିଁବେ, ସେମାନଙ୍କୁ ନିଜର ଆଧାର ଏବଂ ପାନ୍ କାର୍ଡର ସୂଚନା ଦେବାକୁ ହେବ । ଏହାପରେ ସେମାନଙ୍କ ମୋବାଇଲ୍ ଫୋନକୁ ଏକ ଟାଇମ୍ ପାସୱାର୍ଡ ଅର୍ଥାତ୍ ଓଟିପି ମିଳିବ । ତେବେ ଅନଲାଇନ୍ ଟିକେଟିଂ ପରେ ଟଙ୍କା ପୈଠ କରିବାର ସୁବିଧା ମଧ୍ୟ ଇ-ପେ-ଲେଟର ଜରିଆରେ ଯାତ୍ରୀମାନଙ୍କୁ ମିଳି ପାରିବ ।

ଏହାସହ ମଧ୍ୟ ପଢନ୍ତୁ- କିପରି ଜାଣିବେ ଆପଣଙ୍କ ମୋବାଇଲରେ ଭାଇରସ୍ ଅଛି କି ନାହିଁ ? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ